Odisha Elections 2024

ହାତୀ ମୃତ୍ୟୁ ରୋକିବ ସୌର ତାରବାଡ଼

 

 

ଯୋଡ଼ା,୯।୧୦(ଡି.ଏନ୍‌.ଏ.):କେନ୍ଦୁଝର ବନଖଣ୍ଡର ଚମ୍ପୁଆ ରେଞ୍ଜ ଅଧୀନ ତଥା ଯୋଡ଼ା ବନପାଳ ଅନ୍ତର୍ଗତ ଯୁରୁଡ଼ି କ୍ରେଚ୍‌ ହଟିଂ ରେଲ୍‌ୱେ କ୍ରସିଂ ନିକଟରେ ହାତୀଙ୍କୁ ସୁରକ୍ଷା ଉଦ୍ଦେଶ୍ୟରେ ଏକ ଝୁଲନ୍ତା ସୌର ତାରବାଡ଼ (ହ୍ୟାଙ୍ଗି ସୋଲାର ଫେନ୍ସିଂ) ବ୍ୟବସ୍ଥା କରାଯାଇଛି। ଏହାକୁ ଶନିବାର କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଉପସ୍ଥିତିରେ ଯୋଡ଼ା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ ଉଦ୍‌ଘାଟନ କରିଛନ୍ତି। ରେଲ୍‌ୱେ କ୍ରସିଂକୁ ଲାଗି ବାମେବାରି-ଯୋଡ଼ା ରାଜ୍ୟ ରାଜପଥ ରହିଛି। ରାଜପଥ ସଂଲଗ୍ନ ଜଙ୍ଗଲରୁ ହାତୀମାନେ ଯାତାୟାତ କରୁଥିବା ବେଳେ ଉକ୍ତ ରେଲୱେ କ୍ରସିଂ ଦେଇ ରେଳଧାରଣା ମଧ୍ୟକୁ ଚାଲିଯାଆନ୍ତି। ଫଳରେ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ହାତୀଙ୍କ ଜୀବନହାନି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିବା ଡିଏଫ୍‌ଓ ପ୍ରକାଶ କରିଛନ୍ତି।
ପକ୍ଷରୁ ସୂଚନା ଯେ, ଏହି ପାଇଲଟ ପ୍ରୋଜେକ୍ଟ ବୈତରଣୀ (କ) ସଂରକ୍ଷିତ ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ସୋଲାର ଫେନ୍ସିଂ ମାଧ୍ୟମରେ ପ୍ରାୟ ୧୦ହଜାର ଭୋଲ୍ଟ୍‌ର କରେଣ୍ଟ ୨୪ଘଣ୍ଟା ପ୍ରବାହିତ ହେବ। ଏହା ସଂସ୍ପର୍ଶରେ ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀ ଆସିଲେ ସେମାନଙ୍କୁ ଏକ ପ୍ରକାରର କରେଣ୍ଟ୍‌ ଲାଗିବ। ଫଳରେ ସେମାନେ ସତର୍କ ହୋଇ ଆଗକୁ ଯିବାକୁ ଭୟ କରିବେ। ଏତଦ୍‌ବ୍ୟତୀତ କରେଣ୍ଟ ଲାଗିଲେ ସ୍ବୟଂ ଚାଳିତ ସାଇରନ ମଧ୍ୟ ବାଜିବ। ବ୍ୟବସ୍ଥା ଦ୍ବାରା ହାତୀ ସମେତ ବନ୍ୟପ୍ରାଣୀଙ୍କ ଜୀବନ ନିରାପଦ ରହିବ। ପ୍ରୋଜେକ୍ଟ ଓଡ଼ିଶାରେ ପ୍ରଥମ ଥର ବୋଲି ଡିଏଫ୍‌ଓ ଧନରାଜ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୌର ତାରବାଡ଼ ବ୍ୟବସ୍ଥା କ୍ରେଚ୍‌ ହଟିଂଠାରୁ ବେହେରା ହଟିଂ ପର୍ଯ୍ୟନ୍ତ କରାଯାଇଥିବା ଚମ୍ପୁଆ ରେଞ୍ଜ ଅଧିକାରୀ ସଞ୍ଜୀବ ରାଉତ ସୂଚନା ଦେଇଛନ୍ତି।
ସମାରୋହରେ କେନ୍ଦୁଝର ଡିଏଫ୍‌ଓଙ୍କ ସମେତ ଯୋଡ଼ା ପୌରପାଳିକା ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ, ଏସିଏଫ୍‌ ଅଶୋକ ଦାସ, ଘନଶ୍ୟାମ ମହାନ୍ତ, ଚମ୍ପୁଆ ରେଞ୍ଜ୍‌ ଅଧିକାରୀ ରାଉତ, ଯୋଡ଼ା ଫରେଷ୍ଟର ଅନିରୁଦ୍ଧ ପଣ୍ଡା, ଚମ୍ପୁଆ ଫରେଷ୍ଟର ପିଅନ ନାଏକ, ବାମେବାରି ଫରେଷ୍ଟର ରତ୍ନାକର ମହାନ୍ତ, ବାଲିବନ୍ଧ ଫରେଷ୍ଟର ବୁଲୁ ନାହାକ, ଫରେଷ୍ଟ ଗାର୍ଡ ନିଲମ ମହାନ୍ତ, ମାଞ୍ଚିନ ମାରାଣ୍ଡି, ବିନୋଦ ବିହାରୀ ବେହେରାଙ୍କ ସମେତ ଯୋଡ଼ା ସେକ୍ସନର ବନ ସ୍କ୍ବାଡ୍‌ ଉପସ୍ଥିତ ଥିଲେ। ଏହା ସହିତ ଓଡ଼ିଶା ଖଣି ନିଗମର ରିଜିଓନାଲ ମ୍ୟାନେଜର ଅବନୀକାନ୍ତ ପ୍ରଧାନଙ୍କ ସହିତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଗତ ମେ ୧୯ରେ ବେହେରା ହଟିଂ ଠାରେ ରେଳ ଦୁର୍ଘଟଣାରେ ୩ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ରେଳ ମନ୍ତ୍ରଣାଳୟକୁ ରେଳ ଗାଡ଼ିର ଗତିକୁ ଘଣ୍ଟା ପ୍ରତି ୨୦ରୁ ୩୦କି.ମି. ବେଗରେ ଚଳାଇବା ପାଇଁ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ୨ଟା...

ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର...

ମାଟ୍ରିକ ପରୀକ୍ଷାରେ ଚମକିଲେ ଦିବ୍ୟ ପ୍ରସାଦ

ପାଟଣା,୨୬।୫(ବୀର କିଶୋର ଦାଶ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ କଟକ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି…

ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍‌ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ...

ମୋରଡ଼ା ବ୍ଲକର ଦୁଇ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ କୃତକାର୍ଯ୍ୟ

ମୋରଡ଼ା,୨୬ା୫(ସ୍ମାରକ ମାଜୀ): ରବିବାର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଦୁଇଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି।...

ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲା ଟପ୍ପର ହେଲେ ସାଇପ୍ରଜ୍ଞା

ଦେବଗଡ଼,୨୬ା୫(ଶଶାଙ୍କ ଶେଖର ଝାଙ୍କର): ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଦେବଗଡ଼ ଜିଲାର ସହର ଶିଶୁମନ୍ଦିର ଛାତ୍ରୀ ଓ୍ବାର୍ଡନମ୍ବର ୩ ମଠ ସାହିର...

ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରଙ୍କ ସଫଳତା

ବାଲିଗୁଡ଼ା,୨୬ା୫(ସଞ୍ଜୟ କୁମାର ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri