କଟକରେ ଭି-ବଜାରର ୨ୟ ଷ୍ଟୋର ଉଦ୍‌ଘାଟିତ

କଟକ,୪।୧୦: ଦେଶର ପ୍ରମୁଖ ଫ୍ୟାଶନ ସେଗ୍‌ମେଣ୍ଟ ‘ଭି-ବଜାର’ ପକ୍ଷରୁ ସ୍ଥାନୀୟ ବାଦାମବାଡ଼ିରେ ଆଉ ଏକ ଷ୍ଟୋରର ଶୁଭାରମ୍ଭ କରାଯାଇଛି। କଟକ ସହରରେ ଥିବା ଭି-ବଜାର ଷ୍ଟୋର ପ୍ରତି ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଏହି ଷ୍ଟୋରର ଉଦ୍‌ଘାଟନ କରାଯାଇଛି। ଏ ସମ୍ପର୍କରେ ଭି-ବଜାରର ସିଏମ୍‌ଡି ହେମନ୍ତ ଅଗ୍ରଓ୍ବାଲ କହିଛନ୍ତି, କଟକ ସହରରେ ଗୋଟିଏ ଷ୍ଟୋର ଥିବାବେଳେ ଏଠାକାର ଗ୍ରାହକଙ୍କ ପାଇଁ ଆଉ ଗୋଟିଏ ଷ୍ଟୋର ଖୋଲିଥିବାରୁ ଆମେ ବେଶ୍‌ ଆନନ୍ଦିତ। କଟକରେ ଆମର ଏହି ଷ୍ଟୋର ସହ ଓଡ଼ିଶାରେ ମୋଟ ୬ଟି ଷ୍ଟୋର ଓ ବିଭିନ୍ନ ସ୍ଥାନରେ ୮୮ଟି ଷ୍ଟୋର ରହିଛି। ଆମେ ଗ୍ରାହକଙ୍କୁ ଉତ୍ତମ ମାନର ସେବା ଓ ଆନ୍ତର୍ଜାତିକ ଶପିଂ ଅନୁଭୂତି ପ୍ରଦାନ କରିବାକୁ ସର୍ବଦା ଚେଷ୍ଟା କରିବୁ। ଏଠାରେ ସବୁ ପ୍ରକାର ଅତ୍ୟାଧୁନିକ ଫ୍ୟାଶନ ସାମଗ୍ରୀ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ୮୭୦୦ ବର୍ଗଫୁଟ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଏହି ଅତ୍ୟାଧୁନିକ ଷ୍ଟୋରରେ ବିଭିନ୍ନ ବ୍ରାଣ୍ଡର ପୋଷାକ ଯଥା ଶାର୍ଟ, ପ୍ୟାଣ୍ଟ, ଜିନ୍ସ, ଲେଗିନ୍ସ, ପାଇଜାମା, ଟ୍ରାକ୍‌ସୁଟ, କୁର୍ତ୍ତା, ପାଇଜାମା, ସେର୍‌ୱାନି, ଫ୍ୟାନ୍‌ସି ଶାଢ଼ି, ଡିଜାଇନର ସୁଟ୍‌, କଟନ୍‌ ସୁଟ୍‌, ଟି-ଶାର୍ଟ ଇତ୍ୟାଦି ଉପଲବ୍ଧ ରହିଛି। ଏପରିକି ୧୪୯୯ ଟଙ୍କାରେ କିଣାକିଣି ଉପରେ ୪୪୯ ଟଙ୍କାର ଏକ କଣ୍ଟେନର ସେଟ୍‌, ୩୪୯୯ ଟଙ୍କାର କିଣାକିଣି ଉପରେ ୭୯୯ ଟଙ୍କାର ଏକ ପୁଡିଂ ସେଟ ସହ ଶପିଂ ଭାଉଚର ଏବଂ ୪୯୯୯ ଟଙ୍କାର କ୍ରୟ ଉପରେ ୧୦୦୦ ଟଙ୍କାର ଏକ ଡବଲ୍‌ ବେଡ୍‌ଶିଟ ସହ ତକିଆ ଓ ୫୦୦ ଟଙ୍କାର ଏକ ଭାଉଚର ପାଇପାରିବେ। ଏହା ସହ ଆହୁରି ଅନେକ ଆକର୍ଷଣୀୟ ଅଫର ମଧ୍ୟ ଗ୍ରାହକଙ୍କ ପାଇଁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri