ପ୍ରେମିକଙ୍କ ନିର୍ଯାତନାରୁ ଅଧ୍ୟାପିକାଙ୍କ ଆତ୍ମହତ୍ୟା

ସମ୍ବଲପୁର,୨୮ା୯(ବ୍ୟୁରୋ): ପ୍ରେମିକ ଓ ତାଙ୍କ ପରିବାର ମାନସିକ ନିର୍ଯାତନା ଦେବା ସହ ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରୁ ସମ୍ବଲପୁର ସଦର ଥାନା ରାଶନପୁର ତୁରିପଡାର ଅଧ୍ୟାପିକା ପ୍ରିୟଙ୍କା ନାଏକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପ୍ରେମିକ ଓ ତାଙ୍କ ପରିବାର ସହ ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ ଦାବିରେ ମଙ୍ଗଳବାର ପ୍ରିୟଙ୍କାଙ୍କ ପରିବାର ଓ ସମ୍ପର୍କୀୟ ସଦର ଥାନା ପରିସରରେ ଧାରଣା ଦେଇଥିଲେ। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶତାଧିକ ମହିଳାପୁରୁଷ ଥାନା ପରିସରରେ ଭୋକଉପାସରେ ବସିରହିଥିଲେ।
ଥାନାରେ ହୋଇଥିବା ଅଭିଯୋଗ କ୍ରମେ ସୋନପୁର ଜିଲା ବିନିକାର ସୁନୀଲ ହର ଓ ପ୍ରିୟଙ୍କାଙ୍କ ମଧ୍ୟରେ ପ୍ରାୟ ଅଢେଇ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ପ୍ରିୟଙ୍କା ରାଶନପୁରସ୍ଥିତ ସରକାରୀ ଆଇଟିଆଇ କଲେଜରୁ ପଢା ସାରିଥିବାବେଳେ ସେଠାରେ ଅତିଥି ଅଧ୍ୟାପିକା ଭାବେ କାମ କରୁଥିଲେ। ସୁନିଲ ଓ ପ୍ରିୟଙ୍କାଙ୍କ ବିବାହ ପାଇଁ ଉଭୟ ପରିବାର ଭିତରେ ଆଲୋଚନା ହୋଇ ରାଜି ହୋଇଥିଲେ। ପୂଜା ପରେ ସୁନିଲଙ୍କ ପରିବାର ବିବାହ ପାଇଁ ନିର୍ବନ୍ଧ କରିବାକୁ ସ୍ଥିର ହୋଇଥିଲା। ହେଲେ କିଛିଦିନ ପୂର୍ବରୁ ଗ୍ରାମର ଜଣେ ମହିଳା ପ୍ରେମିକ ସୁନିଲଙ୍କ ଘର ସହିତ ଯୋଗଯୋଗ କରିଥିଲେ। ସେ ପ୍ରିୟଙ୍କାଙ୍କ ଚରିତ୍ରକୁ ନେଇ ସୁନିଲ ଓ ତାଙ୍କ ପରିବାରକୁ ଭୁଲ ତଥ୍ୟ ଦେଇଥିଲେ। ପ୍ରେମିକ ସୁନିଲ ଏହାକୁ ନେଇ ପ୍ରିୟଙ୍କାଙ୍କୁ ଫୋନରେ ଗାଳିଗୁଲଜ କରିଥିଲେ। ସୁନିଲଙ୍କ ପରିବାର ମଧ୍ୟ ଅନୁରୂପ ଭାବେ ପ୍ରିୟଙ୍କାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ। ଘଟଣା ଦିନ ଅର୍ଥାତ୍‌ ସେପ୍ଟେମ୍ବର ୨୪ରେ ପ୍ରିୟଙ୍କା ଶେଷଥର ପାଇଁ ସୁନିଲଙ୍କୁ ଫୋନ କରିଥିଲେ। ହୋଇଥିବା ଭୁଲ ବୁଝାମଣା ସୁଧାରିବାକୁ ଚେଷ୍ଟା କରିଥିଲେ। ଏତେ ଦିନର ପ୍ରେମସମ୍ପର୍କକୁ ଭାଙ୍ଗି ନ ଦେଇ ବିବାହ କରିବାକୁ ଅନୁରୋଧ କରିଥିଲେ। ହେଲେ ସୁନିଲ କୌଣସି କଥା ନ ଶୁଣି ପ୍ରିୟଙ୍କାଙ୍କୁ ଗାଳିଦେବା ସହ ତାଙ୍କ ଜୀବନରୁ ଦୂରେଇ ଯିବାକୁ କହିଥିଲେ। ତେଣୁ ମାନସିକ ସନ୍ତୁଳନ ହରାଇ ପ୍ରିୟଙ୍କା ଆତ୍ମହତ୍ୟା କରିଥିଲେ। ଏଥିପାଇଁ ସୁନିଲ ଓ ତାଙ୍କ ପରିବାର ଦାୟୀ। ତେଣୁ ସେମାନଙ୍କ ସହ ଗ୍ରାମର ମହିଳାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏହାଛଡା ସୋମବାରଠାରୁ ସଦର ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ୨୬୦/୨୨ରେ ମାମଲା ରୁଜୁ କରିବା ସହ ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ପୋଲିସ ହାତ ଖାଲି ବୋଲି ଅଭିଯୋଗ କରିଥିଲେ। ପରେ ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁୁ ସେଠାରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଅଭିଯୋଗ ଉପରେ ମାମଲା ରୁଜୁ ହୋଇଛି। ପୋଲିସର ଏକ ଟିମ୍‌ ପ୍ରେମିକ ଘର ବିନିକା ଯାଇଛି। ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri