Posted inଖେଳ

ରିଫ୍ରେଶର କୋର୍ସ ଭାରୋତ୍ତୋଳନ ବିକାଶରେ ସହାୟକ ହେବ: ସାନ୍ଧୁ

ଭୁବନେଶ୍ୱର, ୧୫।୯ (କ୍ରୀଡ଼ା ପ୍ରତିନିଧି): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ଫେଡେରେଶନ (ଆଇଡବ୍ଲ୍ୟୁଏଲ୍‌ଏଫ୍‌)ର ମିଳିତ ଉଦ୍ୟମରେ କଳିଙ୍ଗ ଷ୍ଟାଡିୟମରେ ଏକ ୩ ଦିନିଆ ଟେକ୍ନିକାଲ ଅଫିସିଆଲ ରିଫ୍ରେଶର କୋର୍ସ (ନ୍ୟାଶନାଲ କାଟେଗୋରି-୨ ଓ କାଟେଗୋରି-୧) ଏବଂ ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଲେଭଲ-୧ ସାର୍ଟିଫିକେଶନ ଇଣ୍ଟ୍ରୋଡକ୍ଟରି କୋର୍ସ ଅନୁଷ୍ଠିତ ହୋଇଯାଇଛି। ଏହା ୧୨ ତାରିଖରୁ ଆରମ୍ଭ ହୋଇ ୧୪ରେ ଶେଷ ହୋଇଛି। ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୋଚ୍‌ ପାଲ୍‌ ସିଂ ସାନ୍ଧୁ ଏବଂ ଆଇଡବ୍ଲ୍ୟୁଏଲ୍‌ଏଫ୍‌ର ବୈଷୟିକ ଅଧିକାରୀ କୁମ୍ବାସି ସୁବ୍ରମଣ୍ୟ ଏହି ଟ୍ରେନିଂ ପ୍ରୋଗ୍ରାମକୁ ପରିଚାଳନା କରିଥିଲେ। ଏଥିରେ ଓଡ଼ିଶାର ମୋଟ ୨୨ କୋଚ୍‌ ଅଂଶଗ୍ରହଣ କରିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ପ୍ରତିନିଧିତ୍ୱ କରିବା ପାଇଁ ରାଜ୍ୟରେ କ୍ୱାଲିଫାଏଡ ଟେକ୍ନିକାଲ ଅଫିସିଆଲଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
”ଓଡ଼ିଶାରେ ବୈଷୟିକ ଦୃଷ୍ଟିରୁ ଅଧିକାରୀଙ୍କ ସଂଖ୍ୟା ଅଳ୍ପ। ଏହି କାର୍ଯ୍ୟକ୍ରମ ଦ୍ୱାରା ଆମେ ଅଂଶଗ୍ରହଣକାରୀଙ୍କ ଦକ୍ଷତା ଜାଣିପାରିଲୁ। ଏକ ପରୀକ୍ଷା କରାଯାଇଛି। ମେରିଟ ଭିତ୍ତିରେ ସେମାନେ ନ୍ୟାଶନାଲ କାଟେଗୋରି -୨ ଓ କାଟେଗୋରି -୧ ରେଫରି ପାଇଁ ଯୋଗ୍ୟତା ଅର୍ଜନ କରିବେ“ ବୋଲି ପାଲ୍‌ ସିଂ ସାନ୍ଧୁ ପ୍ରକାଶ କରିଛନ୍ତି। ନ୍ୟାଶନାଲ-୧ କାଟେଗୋରି ପାଇଁ ଯୋଗ୍ୟତା ଅର୍ଜନ କରିଥିବା ରେଫରିମାନେ ଜାତୀୟ ଓ ରାଜ୍ୟସ୍ତରୀୟ ଚାମ୍ପିୟନଶିପ୍‌ ପରିଚାଳନା କରିପାରିବେ। କାଟେଗୋରି-୨ ରେଫରି ଜିଲାସ୍ତରରେ ପ୍ରତିଯୋଗିତା ପରିଚାଳନା କରିବେ। ଦୀର୍ଘକାଳୀନଭିତ୍ତିରେ ଏହି ପ୍ରକ୍ରିୟା ଜାରି ରହିଲେ ଏହା ଓଡ଼ିଶାରେ ଭାରୋତ୍ତୋଳନର ବିକାଶରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଭାରୋତ୍ତୋଳକଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବାର ଦକ୍ଷତା ଅଛି ବୋଲି ସୁବ୍ରମଣ୍ୟ କହିଛନ୍ତି। ”୩ ଦିନିଆ କୋର୍ସ ଓଡ଼ିଶାର ଭାରୋତ୍ତୋଳନ ଦୃଶ୍ୟପଟରେ ପରିବର୍ତ୍ତନ ଆଣିବ। ଆମେ ଏକ ପରୀକ୍ଷା କରିଛୁ, ଯାହାକି ଭାରତୀୟ ଭାରୋତ୍ତୋଳନ ଫେଡେରେଶନ ଦ୍ୱାରା ସ୍ବୀକୃତିପ୍ରାପ୍ତ। ଯୋଗ୍ୟତାସମ୍ପନ୍ନ ଅଂଶଗ୍ରହଣକାରୀମାନେ ବୈଷୟିକ ଅଧିକାରୀ ହୋଇପାରିବେ। କ୍ୱାଲିଟି ବୈଷୟିକ ଅଧିକାରୀ ବାହାର କରିବା ପାଇଁ ପ୍ରଥମଥର ପାଇଁ ଦେଶରେ ଏକ ରାଜ୍ୟ ସରକାର ଭାରୋତ୍ତୋଳନରେ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି କ୍ରୀଡ଼ାକୁ ପ୍ରମୋଟ କରିବା ପାଇଁ ଅନ୍ୟ ରାଜ୍ୟମାନେ ମଧ୍ୟ ଏପରି ପଦକ୍ଷେପ ନେବା ଆବଶ୍ୟକ“ ବୋଲି ସୁବ୍ରମଣ୍ୟ ପ୍ରକାଶ କରିଛନ୍ତି।
ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ବ୍ରହ୍ମପୁରର ପଦ୍ମିନୀ ପାଢ଼ୀ କହିଛନ୍ତି ଯେ, ଭାରୋତ୍ତୋଳନ ଇଭେଣ୍ଟ ଅବସରରେ ବିଭିନ୍ନ ପାରାମିଟର ଜଜ୍‌ କରିବା ପାଇଁ ରିଫ୍ରେଶର କୋର୍ସ ଆମକୁ ଅନେକ ସାହାଯ୍ୟ କରିଛି। ଆମେ ବିଭିନ୍ନ ନୀତି ନିୟମ ସମ୍ପର୍କରେ ଅବଗତ ହେଲୁ, ଯାହାକି ପ୍ରତିଯୋଗିତା ସମୟରେ ଆମକୁ ସହାୟତା କରିବ। ସେହିପରି ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ବାଳିକାଙ୍କ ପାଇଁ ଭାରୋତ୍ତୋଳନ କୋଚ୍‌ ଦାୟିତ୍ୱ ନିର୍ବାହ କରୁଥିବା ଧର୍ମା ରାଓଙ୍କ ମତରେ, ଏହା ଓଡ଼ିଶାର କୋଚ୍‌ମାନଙ୍କୁ ଜଣେ ରେଫରିଭାବେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକର ବିଭିନ୍ନ କାଟେଗୋରିରେ ଅଂଶଗ୍ରହଣ ପାଇଁ ସହାୟତା କରିବ। ପୂର୍ବତନ ଜାତୀୟ ଭାରୋତ୍ତୋଳିକା ରାନୁ ମହାନ୍ତି କହିଛନ୍ତି ଯେ, ଏପରି କୋର୍ସ ସିନିୟର ଖେଳାଳିଙ୍କୁ ମୋଟିଭେଟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri