କାକାଡୁ ସମରାଭ୍ୟାସ-୨୦୨୨: ଅଷ୍ଟ୍ରେଲିଆ ପହଞ୍ଚିଲା ଆଇଏନଏସ୍‌ ସତପୁରା…

ମେଲବୋର୍ନ, ୧୩।୯ : ଭାରତୀୟ ନୌସେନାର ଆଇଏନଏସ୍‌ ସତପୁରା ଏବଂ ପି-୮ ଆଇ ସାମୁଦ୍ରିକ ପାଟ୍ରୋଲିଂ ବିମାନ ରୟାଲ ଅଷ୍ଟ୍ରେଲିୟ ନୌସେନା ଦ୍ୱାରା ପରିଚାଳିତ କାକାଡୁ ସମରାଭ୍ୟାସ-୨୦୨୨ରେ ଭାଗ ନେବାକୁ ଅଷ୍ଟ୍ରେଲିଆର ଡାର୍ବିନରେ ପହଞ୍ଚିଛି।

ଭାରତୀୟ ନୌସେନାରୁ ମିଳିଥିବା ସୂଚନା ଅନୁଯାୟୀ, ୧୪ଟି ନୌସେନା ଜାହାଜ ଏବଂ ସମୁଦ୍ର ଯାନ ଏହି ବହୁରାଷ୍ଟ୍ରୀୟ ସମରାଭ୍ୟାସରେ ସାମିଲ ହେବେ। ଏହି ଅଭ୍ୟାସ ଉଭୟ ବନ୍ଦର ଏବଂ ସମୁଦ୍ରରେ ଦୁଇ ସପ୍ତାହ ପର୍ଯ୍ୟନ୍ତ କରାଯିବ। ସମରାଭ୍ୟାସର ବନ୍ଦର ପର୍ଯ୍ୟାୟରେ, ଜାହାଜର କର୍ମଚାରୀମାନେ ଅଂଶଗ୍ରହଣକାରୀ ନୌସେନା ସହିତ କାର୍ଯ୍ୟକ୍ଷମ ଯୋଜନା ଉପରେ ମତାମତ ଆଦାନପ୍ରଦାନ କରିବେ।

ଭାରତୀୟ ନୌସେନା କହିଛି ଯେ ଭାରତ ଏବଂ ଜାପାନର ନୌସେନା ମଧ୍ୟରେ ସାମୁଦ୍ରିକ ଅଭ୍ୟାସ ଜିମେକ୍ସ-୨୦୨୨ର ଷଷ୍ଠ ସଂସ୍କରଣ ୧୧ ସେପ୍ଟେମ୍ବରରେ ବଙ୍ଗୋପସାଗରରେ ଆରମ୍ଭ ହୋଇଛି। ଭାରତୀୟ ନୌସେନାକୁ ତିନୋଟି ସ୍ବଦେଶୀ ଭାବେ ଡିଜାଇନ ଏବଂ ନିର୍ମିତ ହୋଇଥିବା ଯୁଦ୍ଧ ଜାହାଜ ଦ୍ୱାରା ପ୍ରତିନିଧିତ୍ୱ କରାଯାଉଛି। ଗାଇଡେଡ ମିଜାଇଲ ବିନାଶକ ରଣବିଜୟ, ଫ୍ଲାଇଟ ଟ୍ୟାଙ୍କର୍‌ ଜ୍ୟୋତି, ଅଫଶୋର ପାଟ୍ରୋଲ ଭେସେଲ ସୁକନ୍ୟା, ବୁଡ଼ାଜାହାଜ, ଏଆଇଜି-୨୯ କେ ଯୁଦ୍ଧ ବିମାନ, ଲଙ୍ଗ ରେଞ୍ଜ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଏବଂ ଜାହାଜ ଚାଳିତ ହେଲିକପ୍ଟର ମଧ୍ୟ ଏହି ସମରାଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri