Posted inଖେଳ

ମହିଳା ଫୁଟ୍‌ବଲ ଯୋଡ଼ିଲା ନୂଆ ଅଧ୍ୟାୟ

ଭୁବନେଶ୍ୱରରେ ଏବେ ମହିଳା ଫୁଟ୍‌ବଲ୍‌ର ରାଇଜିଂ ଷ୍ଟାର୍‌ଙ୍କ ସମାଗମ। ଅକ୍ଟୋବର ୧୧ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ। ଏହା ଭୁବନେଶ୍ୱର ସମେତ ଗୋଆ ଓ ନଭି ମୁମ୍ବାଇରେ ଅନୁଷ୍ଠିତ ହେବ। ହକି ବିଶ୍ୱକପ ପରେ ଏବେ ଫିଫାର ଏକ ମେଗା ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଅଗ୍ରସର ହୋଇଛି ଓଡ଼ିଶା। ମହିଳା ଫୁଟ୍‌ବଲ ଯୋଡ଼ିଛି ନୂଆ ଅଧ୍ୟାୟ…

ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଓଡ଼ିଶା ଆଉପାଦେ ଆଗକୁ ବଢ଼ିଛି। ହକି ବିଶ୍ୱକପ ସମେତ ପାଖାପାଖି ଡଜନେ ହକି ଇଭେଣ୍ଟ ସମେତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌, ମହିଳା ଗୋଲ୍ଡକପ୍‌ ଫୁଟବଲ, ୨୦ ବର୍ଷରୁ କମ୍‌ ସାଉଥ୍‌ ଏସିଆନ ଫୁଟବଲ ଚାମ୍ପିୟନଶିପ୍‌, ଇଣ୍ଡିଆ ଏ-୧ ଫ୍ୟୁଚର ଟେନିସ, ୧୮ ବର୍ଷରୁ କମ୍‌ ଏସିଆନ ରଗ୍‌ବୀ ସେଭେନ୍ସ ଆଦି ଆୟୋଜନ କରି ସାରିଥିବା ଓଡ଼ିଶା ଏବେ ୧୭ ବର୍ଷରୁ କମ୍‌ ବର୍ଗରେ ପ୍ରଥମଥରପାଇଁ ମହିଳା ଫିଫା ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ଏହି ପ୍ରତିଯୋଗିତା ଭାରତରେ ମଧ୍ୟ ପ୍ରଥମଥରପାଇଁ ଆୟୋଜନ ହେବାକୁ ଯାଉଛି। ଏହା ଭୁବନେଶ୍ୱର ସମେତ ନଭି ମୁମ୍ବାଇ ଓ ଗୋଆରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୧ରେ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ଏହାର ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳିବ।
ଗ୍ରୁପ୍‌ ‘ଏ’ରେ ଭାରତ
ପ୍ରତିଯୋଗିତାର ଡ୍ର’ ଅନୁସାରେ ଭାରତ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ର ଅନ୍ୟ ୩ ଦଳ ହେଲେ ଆମେରିକା, ମରକ୍କୋ ଓ ବ୍ରାଜିଲ। ଭାରତ ଏଥର ପ୍ରଥମଥରପାଇଁ ବିଶ୍ୱକପ ସ୍ବାଦ ଚାଖିବାକୁ ଯାଉଥିବାବେଳେ ମରକ୍କୋ ମଧ୍ୟ ଡେବ୍ୟୁ କରିବ। ଅନ୍ୟପକ୍ଷରେ ଆମେରିକା ୫ମ ଓ ବ୍ରାଜିଲ ୬ଷ୍ଠ ଥରପାଇଁ ଏହି ବିଶ୍ୱକପ ଖେଳିବାକୁ ଯାଉଛି। ୨୦୦୮ରେ ଆମେରିକା ଏହାର ଶ୍ରେଷ୍ଠ ପ୍ରଦର୍ଶନ କରି ରନର୍ସଅପ୍‌ ହୋଇଥିଲା। ସେହିପରି ବ୍ରାଜିଲ ୨୦୧୦ ଓ ୨୦୧୨ରେ ୨ ଥର କ୍ୱାର୍ଟର ଫାଇନାଲ ଖେଳିସାରିଛି। ତେଣୁ ଆଗାମୀ ଟୁର୍ନାମେଣ୍ଟ ଭାରତ ପାଇଁ କଷ୍ଟସାଧ୍ୟ ହେବା ନିଶ୍ଚିତ। ଇତି ମଧ୍ୟରେ ବ୍ରାଜିଲ ଦଳ ଭୁବନେଶ୍ୱରରେ ପହଞ୍ଚତ୍ ଅଭ୍ୟାସ ଆରମ୍ଭ କରିଛି। ସେପ୍ଟେମ୍ବର ୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜକ ସହର (ଭୁବନେଶ୍ୱର) ଲୋଗୋ ଉନ୍ମୋଚନ କରିଥିଲେ। ସେବେଠାରୁ ରାଜ୍ୟର ବିଭିନ୍ନ ସହରରେ ଫୁଟବଲ କାର୍ନିଭାଲ ଆରମ୍ଭ ହୋଇଯାଇଛି।
କିକ୍‌ ଅଫ୍‌ ଦି ଡ୍ରିମ୍‌
ଟୁର୍ନାମେଣ୍ଟର ଅଫିସିଆଲ୍‌ ସ୍ଲୋଗାନ ‘କିକ୍‌ ଅଫ୍‌ ଦି ଡ୍ରିମ୍‌’ ରଖାଯାଇଛି। ୨୦୨୦ ଫେବୃୟାରୀରେ ଏହାର ଶୁଭାରମ୍ଭ କରାଯାଇଥିଲା। ପ୍ରତିଯୋଗିତାର ଏହା ହେଉଛି ୭ମ ସଂସ୍କରଣ। ଏଥିରେ ୬ଟି କନ୍‌ଫେଡେରେଶନର ୧୬ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଭାରତ ଓ ମରକ୍କୋ ବ୍ୟତୀତ ତାଞ୍ଜାନିଆ ମଧ୍ୟ ଏଥର ପ୍ରତିଯୋଗିତାରେ ଡେବ୍ୟୁ କରିବାକୁ ଯାଉଛି। ୨୦୧୮ରେ ଚାମ୍ପିୟନ ହୋଇଥିବାରୁ ସ୍ପେନ୍‌ ଡିଫେଣ୍ଡିଂ ଚାମ୍ପିୟନଭାବେ ଟୁର୍ନାମେଣ୍ଟ ଖେଳିବ।
ଆକର୍ଷଣରେ ୩ ଚାମ୍ପିୟନ
ଟୁର୍ନାମେଣ୍ଟରେ ଏଥର ୩ ଚାମ୍ପିୟନ ଦଳକୁ ଦେଖିବାକୁ ମିଳିବ। ଏହି ଦଳଗୁଡ଼ିକ ହେଲେ ଜାପାନ, ଫ୍ରାନ୍ସ ଓ ସ୍ପେନ୍‌। ଜାପାନ ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ଫ୍ରାନ୍ସ ୨୦୧୨ ଓ ସ୍ପେନ୍‌ ୨୦୧୮ରେ ଟାଇଟଲ ହାସଲ କରିଥିଲେ। ତେଣୁ ସ୍ବାଭାବିକଭାବେ ଏହି ୩ ଦଳ ଆକର୍ଷଣର କେନ୍ଦ୍ରରେ ରହିଛନ୍ତି। ଏହା ବ୍ୟତୀତ ୨ ଫାଇନାଲିଷ୍ଟ ମେକ୍ସିକୋ (୨୦୧୮) ଓ ଆମେରିକା (୨୦୦୮) ମଧ୍ୟ ଟକ୍କର ଦେବାକୁ ପ୍ରସ୍ତୁତ।
ନଭି ମୁମ୍ବାଇରେ ଫାଇନାଲ
ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଅନୁସାରେ ପ୍ରତି ଗ୍ରୁପ୍‌ରୁ ୨ଟି ଲେଖାଏ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ। ଯଦି ୨ରୁ ଊର୍ଦ୍ଧ୍ୱ ଦଳ ସମାନ ପଏଣ୍ଟରେ ରହିବେ ତେବେ ସେ କ୍ଷେତ୍ରରେ ଗୋଲ ବ୍ୟବଧାନ ଦେଖାଯିବ। ଯଦି ଏଥିରେ ମଧ୍ୟ ସମାଧାନର ସୂତ୍ର ନ ମିଳିଲା ତେବେ ଲିଗ୍‌ ପର୍ଯ୍ୟାୟରେ କେଉଁ ଦଳ କେତେ ଗୋଲ ଦେଇଛି ତାହାକୁ ବିଚାରକୁ ନିଆଯିବ। ଅକ୍ଟୋବର ୨୧ରେ ୨ଟି କ୍ୱାର୍ଟର ଫାଇନାଲ ନଭି ମୁମ୍ବାଇସ୍ଥିତ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଏବଂ ୨୨ରେ ଅନ୍ୟ ୨ଟି କ୍ୱାର୍ଟର ଫାଇନାଲ ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯିବ। ଅକ୍ଟୋବର ୨୬ ତାରିଖରେ ୨ଟି ଯାକ ସେମିଫାଇନାଲ ଗୋଆରେ ଅନୁଷ୍ଠିତ ହେବ। ବ୍ରୋଞ୍ଜ ପଦକ ମ୍ୟାଚ ଏବଂ ଫାଇନାଲ ନଭି ମୁମ୍ବାଇରେ ଅକ୍ଟୋବର ୩୦ରେ ଆୟୋଜନ ହେବ।

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ

ଗ୍ରୁପ୍‌ ‘ଏ’: ଭାରତ, ଆମେରିକା, ମରକ୍କୋ, ବ୍ରାଜିଲ
ଗ୍ରୁପ୍‌ ‘ବି’: ଜର୍ମାନୀ, ନାଇଜେରିଆ, ଚିଲି, ନ୍ୟୁଜିଲାଣ୍ଡ
ଗ୍ରୁପ୍‌ ‘ସି’: ସ୍ପେନ୍‌, କଲମ୍ବିଆ, ମେକ୍ସିକୋ, ଚାଇନା
ଗ୍ରୁପ୍‌ ‘ଡି’: ଜାପାନ, ତାଞ୍ଜାନିଆ, କାନାଡ଼ା, ଫ୍ରାନ୍ସ

-ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri