ଶ୍ରମିକଙ୍କ ଗୋଡ଼ ହାତ କଟା ଘଟଣା: ଥାନାରେ ରୁଜୁ ହେଲା ମାମଲା

ଆର୍‌.ଉଦୟଗିରି,୧୦।୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଦାଦନ ଶ୍ରମିକ ଶାଙ୍କ ମୁର୍ମୁଙ୍କ ଗୋଡ଼ ହାତ କଟା ଘଟଣାର ଦୀର୍ଘଦିନ ପରେ ପୋଲିସ ଏକ ମାମଲା ରୁଜୁ କରିଛି। ଶାଙ୍କଙ୍କ ସ୍ତ୍ରୀ ସୁଶୀଳା ମୁର୍ମୁଙ୍କ ଏତଲାକୁ ଭିତ୍ତିକରି ଅଡ଼ବା ପୋଲିସ ମାମଲା (ନଂ. ୧୧୯/୨୨) ରୁଜୁକରି ତଦନ୍ତ ଆରମ୍ଭ କରିଛି। ଅଡ଼ବା ଥାନା ଅଧିକାରୀ ଆନନ୍ଦ୍ର ଚନ୍ଦ୍ର ପାତ୍ର କହିଛନ୍ତି, ଖୁବ୍‌ଶୀଘ୍ର ଏକ ଟିମ୍‌ ଉତ୍ତରପ୍ରଦେଶ ଯାଇ ଘଟଣାର ତଦନ୍ତ କରିବ। ଏପରି କି ଜିଲା ଶ୍ରମ ବିଭାଗ ଘଟଣାର ତଦନ୍ତ କରିବ ବୋଲି କହିଛନ୍ତି ଥାନା ଅଧିକାରୀ।

ଅଭିଯୋଗ ଅନୁଯାୟୀ, ଜଣେ ଦାଦନ ସର୍ଦ୍ଦାର ଶାଙ୍କଙ୍କୁ ମାସିକ ୨୦ ହଜାର ଟଙ୍କା ଦିଆଯିବ ବୋଲି କହିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କୁ ଉତ୍ତରପ୍ରଦେଶର ଏକ ସିମେଣ୍ଟ କମ୍ପାନୀକୁ ନେଇଥିଲେ। ସେଠାରେ ସେ କିଛିଦିନ କାମ କରିବା ପରେ ଶାଙ୍କ ମଜୁରି ଟଙ୍କା ମାଗିଥିଲେ। ହେଲେ ତାଙ୍କୁ ଟଙ୍କା ମିଳି ନ ଥିଲା। ଏଭଳି ସ୍ଥିତିରେ ଦିନେ ତାଙ୍କୁ ଅଚେତ କରି ଦିଆଯାଇଥିଲା। ଚେତା ଫେରିବା ପରେ ତାଙ୍କର ଗୋଟିଏ ଗୋଡ଼ ଓ ପାପୁଲି କଟାହୋଇଥିବା ସେ ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ଏକ ହସ୍ପିଟାଲରେ ଚିକିତ୍ସା କରାଯାଇ ଗାଁକୁ ପଠାଇ ଦିଆଯାଇଥିଲା। ରେଳଲାଇନରେ ପଡ଼ିଥିବା ବେଳେ ତାଙ୍କୁ ଉଦ୍ଧାରକରି ଆଣିଛୁ ବୋଲି ଶାଙ୍କଙ୍କୁ ଗ୍ରାମକୁ ଛାଡିବାକୁ ଆସିଥିବା ଯୁବକମାନେ କହିଥିଲେ। ଏନେଇ ବ୍ରହ୍ମପୁର ସାମାଜିକ କର୍ମୀ ରବୀନ୍ଦ୍ର ମିଶ୍ର ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କମିଶନ ମାମଲାକୁ ଗ୍ରହଣକରି ଆସନ୍ତା ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଗଜପତି ଜିଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri