Posted inଜାତୀୟ

ଅଧରାତିରେ ଜୟଶଙ୍କରଙ୍କୁ ଫୋନ କରି ଏମିତି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି

ନ୍ୟୁୟର୍କ,୨୩।୯: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଏକ ରୋଚକ ଘଟଣା ଶେୟାର କରିଥିଲେ। ‘ମୋଦୀ @ ୨୦: ଡ୍ରିମ୍ସ ମିଟ ଡେଲିଭରି’ ପୁସ୍ତକ ଉପରେ  ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏକ ପରିବର୍ତ୍ତନ ଆଣି ପାରିବେ କି ନାହିଁ ପ୍ରଶ୍ନରେ ଜୟଶଙ୍କର କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜେ ଏକ ପରିବର୍ତ୍ତନର ଫଳାଫଳ। ତାଙ୍କ ପରି ଜଣେ ବ୍ୟକ୍ତି ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି, ଏହା ଦର୍ଶାଉଛି ଯେ ଦେଶରେ କେତେ ପରିବର୍ତ୍ତନ ହୋଇଛି। ଯେତେବେଳେ ଆଫଗାନିସ୍ତାନ ତାଲିବାନ ଦ୍ୱାରା କବ୍‌ଜା ହୋଇଥିଲା ସେତେବେଳେ ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ସେଠାରୁ ଆଣିବା ପାଇଁ ଏକ ଅଭିଯାନ ଚାଲିଥିଲା। ପ୍ରଧାନମନ୍ତ୍ରୀ ମୋଦି ମୋତେ ମଧ୍ୟରାତ୍ରିରେ ଫୋନ କରି ସିଧାସଳଖ ପଚାରିଲେ, ଆପଣ ଜାଗ୍ରତ ଅଛନ୍ତି କି? ମୁଁ ଉତ୍ତର ହଁ ଦେଲି। ଏହା ପରେ ପ୍ରଧାନମନ୍ତ୍ରୀ ପଚାରିଲେ, ଆପଣ ଟିଭି ଦେଖୁଛନ୍ତି କି, ସେଠାରେ କ’ଣ ଘଟୁଛି? ଏହାର ଉତ୍ତରରେ ମୁଁ କହିଲି ଯେ ସହାୟତା ଅଳ୍ପ ସମୟ ମଧ୍ୟରେ ପହଞ୍ଚିବ। ଯେତେବେଳେ ସହାୟତା ପହଞ୍ଚିଯିବ, ମୋତେ ଫୋନ କରିବ। ମୁଁ କହିଲି ସାର୍‌, ଆଉ ଦୁଇରୁ ତିନି ଘଣ୍ଟା ଲାଗିବ। ଏହା ସରିବା ପରେ ପିଏମଓକୁ ଜଣାଇଦେବି। ଏହା ପରେ ପ୍ରଧାନମନ୍ତ୍ରୀ ଜୋରରେ କହିଥିଲେ, ନା, ମୋତେ ସିଧାସଳଖ ଫୋନ କରିବ। କୌଣସି ପ୍ରଧାନମନ୍ତ୍ରୀଙ୍କ ଠାରେ ଏହା ଏକ ନିଆରା ଗୁଣ ବୋଲି ଜୟଶଙ୍କର କହିଛନ୍ତି।
ସୂଚନାଯୋଗ୍ୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଇବିଏସଏସର ତ୍ରିପାକ୍ଷିକ ମନ୍ତ୍ରୀ ଆୟୋଗର ଦଶମ ବୈଠକରେ ଯୋଗ ଦେଇଥିଲେ। ସେ ଆଇବିଏସଏସର ପ୍ରକ୍ରିୟା ସମୀକ୍ଷା କରିଥିଲେ ଏବଂ ଏହାର କାର୍ଯ୍ୟକୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri