ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ୩ ବର୍ଷର ପ୍ରତ୍ୟୁଷ

ଗୋପ,୧୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ଗ୍ରାମର ମନମୋହନ ସାହୁଙ୍କ ଏକମାତ୍ର ପୁଅ ଏମ୍‌.ଏ. ପ୍ରତ୍ୟୁଷ ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୩ ବର୍ଷ ୭ ମାସ ବୟସର ଏହି ବାଳକ ମାତ୍ର ଅଢ଼େଇରୁ ତିନି ମିନିଟ୍‌ ମଧ୍ୟରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରିଛନ୍ତି। ଏଥିପାଇଁ ତାଙ୍କ ନାମ ଏବେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛି।

ପ୍ରକାଶ ଯେ, ଏହି ବିସ୍ମୟ ବାଳକ ପ୍ରତ୍ୟୁଷ ୩୦ଟି କମ୍ପ୍ୟୁଟର ସରଞ୍ଜାମର ନାମ, ୪୬ଟି ପଶୁ, ୧୬ଟି ପକ୍ଷୀ, ୨୦ଟି ଫୁଲ, ୨୦ଫଳ, ମଣିଷ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ, ୧୦ଟି ରାଇମ୍‌ସ, ଜାତୀୟ ସଙ୍ଗୀତ, ୩୦ଟି ସାଧାରଣ ଜ୍ଞାନ, ୧୬ଟି ପଶୁ ଛୁଆ ନାମ ତତ୍‌କ୍ଷଣାତ୍‌ ସ୍ପଷ୍ଟ ଭାବେ ଓଡ଼ିଆ ଏବଂ ଇଂଲିଶ୍‌ରେ କହିପାରିଛନ୍ତି। ଏଥିସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରୁଥିବାବେଳେ ୨୦ ପ୍ରକାର ଯୋଗ ସମେତ ବିଭିନ୍ନ ସ୍ଲୋକ ମଧ୍ୟ କହିପାରୁଛନ୍ତି। ଛୋଟ ସମୟରୁ ବିଭିନ୍ନ କଥା ଅତି ସହଜରେ ଧରିବା ସହ ଉଚ୍ଚାରଣ କରିପାରୁଥିବାରୁ ପରିବାର ପକ୍ଷରୁ ବିଭିନ୍ନ ନାମଠାରୁ ଆରମ୍ଭ କରି ଶିକ୍ଷା ସମ୍ପର୍କରେ କହିଥିଲେ। ସେସବୁ ପ୍ରତ୍ୟୁଷ ଶୁଣି କିଛି ମିନିଟ୍‌ ମଧ୍ୟରେ କହିପାରୁଥିଲେ। ଏପରି ପ୍ରତିଭାର ଅଧିକାରୀ ହେବା ପାଇଁ ପ୍ରଥମେ ପରିବାର ପକ୍ଷରୁ ଇଣ୍ଡିଆ ବୁକ୍‌ ରେକର୍ଡରେ ପ୍ରତିଯୋଗିତା କରିବା ଲାଗି ଅନ୍‌ଲାଇନ୍‌ ମାଧ୍ୟମରେ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ। ଶେଷରେ ପ୍ରତିଯୋଗିତାରେ ବିସ୍ମୟ ବାଳକ ପ୍ରତ୍ୟୁଷ ଅଂଶଗ୍ରହଣ କରି ଅନ୍‌ଲାଇନ ମାଧ୍ୟମରେ ପରୀକ୍ଷା କରାଯାଇଥିବା ବେଳେ ସୋମବାର ଫଳାଫଳ ଆସିବା ସହ ସେ ଏହି ପ୍ରତିଭାର ଅଧିକାରୀ ହୋଇଥିବା ମେଡାଲ ଓ ସାର୍ଟିଫିକେଟ ଆସିଥିବା ପରିବାର ଜାଣିବାକୁ ପାଇଥିଲେ। ବିସ୍ମୟ ପ୍ରତ୍ୟୁଷ ଏହି ରେକର୍ଡର ଅଧିକାରୀ ହେବା ଅଞ୍ଚଳରେ ଜଣାପଡ଼ିବା ପରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ରାଜ୍ୟ ଓ ରାଜ୍ୟ ବାହାରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିଥିବା ବାପା ମନମୋହନ ଓ ମାଆ ଅମିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri