ଚାଲର୍‌ସଙ୍କ ସହ ଓଡ଼ିଶା ଜଡ଼ିତ

ପିପିଲି/ନିମାପଡ଼ା,୧୧ା୯(ଡି.ଏନ୍‌.ଏ.): ବ୍ରିଟେନ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ମୃତ୍ୟୁ ହେବା ପରେ ତାଙ୍କ ଉତ୍ତରାଧିକାରୀ ବଡ଼ ପୁଅ ପ୍ରିନ୍ସ ଚାଲର୍‌ସ ତୃତୀୟ ରାଜଗାଦି ସମ୍ଭାଳିଛନ୍ତି। ପ୍ରିନ୍ସ ଚାଲର୍‌ସ ଶନିବାର ରାଜାଭିଷେକ ହୋଇ ରାଜା ଦାୟିତ୍ୱ ନେଇଥିବାବେଳେ ବିଶ୍ୱ ସମେତ ଓଡ଼ିଶାରେ ମଧ୍ୟ ଖୁସିର ଲହରି ଖେଳିଯାଇଛି। ବିଶେଷ କରି ପୁରୀ ଜିଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଥା ପିପିଲି ସୀମାନ୍ତରେ ଥିବା ହରିପୁର ଗ୍ରାମର ଅଞ୍ଚଳବାସୀ ବେଶ୍‌ ଉତ୍ସାହିତ ହୋଇଛନ୍ତି। କାରଣ ଏହି ଗ୍ରାମକୁ ବ୍ରିଟେନ୍‌ ରାଜା ପ୍ରିନ୍ସ ଚାଲର୍‌ସ ଆସିଥିଲେ। ଏଠାରେ କିଛି ସମୟ ବିତାଇ ଲୋକଙ୍କ ସହ ଭାବବିନିମୟ କରିଥିଲେ।
କି, ୧୯୭୮ ମସିହାରେ ଓଡ଼ିଶା ସରକାର ହରିପୁର ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ରୂପେ ଘୋଷଣା କରିଥିଲେ। ତେବେ ଏହାର ଠିକ୍‌ ଦୁଇ ବର୍ଷ ପରେ ୧୯୮୦ ଡିସେମ୍ବର ୪ରେ ଯୁବରାଜ ପ୍ରିନ୍ସ ଚାଲର୍‌ସ ଓଡ଼ିଶା ଗସ୍ତରେ ଆସି ଏକ ଗ୍ରାମର କଳା, ସଂସ୍କୃତି ଓ ଚାଲିଚଳଣ ଦେଖିବା ପାଇଁ ଓଡ଼ିଶା ସରକାରଙ୍କୁ ଜଣାଇଥିଲେ। ସେହି ଅନୁସାରେ ହରିପୁର ଆଦର୍ଶ ପଞ୍ଚାୟତ ହୋଇଥିବାରୁ ହରିପୁର ଗ୍ରାମକୁ ପରିଭ୍ରମଣରେ ଆସିଥିଲେ। ହରିପୁରକୁ ଯିବା ପୂର୍ବରୁ ଚାଲର୍‌ସଙ୍କୁ ପ୍ରଥମେ ପିପିଲି ନିକଟରେ ଏକ ଭବ୍ୟ ସ୍ବାଗତ କରାଯାଇଥିଲା। ଚାର୍ଲସଙ୍କୁ ଏକ ସୁସଜ୍ଜିତ ଚାନ୍ଦୁଆ ପାଲିଙ୍କି ଥିବା ହାତୀରେ ବସାଯାଇ କିଛିବାଟ ପର୍ଯ୍ୟନ୍ତ ନିଆଯାଇଥିଲା। ସେ ସମୟରେ ତତ୍କାଳୀନ ପୁରୀ ଜିଲାପାଳ ଅଶୋକ ଦାସ ଯୁବରାଜ ଚାଲର୍‌ସଙ୍କୁ ଗ୍ରାମର ବିଭିନ୍ନ ସ୍ଥାନକୁ ବୁଲି ଦେଖାଇଥିଲେ। ବୁଲିବା ବେଳେ ନଡ଼ିଆ ଗଛ ଚଢ଼ିବା, ଧାନ ଅମଳ କରିବା, ଝୋଟି ଦେବା, ଶଗଡ଼, ଢିଙ୍କି କୁଟିବା, ଟୋକେଇ ବୁଣା ସମେତ ଗଁାର ଚାଲିଚଳଣ ପ୍ରିନ୍ସ ଚାଲର୍‌ସ ଦେଖିଥିଲେ। ଏଥିସହ ଗ୍ରାମରେ ପୂଜା ପାଉଥିବା ଶ୍ରୀ ଶ୍ରୀ ଗୋପୀନାଥଙ୍କ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ। ଏପରିକି ଗ୍ରାମବାସୀଙ୍କ ସହ ବିଶେଷ କିଛି ଆଲୋଚନା କରିବା ସହିତ ପଇଡ଼ ମଧ୍ୟ ପିଇଥିଲେ। ପ୍ରିନ୍ସ ଚାଲର୍‌ସଙ୍କ ହରିପୁରକୁ ଆସିବାର ଏହିସବୁ ସ୍ମୃତିକୁ ଗ୍ରାମର ସାମାଜିକ କର୍ମୀ ସୋମନାଥ ଦାଶ ବିବରଣୀ ପ୍ରଦାନ କରିବା ସହ ଖୁସିବ୍ୟକ୍ତ କରିଥିଲେ। ବର୍ତ୍ତମାନ ଚାର୍ଲସ ରାଜା ହେବାର ଶୁଣି ପ୍ରାୟ ୪୨ ବର୍ଷର ପୁରୁଣା ସ୍ମୃତିକୁ ଗ୍ରାମବାସୀ ମନେପକାଇ ଖୁସି ହୋଇଥିଲେ। ଏପରିକି ସାମାଜିକ କର୍ମୀ ଦାଶଙ୍କ ନେତୃତ୍ୱରେ ଗ୍ରାମବାସୀ ଗୋପୀନାଥଙ୍କ ନିକଟରେ ଦୀପଦାନ କରି ରାଜାଙ୍କ ମାଆ ଏଲିଜାବେଥଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ପ୍ରିନ୍ସ ଚାଲର୍‌ସଙ୍କ ଦୀର୍ଘାୟୁ କାମନା କରିଛନ୍ତି। ରାଜା ହେବା ପରେ ଚାଲର୍‌ସ ପୁଣିଥରେ ଗ୍ରାମକୁ ଆସିବା ନେଇ ଗ୍ରାମବାସୀ ଆଶାବାଦୀ ରହିଛନ୍ତି। ସେହିଭଳି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ସେହି ସମୟରେ ମୁଁ କଲେଜରେ ପଢ଼ୁଥାଏ। ପ୍ରିନ୍ସ ଚାଲର୍‌ସ ହରିପୁର ଗ୍ରାମକୁ ଆସିଥିବା ଖବରପାଇ ଆମେ ଶତାଧିକ ସାଙ୍ଗ ସାଇକେଲରେ ହରିପୁର ଯାଇ ତାଙ୍କୁ ଦେଖିଥିଲୁ। ସେହି ସମୟରେ ସ୍ମୃତି ଏବେ ଚାଲର୍‌ସଙ୍କ ରାଜା ହେବା ପରେ ମନେ ପଡ଼ିଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri