ପ୍ରସ୍ତାବରେ ଅଟକିଛି ବ୍ରହ୍ମପୁର ଟ୍ରକ୍‌ ଟର୍ମିନାଲ

ଛତ୍ରପୁର,୩୦ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଉପକଣ୍ଠରେ ଟ୍ରକ୍‌ ଟର୍ମିନାଲ ପ୍ରତିଷ୍ଠା ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। ଏଥିପାଇଁ ଚିହ୍ନଟ ଜମି ବାଣିଜ୍ୟ ଓ ପରିବହନ ବିଭାଗ ନଁାରେ କରାଯିବାରେ ବିଳମ୍ବ ହୋଇଛି। ଏହାର ପ୍ରତିଷ୍ଠା ଏକପ୍ରକାର ପ୍ରସ୍ତାବରେ ଅଟକିଛି। ବିଶେଷକରି ବ୍ରହ୍ମପୁର ସହରକୁ ଦୈନିକ ଶତାଧିକ ଟ୍ରକ୍‌ ବିଭିନ୍ନ ମାଲ ନେଇ ପ୍ରବେଶ କରିଥାନ୍ତି। ଏଥିସହ ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁରରେ ଥିବା ଏଫ୍‌ସିଆଇ(ଭାରତ ଖାଦ୍ୟ ନିଗମ)ଗୋଦାମକୁ ମଧ୍ୟ ଶତାଧିକ ଟ୍ରକ୍‌ ଆସି ମାଲ ଲୋଡିଂ ଓ ଅନ୍‌ଲୋଡିଂ କରିଥାନ୍ତି। ସେହିପରି ଜଗନ୍ନାଥପୁର ରେଲୱେ ଷ୍ଟେଶନରେ ମଧ୍ୟ ସାର, ଗହମ ଆଦିର ରେକ୍‌ ମଧ୍ୟ ଲାଗିଥାଏ। ଏଠାରୁ ଟ୍ରକ୍‌ ଯୋଗେ ମାଲ ପରିବହନ କରି ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳକୁ ପଠାଯାଇଥାଏ। ଏଥିଲାଗି ବ୍ରହ୍ମପୁର ସହର ଓ ତା’ର ଚତୁଃପାର୍ଶ୍ୱରେ ଦୈନିକ ଟ୍ରାଫିକ୍‌ ଜାମ୍‌ ସାଧାରଣ କଥା ହେଲାଣି। ବ୍ରହ୍ମପୁର ସହର, ଜଗନ୍ନାଥପୁର ଏଫ୍‌ସିଆଇ ଗୋଦାମ ଓ ରେଲୱେ ଷ୍ଟେଶନକୁ ଦୈନିକ ଯିବା ଆସିବା କରୁଥିବା ଶତାଧିକ ଟ୍ରକ୍‌ ଏନଏଚ୍‌-୧୬ ଦେଇ ଆସିଥାନ୍ତି। ଫଳରେ ଦୈନିକ ବହୁ ଟ୍ରକ୍‌ ଏନଏଚ୍‌ ଉପରେ ଅଟକି ରହୁଥିବା ଦେଖିବାକୁ ମିଳିଥାଏ। ଏଥିଲାଗି ଏନଏଚ୍‌ରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି।
ଏନଏଚ୍‌ ଓ ବ୍ରହ୍ମପୁର ସହରରେ ଏପରି ଟ୍ରକ୍‌ କିଭଳି ନ ରହିବ ସେନେଇ ବ୍ରହ୍ମପୁର ସହର ବାହାରେ ତଥା ଉପକଣ୍ଠରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ଟ୍ରକ୍‌ ଟର୍ମିନାଲ ପ୍ରତିଷ୍ଠା ପାଇଁ ପରିକଳ୍ପନା କରାଯାଇଥିଲା। ରାଜ୍ୟ ସରକାର ଏହାକୁ ମଞ୍ଜୁର ଦେଇଥିଲେ। ଏହାପରେ ଉକ୍ତ ଟ୍ରକ୍‌ ଟର୍ମିନାଲ ପ୍ରତିଷ୍ଠା ପାଇଁ ଜମି ଖୋଜା ଯାଇଥିଲା। ଜିଲାର ଚିକିଟି ତହସିଲ ଅଧୀନ ଗିରିସୋଲା ମୌଜାରେ ୧୪.୬୬୧ ଏକର ଜମିରେ ଏହା ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିଲା। ଏଥିପାଇଁ ନିୟମ ଅନୁଯାୟୀ ଉକ୍ତ ସାଇଟ ସମ୍ପର୍କରେ ଚିକିଟି ତହସିଲଦାରଙ୍କୁ ଏପ୍ରିଲ ୩୦ରେ ଚିଠି (ନମ୍ବର ୨୮୨୪) ପରିବହନ ବିଭାଗ ପକ୍ଷରୁ ପଠାଯାଇଥିଲା। ତେବେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପରେ ପୁଣି ଏ ସମ୍ପର୍କରେ ବ୍ରହ୍ମପୁର ଉପଜିଲାପାଳଙ୍କୁ ମେ’ ୧୧ରେ ଏକ ଚିଠି (ନଂ-୨୨୬୧) ପରିବହନ ବିଭାଗ ପକ୍ଷରୁ ପଠାଯାଇଥିଲା।
ଏହା ଉପରେ ଚିକିଟି ତହସିଲଦାରଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ବ୍ରହ୍ମପୁର ଉପଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲ ପାଇଁ ଚିହ୍ନଟ ଉକ୍ତ ଜମି ଅର୍ଥ ବିଭାଗ ଅଧୀନରେ ରହିଛି। ଏଣୁ ଉକ୍ତ ଜମିକୁ ଭୁବନେଶ୍ୱରସ୍ଥିତ ରାଜ୍ୟ ବାଣିଜ୍ୟ ପରିବହନ ବିଭାଗ ନାଁରେ କରିବାକୁ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ପଠାଯାଇଥିଲା। ତେବେ ଏହି ପ୍ରକ୍ରିୟା ବିଳମ୍ବ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

‘ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ’

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍‌ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri