ଚୋରି କରି ପ୍ରସ୍ତୁତ କରାଯାଇଛି ‘ଆଦିପୁରୁଷ’ର ପୋଷ୍ଟର!

ମୁମ୍ବାଇ: ସାଉଥ୍ ଷ୍ଟାର ପ୍ରଭାସ, କ୍ରିତି ସାନନ ଓ ଶୈଫ ଅଲି ଖାଁ ଷ୍ଟାରର ଅପକମିଂ ଫିଲ୍ମ ଆଦିପୁରୁଷର ଟିଜର ରିଲିଜ ହେବା ପରେ ଫିଲ୍ମ ଲଗାତାର ଭାବେ ବିବାଦରେ ରହି ଆସୁଛି । ପ୍ରଥମେ ଫିଲ୍ମକୁ ସୋସିଆଲ ମିଡିଆରେ ଟ୍ରୋଲର ସାମ୍ନା କରିବାକୁ ପଡିଲା । ପୁଣି ସର୍ବ ବ୍ରାହ୍ମଣ ମହାସଭା ରାମାୟଣର ଇସଲାମିକରଣ କରିଥିବା ଅଭିଯୋଗ ଆଣି ଫିଲ୍ମର ନିର୍ଦ୍ଦେଶକ ଓମ ରାଉତଙ୍କ ନାମରେ ଲିଗାଲ ନୋଟିସ ପଠାଇଲା । ଏହା ସହ ଚେତାବନୀ ଦିଆଗଲା କି ୭ ଦିନ ମଧ୍ୟରେ ଫିଲ୍ମରୁ ବିବାଦୀୟ ଦୃଶ୍ୟ ନ ହଟାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ । ଏବେ ଏହାର ପୋଷ୍ଟର ଚୋରି କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଏକ ଆନିମେଶନ ଷ୍ଟୁଡିଓ ବାନରସେନା ବାଦି କରିଛି କି ଆଦିପୁରୁଷର ପୋଷ୍ଟର ଚୋରି କରାଯାଇଛି । ଷ୍ଟିଡିଓ ଇନଷ୍ଟାଗ୍ରାମରେ ଆଦିପୁରଷର ପୋଷ୍ଟର ସହ ଭଗବାନ ଶିବଙ୍କ ପୋଷ୍ଟର କୋଲାଜ କରି ଶେୟାର କରିଛି । ଷ୍ଟୁଡିଓର ପୋଷ୍ଟରରେ ଭଗବାନ ଶିବ ହାତରେ ଧନୁ ଧରିଥିବା ଦେଖାଯାଇଛି ଆଉ ଠିକ୍ ସେହିଭଳି ଭାବେ ପ୍ରଭାସ ହାତରେ ଧନୁ ଧରିଥିବାର ନଜର ଆସିଛି ।
ଷ୍ଟୁଡିଓ କହିଛି ଟି ସିରିଜ ଲଜ୍ୟା କରିବା କଥା । ଆପଣ ଅରିଜନାଲ କ୍ରିଏଟରକୁ ଟ୍ୟାଗ କରିବାର ଥିଲା ଯିଏ ଏହାକୁ ପ୍ରସ୍ତୁତ କରିଛନ୍ତି । ସୂଚନାଯୋଗ୍ୟ, ଆନିମେଶନ ଷ୍ଟୁଡିଓ ପରେ ଏହି ପୋଷ୍ଟକୁ ଡିଲିଟ କରି ଦେଇଛି । ବାନରସେନା ଆନିମେଶନ ଷ୍ଟୁଡିଓର ଆର୍ଟିଷ୍ଟ ବିବେକ ରାମ ଲିଙ୍କଡଇନରେ ବି ଫିଲ୍ମ ମେକର୍ସଙ୍କୁ ଦୋଷାରୋପ କରିଛନ୍ତି । ସେ କହିଛନ୍ତି ତାଙ୍କ ଆର୍ଟୱାର୍କକୁ ଫିଲ୍ମ ମେକର୍ସ ବ୍ୟବହାର କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri