ଗୋଟିଏ ଦିନରେ ବିଜେଡି କାର୍ଯ୍ୟକ୍ରମ କରିବାକୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ବର,୩୦ା୯(ବ୍ୟୁରୋ): ଭାଜପା କାର୍ଯ୍ୟକ୍ରମକୁ ବିଜେଡି ଡରୁଛି କି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସଭା ଯେଉଁଦିନ ସେଦିନ କାହିଁକି ବିଜେଡି ସମ୍ମିଳନୀ କଲା। ଭାଜପାକୁ ସେମାନଙ୍କ ଏତେ ଭୟ କାହିଁକି ବୋଲି ପ୍ରଶ୍ନକରି ବର୍ଷିଛନ୍ତି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ଜନତା ମଇଦାନଠାରେ ଗୁରୁବାର ଅନୁଷ୍ଠିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉଦ୍‌ବୋଧନ ଦେବା ଅବସରରେ ଅପରାଜିତା କହିଛନ୍ତି, ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ଦଳର ଡର ଅଛି କି। ଭାଜପା ସଭାପତି ଆସିବା ଶୁଣି ତରବରରେ ବରମୁଣ୍ଡା ପଡ଼ିଆରେ ସଭା କଲେ। ଆଉ କେବେ ସେମାନଙ୍କୁ ସମୟ ହେଲା ନାହିଁ। ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୧୦୦୮ ମଣ୍ଡଳରୁ କର୍ମୀ ଆସିଛନ୍ତି। ସେମାନଙ୍କୁ ରୋକିବାକୁ ପ୍ରଶାସନ ଲାଗିଛି। ହେଲେ ଏଥିରେ ସଫଳ ହୋଇପାରୁନାହାନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏଠିକା ମୁଖ୍ୟମନ୍ତ୍ରୀ ସାଧକ ନୁହନ୍ତି ବାଧକ। ଶକ୍ତିକେନ୍ଦ୍ରଗୁଡିକ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାରକୁ ବଙ୍ଗୋପସାଗରେ ଫିଙ୍ଗିବା ପାଇଁ ସେ ଆହ୍ବାନ କରିଛନ୍ତି।
ଭାଜପାର ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡିର ଏହି କାର୍ଯ୍ୟକ୍ରମ ନୂଆ ନୁହେଁ। ପ୍ରତିବର୍ଷ ବିଜେଡି ଜନସମ୍ପର୍କ ପଦଯାତ୍ରା କରୁଛି। ଆମେ ସବୁ ବର୍ଷ ଲୋକଙ୍କ ପାଖକୁ ଯାଉ, ସେମାନଙ୍କ ସୁବିଧା ଅସୁବିଧା ବୁଝିଥାଉ। ଦିଲ୍ଲୀ, ଗୁଜରାଟ କି ଗୋଆରୁ ନେତା ଆମେ ଧାର ଉଧାର ଆଣୁନାହୁଁ। ଆମେ ଓଡ଼ିଆ ଜାତିର ଏବଂ ମାଟିର ନେତା ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ଅଛୁ। ଦିଲ୍ଲୀ, ଗୋଆ ଓ ଗୁଜରାଟରୁ ମନ୍ତ୍ର ଆଣିଲେ ତାହା ଓଡ଼ିଶାରେ କାମ ଦେବ ନାହିଁ। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ର କାମ ଦେବ ବୋଲି ସେ କହିଛନ୍ତି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି, ୬ ଲକ୍ଷ ଘର ଲୋକଙ୍କୁ ମିଳିବ ଯାହା ଆବାସ ପୋର୍ଟାଲ ଖୋଲିଲେ ସମ୍ଭବ ସେହି ପ୍ରସଙ୍ଗ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। କେନ୍ଦ୍ରକୁ ବିଭିନ୍ନ ଯୋଜନାରେ ଯେଉଁ ପାଣ୍ଠି ଆସିବା କଥା ତାହା ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଏପରି ଅନେକ ପ୍ରସଙ୍ଗ ଅଛି ଯେଉଁଥିରେ ଓଡ଼ିଶାକୁ ହକ୍‌ ମିଳିବାର ଅଛି ସେକଥା ସେମାନେ କୁହନ୍ତୁ ବୋଲି ସସ୍ମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri