ମହାରାଣୀଙ୍କୁ ଅନ୍ତିମ ବିଦାୟ

ଲଣ୍ଡନ,୨୦।୯: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ୨ୟଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ରାଜ ପରିବାର ରୀତିନୀତି ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଓ୍ବିଣ୍ଡସର କାସ୍‌ଲେର ଐତିହାସିକ କିଙ୍ଗ୍‌ ଜର୍ଜ ୬ଷ୍ଠ ମେମୋରିଆଲ ଚାପେଲରେ ତାଙ୍କ କଫିନ୍‌କୁ ଦିବଂଗତ ସ୍ବାମୀ ପ୍ରିନ୍ସ ଚାଲର୍‌ସଙ୍କ ନିକଟରେ ସମାଧି ଦିଆଯାଇଛି। ପ୍ରାୟ ୨ ହଜାର ବିଶ୍ୱ ନେତା ମହାରଣୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଲଣ୍ଡନରେ ପହଞ୍ଚିଥିଲେ। ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ବହିର୍ବ୍ୟାପାର ସଚିବ ବିନୟ କ୍ୱାତ୍ରା ଶେଷକୃତ୍ୟରେ ସାମିଲ ହୋଇଥିଲେ। କିଙ୍ଗ୍‌ ଚାଲର୍‌ସ ୩ୟ, ପ୍ରିନ୍ସ ଓ୍ବିଲିୟମ ଓ ତାଙ୍କ ପୁଅ ପ୍ରିନ୍ସ ଜର୍ଜ, ଝିଅ ପ୍ରିନ୍ସେସ୍‌ ଚାର୍ଲୋଟେ, ପ୍ରିନ୍ସ ହ୍ୟାରି, ପ୍ରିନ୍ସେସ୍‌ ଆନେ, ପ୍ରିନ୍ସ ଏଡ୍‌ଓ୍ବାର୍ଡଙ୍କ ସମେତ ରାଜ ପରିବାର ସଦସ୍ୟ ଏଲିଜାବେଥ୍‌ଙ୍କୁ ବିଦାୟ ଜଣାଇଥିଲେ।
ଥିବାବେଳେ ୯୬ ବର୍ଷୀୟା ଏଲିଜାବେଥ ୨ୟଙ୍କ ସେପ୍ଟେମ୍ବର ୮ ତାରିଖରେ ପରଲୋକ ହୋଇଥିଲା। ପରେ ୧୧ ଦିନ ଧରି ବ୍ରିଟେନରେ ଜାତୀୟ ଶୋକ ପାଳନ କରାଯାଇଥିଲା। ପ୍ରଥମ କରି ବ୍ରିଟେନ ରାଜତନ୍ତ୍ରରେ ଏଲିଜାବେଥ ୨ୟ ୭ ଦଶନ୍ଧି ଧରି ଶାସନ ରହିଥିଲେ। ସୋମବାର ରାଜକୀୟ ଢଙ୍ଗରେ ମହାରାଣୀଙ୍କ ଶେଷକୃତ୍ୟ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ଓ୍ବେଷ୍ଟମିନଷ୍ଟର ଆବେରୁ ୪୦ କିମି ରାସ୍ତାରେ ଯାତ୍ରା କରି ମହାରାଣୀଙ୍କ କଫିନ୍‌ ଓ୍ବିଣ୍ଡସରରେ ପହଞ୍ଚିଥିଲା। ୬ ହଜାର ସଶସ୍ତ୍ର ସୈନ୍ୟ ତାଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ପୂର୍ବରୁ ଅଭ୍ୟାସ କରିଥିଲେ। ଅନ୍ତିମ ଦର୍ଶନ ପାଇଁ ପ୍ରାୟ ୮ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା। ୧୨୫ ସିନେମା ହଲ୍‌ରେ ଅନ୍ତିମ ସଂସ୍କାର ବେଳର ଦୃଶ୍ୟ ଲାଇଭ ପ୍ରସାରଣ କରାଯାଇଥିଲା। ଅନ୍ତର୍ଜାତୀୟ ଟେଲିଭିଜନରେ ମଧ୍ୟ ଏହାର ଟେଲିକାଷ୍ଟ ହୋଇଥିଲା। ପୂରା ବ୍ରିଟେନ୍‌ ୨ ମିନିଟ୍‌ ସମ୍ପୂର୍ଣ୍ଣ ନୀରବ ରହି ମହାରାଣୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲା। ମହାରାଣୀଙ୍କ ଶେଷଯାତ୍ରାବେଳେ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ (ୟୁକେ)ର ଜାତୀୟ ସଙ୍ଗୀତ ‘ଗଡ୍‌ ସେଭ୍‌ ଦ କିଙ୍ଗ୍‌’ ଗାନ କରାଯାଇଥିଲା। ବିଶ୍ୱ ନେତା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯାଇଥିଲା। ଓ୍ବେଷ୍ଟମିନଷ୍ଟର ଡିନ୍‌ ଡେଭିଡ୍‌ ହାୟନ୍‌ ଅନ୍ତିମ ସତ୍କାରର ନେତୃତ୍ୱ ନେଇଥିଲେ। କାଣ୍ଟେବୁରୀର ଆର୍କ ବିଶପ୍‌ ଜଷ୍ଟିନ୍‌ ଓ୍ବେଲ୍‌ବି ଧର୍ମ ଉପଦେଶ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଓ୍ବିନ୍‌ସନ୍‌ ଚର୍ଚ୍ଚିଲଙ୍କ ମୃତ୍ୟୁ ପରେ ୧୯୬୫ଠାରୁ ପ୍ରଥମ କରି ବ୍ରିଟେନ୍‌ରେ ଐତିହାସିକ ଢଙ୍ଗରେ ଷ୍ଟେଟ୍‌ ଫ୍ୟୁନେରାଲ ଆୟୋଜିତ ହୋଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ ବାଇବେଲ୍‌ର ସନ୍ଦର୍ଭ ପାଠ କରିଥିଲେ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ସ୍ତ୍ରୀ ଜିଲ୍‌ ବାଇଡେନ୍‌, ଜାପାନ ରାଜା ନାରୁହିତୋ, ରାଣୀ ମାସାକୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ, ସ୍ତ୍ରୀ ବ୍ରିଡ୍‌ଗେଟେ ମାକ୍‌ରଁ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ୍‌, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମେତ ଶତାଧିକ ରାଷ୍ଟ୍ରମୁଖ୍ୟ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri