ସରିଲା ୨ଦିନିଆ ଫ୍ୟାଶନିଷ୍ଟା ପ୍ରଦର୍ଶନୀ

ଭୁବନେଶ୍ୱର,୨୫।୯: କ୍ରମାଗତ ୨ ଦିନ ଧରି ସ୍ଥାନୀୟ ଜୟଦେବ ବିହାରସ୍ଥିତ ହୋଟେଲ ପାଲ୍‌ ହାଇଟ୍‌ସଠାରେ ଆୟୋଜିତ ‘ଫ୍ୟାଶନିଷ୍ଟା’ ପ୍ରଦର୍ଶନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି। ବିଶେଷ କରି ସେପ୍ଟେମ୍ବର ୨୩ ଓ ୨୪ ତାରିଖ ଉକ୍ତ ପ୍ରଦର୍ଶନୀ ସହରବାସୀଙ୍କ ପାଇଁ ଉପଲବ୍ଧ ରହିଥିଲା। ଏପରିକି ପାର୍ବଣ ଉପଲକ୍ଷେ ଏଭଳି ଏକ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିବା ବେଳେ ଉଭୟ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ସାଙ୍ଗକୁ ଭଲ ବ୍ୟବସାୟ ହୋଇଥିବା ପ୍ରଦଶନୀ ସଂସ୍ଥାର ମୁଖ୍ୟ ଅଭିନେତା ପୱନ ଶଙ୍କର ମତବ୍ୟକ୍ତ କରିଛନ୍ତି। ସେହିଭଳି ଉକ୍ତ ପ୍ରଦର୍ଶନୀରେ ମୁମ୍ବାଇ, ଦିଲ୍ଲୀ, କୋଲକାତା, ଜୟପୁର, ହିମାଚଳ, ଲକ୍ଷ୍ନୌ, ଭୋପାଳ, ବେଙ୍ଗାଲୁରୁ, ରାୟପୁର, ସୁରଟ ଏବଂ ଭୁବନେଶ୍ୱର ଭଳି ପ୍ରମୁଖ ସହରରୁ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ୍‌ ବ୍ରାଣ୍ଡ୍‌ର ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ବର୍ଗର ସାମଗ୍ରୀ ଉକ୍ତ ସ୍ବତନ୍ତ୍ର ପ୍ରଦର୍ଶନୀରେ ସାମିଲ ହୋଇଥିଲା। ଏଠାରେ ପୋଷାକ, ଅଳଙ୍କାର, ଆସେସୋରି, ବିୟୁଟି ପ୍ରଡକ୍ଟ, କସ୍‌ମେଟିକ୍ସ, ଫ୍ରାଗ୍ରାନ୍ସ, ମେନ୍‌ସୱେୟାର, ହୋମ୍‌ ଡେକୋର୍‌, ଗିଫ୍ଟ, ମେନ୍‌ସ ୱେୟାର ଆଦି ପ୍ରଦର୍ଶନୀ ସହ ବିକୟ ପାଇଁ ଉପଲବ୍ଧ। ୨୦୦୮ରୁ ଫ୍ୟାଶନପ୍ରେମୀଙ୍କୁ ସେବା ପ୍ରଦାନ କରୁଥିବା ଫ୍ୟାଶନିଷ୍ଟା ବର୍ତ୍ତମାନ ସୁଦ୍ଧା ୪୦ଟି ଭାରତୀୟ ସହରରେ ୩୬୦ରୁ ଅଧିକ ପ୍ରଦର୍ଶନୀ କରିସାରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri