ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣଙ୍କ ସ୍କୁଲ ବ୍ୟାଗ୍ ଭିତରୁ ଏକ ସାପକୁ ବାହାର କରୁଛନ୍ତି। ସେ ବ୍ୟାଗ୍ରୁ ସମସ୍ତ ବହି କାଢ଼ିବା ପରେ ସାପଟି ବାହାରୁଛି। ଏହା ପିଲାଙ୍କ ଜୀବନ ପ୍ରତି ବିପଦ। ଅନେକ ସମୟରେ ବ୍ୟାଗ୍ ଏବଂ ଜୋତାରେ ବର୍ଷାଦିନେ ସାପ ରହେ ସେଥି ପ୍ରତି ଦୃଷ୍ଟି ଦେବା ଜରୁରୀ । ଭିଡିଓଟି କରନ ଭସ୍ତିଆ ଟୁଇଟର ହ୍ୟାଣ୍ଡେଲ୍ରେ ଶେୟାର କରାଯାଇଛି। ଯାହା ଭାଇରାଲ ହେଉଛି।


