ରାଜଧାନୀରେ ଝଲସିବ ଯୋଧପୁର ରାଜପ୍ରାସାଦ

ଭୁବନେଶ୍ୱର, ୧୩।୯ (ବ୍ୟୁରୋ):ମା’ ଜଗଜ୍ଜନନୀଙ୍କ ଆବାହନ ପାଇଁ ଏବେଠୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ବାରି ହୋଇପଡୁଛି। ସମସ୍ତେ ମା’ଙ୍କ ଧରାବତରଣ ପାଇଁ ଚାହିଁ ବସିଛନ୍ତି। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତିକୁ ମଧ୍ୟ ଜୋର୍‌ଦାର କରାଯାଇଛି। ୨୨ ବର୍ଷ ପୂରଣ କରିଥିବା ବରମୁଣ୍ଡା ଦୂର୍ଗାପୂଜା କମିଟି ଏଥର ୨୩ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷର ପୂଜା ବ୍ୟୟ ଅଟକଳ ୨୫ରୁ ୩୦ ଲକ୍ଷ ଟଙ୍କା ରହିଛି। ପ୍ରତିଥର ନୂଆ ନୂଆ ତୋରଣ କରି ସ୍ବତନ୍ତ୍ରତା ବଜାୟ ରଖୁଥିବା ଏହି ପୂଜା କମିଟି ଏଥର ଶ୍ରଦ୍ଧାଳୁଙ୍କୁ ରାଜସ୍ଥାନ ଯୋଧପୁର ରାଜପ୍ରସାଦ ଭେଟି ଦେଉଛି। ରାଜପୁତଙ୍କ ଐତିହ୍ୟର ଗାଥା ବହନ କରୁଥିବା ଏହି ତୋରଣରେ ଝଲସିବ ସହର। ୧୨୦ ଫୁଟ ଚଉଡା ଓ ୮୫ ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ ନିର୍ମାଣ ପାଇଁ ପଶ୍ଚିମବଙ୍ଗ ମେଦିନିପୁରର କାରିଗର ସୁବାଷ ମଣ୍ଡଳ ଓ ସାଥୀ ଲାଗିପଡ଼ିଛନ୍ତି। ସେହିପରି ମା’ଙ୍କ ପ୍ରତିମାର ଉଚ୍ଚତା ୧୪ ଫୁଟ ରହିବ। ଏହାକୁ କେନ୍ଦ୍ରାପଡ଼ା ମାର୍ଶାଘାଇର କାରିଗର ନିର୍ମାଣ କରୁଛନ୍ତି। ସୁନାର ଟିକା, ସିନ୍ଥି, କାନଫୁଲ ସହିତ ୧୫କେଜି ରୁପାରେ ସଜେଇ ହେବେ ମା’ ଦଶଭୂଜା। ସପ୍ତମୀରେ ପ୍ରାୟ ୩ହଜାର ଲୋକଙ୍କ ପାଇଁ ମାଗଣା ପ୍ରସାଦ ସେବନର ଆୟୋଜନ କରାଯାଇଥିବାବେଳେ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସପ୍ତମୀରେ ନିମାପଡ଼ାର ପାରମ୍ପରିକ ଘୋଡ଼ାନାଚ ସହିତ ଅଷ୍ଟମୀରେ କଟକର ମେଲୋଡି ଏବଂ ନବମୀରେ ବ୍ରହ୍ମପୁରର ମେଲୋଡି ପରିବେଷଣ କରାଯିବ। ସେହିପରି ମୀନାବଜାର, ବିପଦମୁକ୍ତ ଦୋଳିର ବ୍ୟବସ୍ଥା ମଧ୍ୟ ରହିବ।
ଅପରପକ୍ଷେ ଦୀର୍ଘ ୨ ବର୍ଷ ପରେ ପୁଣିଥରେ ଫେରିବ ରାବଣ ପୋଡ଼ି। ୬୫ ଫୁଟ ରାବଣ ମୂର୍ତ୍ତି ତିଆରି ଦାୟିତ୍ୱ ନେଇଛନ୍ତି ପୁରୁଣା ଭୁବନେଶ୍ୱରର କାରିଗର। ସରକାରଙ୍କ ନିୟମ ଅନୁଯାୟୀ କମ୍‌ ଶବ୍ଦଯୁକ୍ତ ବାଣ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାୟ ୭୦ଜଣ ଭଲ୍ୟୁଣ୍ଟରଙ୍କୁ ନିୟୋଜିତ ହେବେ। ମହିଳାଙ୍କ ସୁରକ୍ଷା ତଥା ସହାୟତା ପାଇଁ ମହିଳା ଭଲ୍ୟୁଣ୍ଟର ମଧ୍ୟ ରହିବେ। ମଣ୍ଡପ ଓ ଏହା ଆଖପାଖରେ ୧୦ ସିସିଟିଭି କ୍ୟାମେରା ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri