ଭୁବନେଶ୍ୱର,୭।୧୦:ବିଶ୍ୱର ଲୋକପ୍ରିୟ ଜୁଏଲେରି ବ୍ରାଣ୍ଡ୍ ଜୟଆଲୁକ୍କାସ୍ ଜୁଏଲେରି ଭାରତ ବଜାରରେ ତା’ର ଅବସ୍ଥିତି ଜାହିର ସାଙ୍ଗକୁ ଶାଖା ବିସ୍ତାର କରିଚାଲିଛି। ଏପରିକି ଖୁବ୍ଶୀଘ୍ର ଭୁବନେଶ୍ୱରର ଶହୀଦନଗର(ଜନପଥ)ଠାରେ ତା’ର ପ୍ରଥମ ଷ୍ଟୋର (ଶୋ’ରୁମ୍) ଖୋଲିବାକୁ ଯାଉଛି। ବିଶେଷକରି ସହରର ଅଳଙ୍କାରପ୍ରେମୀମାନେ ଶୋ’ରୁମ୍ ଉଦ୍ଘାଟନ ଅବସରରେ ଆକର୍ଷଣୀୟ ଅଫର ପାଇପାରିବେ। ଏହି ଅତ୍ୟାଧନୁକି ଶୋ’ରୁମ୍ ବିଶ୍ୱସ୍ତରୀୟ ଶୈଳୀ ଅନୁଯାୟୀ ଡିଜାଇନ ହୋଇଛି। ଏଥିରେ ରହିଥିବା ପ୍ରିମିୟମ ବୈଶିଷ୍ଟ୍ୟ ଓ ସୁବିଧା ଅଳଙ୍କାର ପ୍ରେମୀମାନଙ୍କୁ ସୁଖଦ ତଥା ଅଭିନବ ଶପିଂ ଅନୁଭୂତି ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୬ ପୂର୍ବାହ୍ନ ୧୧.୩୦ ସମୟରେ ଶୋ’ରୁମ୍ର ଉଦ୍ଘାଟନୀ ସମାରୋହ କାର୍ଯ୍ୟକ୍ରମ ରହିଛି। ଏହାର ଆଧୁନିକ ସାଜସଜ୍ଜା ସହ ଭୁବନେଶ୍ୱର ବାସିନ୍ଦାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯଥେଷ୍ଟ ଶପିଂ ଏବଂ ପାର୍କିଂ ସ୍ଥାନ ରଖାଯାଇଛି। ଉଦ୍ଘାଟନୀ ସମାରୋହ ଅବସରରେ ଆକର୍ଷଣୀୟ ଅଫର ଦିଆଯିବ। ଗ୍ରାହକମାନେ ଶୋ’ରୁମ୍ ପରିଦର୍ଶନ କରି ବିଶ୍ୱସ୍ତରୀୟ ଆଧୁନିକ ଏବଂ ଉତ୍କୃଷ୍ଟ ଗହଣା ସମ୍ଭାର ଦେଖିପାରିବେ ଏବଂ ପୂର୍ବରୁ କେବେ ଦେଖି ନ ଥବା ଅତୁଳନୀୟ ଗହଣା କିଣିବାର ଅନୁଭୂତି ମଧ୍ୟ ପାଇପାରିବେ। ଏ ସମ୍ପର୍କରେ ଜୟଆଲୁକ୍କାସ୍ ଇଣ୍ଡିଆ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଜୟ ଆଲୁକ୍କାସ୍ କହଛନ୍ତି, ଆମେ ଅତୁଳନୀୟ ଗହଣା କିଣିବା ଅନୁଭୂତି ପ୍ରଦାନ କରିବା ଲାଗି ସଙ୍କଳ୍ପବଦ୍ଧ ଏବଂ ଭୁବନେଶ୍ୱରବାସୀ ନିଶ୍ଚିତ ଭାବେ ଏହି ଅନୁଭୂତି ହାସଲ କରିପାରିବେ। ବିଶେଷକରି ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ, ଆମେ ସେମାନଙ୍କୁ ଶ୍ରେଷ୍ଠ ଓ ବ୍ୟାପକ ଶ୍ରେଣୀର ଅଳଙ୍କାର ସମ୍ଭାର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛୁ। ଏଠାକାର ଅଳଙ୍କାରପ୍ରେମୀ ଗ୍ରାହକମାନଙ୍କୁ ପ୍ରିମିୟମ ଏବଂ ବାଧାମୁକ୍ତ ଅନୁଭୂତି ପ୍ରଦାନ କରିବା ଲାଗି ମୋର ସହଯୋଗୀମାନେ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଆମ ଷ୍ଟୋରର ସୁନ୍ଦର ବାତାବରଣ, ଗହଣାର ବିସ୍ତୃତ ସମ୍ଭାର, ଶ୍ରେଷ୍ଠତମ ଗ୍ରାହକ ସେବା ସହ ଆକର୍ଷଣୀୟ ଉଦ୍ଘାଟନୀ ଅଫର ଓ ଉପହାର ଗ୍ରାହକଙ୍କ ଖୁସିକୁ ଦୁଇଗୁଣିତ କରି ଦେବ। ଶୋ’ରୁମ୍ ଉଦ୍ଘାଟନୀ ସମାରୋହକୁ ଆସିବା ସହ ଏକ ଆନନ୍ଦଦାୟକ ଅଳଙ୍କାର ଶପିଂ ଅନୁଭୂତି ହାସଲ କରିବା ଲାଗି ମଁୁ ସମସ୍ତ ଭୁବନେଶ୍ୱରବାସୀଙ୍କୁ ସ୍ବାଗତ ଜଣାଉଛି।
ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା: ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ
ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...
‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’
ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...
ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍ କାର୍ଡ, ଲାଇଫଟାଇମ୍ ଯାଏ Free
ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...
ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ
ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...
ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା
ଦୁବାଇ,୧୯।୧୨: ସିନିଅର୍ ମେନ୍ସ ଏସିଆ କପ୍ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...
ଛତୁଆ ବିଲ୍ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ
ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...
ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …
ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...
ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ
ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...
Archives


