Posted inଖେଳ

ଇରଫାନ-ହରଭଜନ ପ୍ରଥମ ମ୍ୟାଚ

ଭୁବନେଶ୍ୱର,୧୩ା୯(ସ୍ପୋଟର୍‌ସ ବ୍ୟୁରୋ):ଭାରତରେ ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟର ଦ୍ୱିତୀୟ ସଂସ୍କରଣ ଖେଳାଯିବ। ସେପ୍ଟେମ୍ବର ୧୮ରୁ ଦେଶର ୬ଟି ସହରରେ ସମୁଦାୟ ୧୬ଟି ମ୍ୟାଚ ଖେଳାଯିବ। ରାଉଣ୍ଡ ରବିନ୍‌ ଲିଗ୍‌ ଫର୍ମାଟ୍‌ରେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟଟି ଅନୁଷ୍ଠିତ ହେବ। କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ସେପ୍ଟେମ୍ବର ୨୬, ୨୭ ଓ ୨୯ରେ ଲିଜେଣ୍ଡ୍ସ କ୍ରିକେଟ୍‌ ଲିଗ୍‌ର ୩ଟି ମ୍ୟାଚ ଖେଳାଯିବ। ୨୬ ତାରିଖରେ ଇରଫାନ ପଠାନଙ୍କ ଭିଲ୍‌ଓ୍ବାରା କିଙ୍ଗ୍ସ ଓ ହରଭଜନ ସିଂଙ୍କ ମହିପାଲ ଟାଇଗର୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଲିଜେଣ୍ଡ୍ସ ଲିଗ୍‌ର ସହ ପ୍ରତିଷ୍ଠାତା ରମଣ ରାହେଜା ସୋମବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏହି ଲିଗ୍‌ ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରିଛନ୍ତି। ଓଡ଼ିଶା ନିଜକୁ ଦେଶର ସ୍ପୋଟର୍‌ସ ହବ୍‌ ଭାବରେ ପ୍ରତିଷ୍ଠିତ କରିଛି। ଓଡ଼ିଶାରେ ଲିଜେଣ୍ଡ୍ସ ଲିଗ୍‌ ଆୟୋଜନ ହେଉଥିବାରୁ ଆମେ ଅତ୍ୟନ୍ତ ଖୁସି ବୋଲି ସେ ପ୍ରକାଶ କରିଥିଲେ। ଓଡ଼ିଶାରେ ହକି, ଫୁଟ୍‌ବଲ, ଖୋ ଖୋ ଏବଂ କବାଡ଼ି ପରି ଖେଳ ବେଶ୍‌ ଲୋକପ୍ରିୟ ହୋଇପାରିଥିବା ବେଳେ ଆଗାମୀ ଦିନରେ ଲିଜେଣ୍ଡ୍ସ ଲିଗ୍‌ ମଧ୍ୟ ସମାନ ଲୋକପ୍ରିୟତା ହାସଲ କରିବ ବୋଲି ରାହେଜା ପ୍ରକାଶ କରିଥିଲେ। ସଦ୍ୟ ଅବସରପ୍ରାପ୍ତ କିମ୍ବଦନ୍ତୀ କ୍ରିକେଟରମାନଙ୍କୁ ଏହି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଲିଗ୍‌ରେ ଦେଖିବାକୁ ମିଳିବ। ଚଳିତ ସଂସ୍କରଣରେ ୧୧୦ ଖେଳାଳି ନିଜକୁ ପଞ୍ଜୀକୃତ କରିଛନ୍ତି ବୋଲି ସେ କହିଥିଲେ।
ଏହି ଲିଗ୍‌ରେ ସମସ୍ତ ୧୬ ମ୍ୟାଚ୍‌ରେ ଆଇସିସି ସ୍ବୀକୃତିପ୍ରାପ୍ତ ମହିଳା ଅମ୍ପାୟର ଓ ରେଫରିମାନେ ମ୍ୟାଚ ପରିଚାଳନା କରିବାର ସୁଯୋଗ ପାଇବେ। ବୀରେନ୍ଦ୍ର ସେହ୍ବାଗଙ୍କ ଇଣ୍ଡିଆନ ମହାରାଜା ଏବଂ ଜ୍ୟାକ୍ସ କାଲିସଙ୍କ ଓ୍ବାଲର୍‌ଡ ଜାଏଣ୍ଟ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ସମସ୍ତ ଆୟ ଖୁସି ଫାଉଣ୍ଡେଶନ ମାଧ୍ୟମରେ ମହିଳା ସଶକ୍ତୀକରଣ ଦିଗରେ ବ୍ୟୟ କରାଯିବ। ଏହି ଲିଗ୍‌ ଜରିଆରେ ବୀରେନ୍ଦ୍ର ସେହ୍ବାଗ, ଜାକ୍ସ କାଲିସ୍‌, ମହମ୍ମଦ କୈଫ୍‌, ୟୁସୁଫ୍‌ ପଠାନ, ଆର.ପି. ସିଂ, କ୍ରିସ୍‌ ଗେଲ୍‌, ଡାନିଏଲ୍‌ ଭିଟୋରୀ ଓ ମଣ୍ଟି ପନିସରଙ୍କ ଭଳି କ୍ରିକେଟରଙ୍କୁ ଦର୍ଶକମାନେ ଦେଖିବାର ସୁଯୋଗ ପାଇବେ। ଏହି ଲିଗ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୁପର ସବ୍‌(ପ୍ରତି ଦଳରେ ୧୨ ଖେଳାଳି) ନିୟମ ଆରମ୍ଭ କରାଯାଇଛି। ସେହିପରି ପ୍ରତ୍ୟେକ ଖେଳାଳିଙ୍କ ବ୍ୟାଟ୍‌ରେ ଏକ ସେନ୍‌ସର ରହିବ, ଯାହାଦ୍ୱାରା ବ୍ୟାଟ୍‌ର ସ୍ପିଡ୍‌ ସମ୍ପର୍କରେ ସୂଚନା ମିଳିବ। ଆସନ୍ତା ୨୫ ତାରିଖରେ ଭିଲ୍‌ଓ୍ବାରା କିଙ୍ଗସ ଓ ଗୋଟିଏ ଦିନ ପରେ ଅନ୍ୟ ୩ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିବ। ୩୫୦ ଓ ୫୦୦ ଟଙ୍କା ମୂଲ୍ୟରେ ବୁକ୍‌ ମାଇଁ ଶୋ’ ଓ୍ବେବ୍‌ସାଇଟରେ ଟିକେଟ ଉପଲବ୍ଧ ହେବ ଓ ମ୍ୟାଚ୍‌ ଦିନରେ ଷ୍ଟାଡିୟମରେ ବୁକ୍‌ ମାଇଁ ଶୋ’ ପକ୍ଷରୁ ଏକ କାଉଣ୍ଟର ଖୋଲାଯିବ। ସମୁଦାୟ ୪ କୋଟି ଟଙ୍କାର ପୁରସ୍କାର ରାଶି ରଖାଯାଇଥିବା ବେଳେ ଚାମ୍ପିୟନ ଦଳକୁ ୨.୭୫ କୋଟି, ରନର୍ସ ଅପ୍‌ ଦଳକୁ ୧ କୋଟି ଏବଂ ଅବଶିଷ୍ଟ ଅର୍ଥରାଶି ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ ପ୍ଲେୟର ଅଫ୍‌ ଦ ସିରିଜ୍‌ ବିବେଚିତ ଖେଳାଳିଙ୍କୁ ପ୍ରଦାନ କରାଯିବ। ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ ପକ୍ଷରୁ ମିଳିଥିବା ସମସ୍ତ ପ୍ରକାର ସହାୟତା ଲାଗି ରାହେଜା ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଲିଜେଣ୍ଡ୍ସ ଲିଗର ପରାମର୍ଶଦାତା ବାସୁଦେବ ଭଟ୍ଟ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri