ମାଲାବାରରେ‘ଆର୍ଟିଷ୍ଟ୍ର ବ୍ରାଣ୍ଡେଡ୍‌ ଜୁଏଲେରି ଶୋ’

ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଚନ୍ଦ୍ରଶେଖରପୁରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୯ ଦିନିଆ ଆର୍ଟିଷ୍ଟ୍ରି ବ୍ରାଣ୍ଡେଡ୍‌ ଜୁଏଲେରି ଶୋ’ର ଶୁଭାରମ୍ଭ ଶନିବାରଠାରୁ ହୋଇଯାଇଛି। ଏହି ଶୋ ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ବିଶେଷ କରି ମାଲାବାରର ଗୋଲ୍ଡ, ଡାଇମଣ୍ଡ ଏବଂ ଜେମ୍‌ ଷ୍ଟୋନ ଜୁଏଲେରି ଆଦିକୁ ନେଇ ଉକ୍ତ ଜୁଏଲେରି ଶୋ’ର ଆୟୋଜନ କରାଯାଇଛି। ଏପରିକି ଏଥିରେ ପ୍ରଦର୍ଶିତ ହେଉଥିବା ଜୁଏଲେରିଗୁଡ଼ିକରେ କାରିଗରଙ୍କ ନିଖୁଣ କଳା ଓ ଡିଜାଇନର ସମ୍ଭାର ମଧ୍ୟ ଦେଖିବାକୁ ମିଳିବ। ଏହି ଅବସରରେ ଆଇଏନ୍‌ଡବ୍ଲ୍ୟୁଇସିର ସଦସ୍ୟା ଶ୍ରୀମୟୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ଷ୍ଟୋର ହେଡ୍‌ ମହମ୍ମଦ ଫାଜିଲ,ଷ୍ଟୋର ପରିଚାଳକ ଗୌରୀଶଙ୍କର ଆଚାର୍ଯ୍ୟଙ୍କ ସମେତ ଉକ୍ତ ଷ୍ଟୋରର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ଏହି ଶୋ ଜରିଆରେ ଉଭୟ ପ୍ରଦର୍ଶନୀ ଓ ବିକ୍ରୟ ପାଇଁ ଷ୍ଟୋରର ପ୍ରମୁଖ ଜେମ୍‌ସ ଅଳଙ୍କାର ସାଙ୍ଗକୁ ସୁନା ଓ ହୀରାର ଅନ୍ୟାନ୍ୟ ଡିଜାଇନ ମଧ୍ୟ ସାମିଲ ରହିଛି। ସେଗୁଡ଼ିକ ହେଲା ମାଇନ, ଏରା, ପ୍ରେସିଆ, ଏଥିନିକ୍ସ, ଡିଭାଇନ, ଜୌଲ ଏବଂ ଷ୍ଟାର୍‌ଲେଟ୍‌ ଭଳି ହୀରା ଓ ରତ୍ନପଥରର ଅନ୍ୟାନ୍ୟ ସଂଗ୍ରହ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଉପଲବ୍ଧ। ସେହିପରି ମାଲାବାର ହେଉଛି ଏକ ବିଶ୍ୱସନୀୟ ଅଳଙ୍କାର ବ୍ରାଣ୍ଡ, ଏହାର ସମସ୍ତ ଅଳଙ୍କାର ୧୦୦% ଗୁଣାତ୍ମକ ଏବଂ ଶୁଦ୍ଧ ବୋଲି ଗ୍ରାହକଙ୍କର ଦୀର୍ଘଦିନର ବିଶ୍ୱାସ ରହିଛି। ଅପରପକ୍ଷରେ ମାଲାବାର ଗ୍ରୁପ୍‌ ତା’ର ବ୍ୟବସାୟର ସିଂହଭାଗ ଲାଭ ଅଂଶ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟରେ ବିନିଯୋଗ କରିଥାଏ ବୋଲି ମାଲାବାରର ଓଡ଼ିଶା ବାଣିଜ୍ୟ ମୁଖ୍ୟ (ମାର୍କେଟିଂ ମ୍ୟାନେଜର) ସିଦ୍ଧେଶ୍ୱର ରଥ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri