ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ଆମିକସ୍‌କ୍ୟୁରି

କୋଣାର୍କ,୧୬।୯(ଡି.ଏନ୍‌.ଏ.)- ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରେ ଦୀର୍ଘ ବର୍ଷ ଧରି ଭର୍ତ୍ତି ହୋଇଥିବା ବାଲିକୁ ବାହାର କରିବା ପାଇଁ ନିକଟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ)ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି(କୋର୍ଟ ମିତ୍ର) ଆଇନଜୀବୀ ନଗେନ୍ଦ୍ର କୁମାର ମହାନ୍ତି ଶୁକ୍ରବାର ଅପରାହ୍ନରେ ସୂର୍ଯ୍ୟମନ୍ଦିର ଉପଦେଷ୍ଟା ବିଶେଷଜ୍ଞ କମିଟିର ସଦସ୍ୟ ଡ. ନାରାୟଣ ଚନ୍ଦ୍ର ପାଲଙ୍କ ସହିତ ଆସି କାର୍ଯ୍ୟ ପରଖିଛନ୍ତି।

କାର୍ଯ୍ୟ ଦେଖିବା ପରେ ଆମିକସ୍‌କ୍ୟୁରି ମହାନ୍ତି କହିଛନ୍ତି, ଏବେ ଏଏସ୍‌ଆଇ ବାଲି ନିଷ୍କାସନ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତି ଚଳାଇଛି। ବର୍ଷକ ପରେ ବାଲି ନିଷ୍କାସନ ପ୍ରକ୍ରିୟା ସମ୍ପର୍କିତ ଚିତ୍ର ସ୍ପଷ୍ଟ ହେବ। ସୂର୍ଯ୍ୟମନ୍ଦିର ସଂରକ୍ଷଣ ସମସ୍ୟାକୁ ନେଇ ୨୦୨୦ ଫେବୃୟାରୀ ୨୮ ଓ ୨୯ ରେ ହୋଇଥିବା ଜାତୀୟ ସେମିନାରରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ ନ କରି ଅଢେଇ ବର୍ଷ ଧରି ଏଏସ୍‌ଆଇ ନୀରବତା ଅବଲମ୍ବନ କରିଥିଲା। ଏବେ ବାଲି ନିଷ୍କାସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବାଲି ନିଷ୍କାସନ ଦ୍ୱାରା ଗର୍ଭଗୃହର କୌଣସି କ୍ଷତି ହେବ ନାହିଁ ବୋଲି ଏଏସ୍‌ଆଇ ପ୍ରତଶ୍ରୁତି ଦେଇଛି। ଆମେ ଆଶା କରିବା ଏଏସ୍‌ଆଇ ଏଥିରେ ସଫଳ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ମା’ ଠାକୁରାଣୀଙ୍କ ଯାତ୍ରାରେ ନବମ ଦିନରେ ପ୍ରକମ୍ପିତ ଗୌଡ଼ ସାହି

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମା’ ଠାକୁରାଣୀଙ୍କ ଯାତ୍ରା ୯ମ ଦିନରେ ପହଞ୍ଚିଛି। ଏହି ୯ଦିନ ଧରି ଦାରିଙ୍ଗବାଡ଼ିି ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରତିଦିନ...

ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ

ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍‌ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି...

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

ଅତାବିରା ଆସନ ପାଇଁ ଜୟକ୍ରିଷ୍ଣାଙ୍କ ନାମାଙ୍କନପତ୍ର ଦାଖଲ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri