ଜଗତ୍‌ସିଂହପୁରରେ ହେବ ଗାମ୍ବୁସିଆ ମାଛ ଚାଷ

ଜଗତ୍‌ସିଂହପୁର ଅଫିସ, ୧୦ା୯: ଜଗତ୍‌ସିଂହପୁର ଜିଲାରେ ସନ୍ତୋଷଜନକ ଭାବେ ଅଲ୍‌ଟ୍ରାସାଉଣ୍ଡ ସେବା ଉପଲବ୍ଧ ହେଉନାହିଁ। ବିଶେଷକରି ସରକାରୀ ଡାକ୍ତରଖାନାରେ ଏହି ଅଭାବ ଚିନ୍ତାର କାରଣ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଅଲ୍‌ଟ୍ରାସାଉଣ୍ଡ ମେଶିନ ଅଛି। କିନ୍ତୁ ଏହାକୁ ଚଳାଇବା ପାଇଁ ରେଡିଓଲୋଜିଷ୍ଟ ନାହାନ୍ତି ଯଦ୍ଦ୍ବାରା ପ୍ରତ୍ୟହ ବହୁସଂଖ୍ୟକ ଲୋକ ବେସରକାରୀ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। କୁରନ୍ତ ଏହି ପଦବୀ ପୂରଣ ପାଇଁ ରୋଗୀ କଲ୍ୟାଣ ସମିତି ସଭ୍ୟ ଗୌରାଙ୍ଗ ଚରଣ ହୋତା ଦାବି କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ସମ୍ମିଳନୀ କକ୍ଷରେ ଆୟୋଜିତ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ ବୈଠକରେ ଏ କଥା ଆଲୋଚନା ହେବା ପରେ ରେଡିଓଲୋଜିଷ୍ଟ ପଦବୀ ପୂରଣ ପାଇଁ ବିଭାଗକୁ ଅନୁରୋଧ କରାଯିବ ବୋଲି କୁହାଯାଇଛି। ଜିଲାପାଳ ପାରୁଲ ପଟୱାରୀ ବୈଠକରେ ପୌରୋହିତ୍ୟ କରିଥିଲେ। ଏଥିରେ କୁହାଯାଇଥିଲା ମାଈ ଏନୋଫିଲିସ୍‌ ମଶାଙ୍କ ଯୋଗୁ ମ୍ୟାଲେରିଆ ହେଉଛି। ବିଶେଷକରି ବର୍ଷାଦିନେ ବିଭିନ୍ନ ସ୍ଥାନରେ ପାଣି ଜମି ମଶାବଂଶ ବୃଦ୍ଧି ପାଉଛି। ଏହି ମଶାଙ୍କ ଅଣ୍ଡା ବା ଲାଭା ଗାମ୍ବୁସିଆ ମାଛ ଖାଇଦିଅନ୍ତି। ତେଣୁ ଗାମ୍ବୁସିଆ ମାଛଚାଷ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜମି ଚିହ୍ନଟ ପରେ ଚାଷ ଆରମ୍ଭ ହେବ। ଗାମ୍ବୁସିଆ ଚାଷ ସଫଳ ହେଲେ ଏଗୁଡିକୁ ସହରର ଡ୍ରେନ୍‌ ଓ ପାଣି ଜମିରହି ମଶାବଂଶ ବୃଦ୍ଧି ପାଉଥିବା ସ୍ଥାନରେ ଛଡ଼ାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା। ଏହାଛଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମାତୃ ଶିଶୁ ସ୍ବାସ୍ଥ୍ୟ (ଏମ୍‌ସିଏଚ୍‌) ୱାର୍ଡ ପାଇଁ ୬ ମହଲା ବିଲ୍ଡିଂ ନିର୍ମାଣାଧୀନ ରହିଛି। ଏହି ପରିସରରେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଓ ନୂଆ ଓପିଡି ବିଲ୍ଡିଂ ୩ ମହଲା ବିଶିଷ୍ଟ। ସରକାରୀ ନିୟମ ଅନୁଯାୟୀ ୩ ଓ ତଦୂର୍ଦ୍ଧ୍ୱ ମହଲା ବିଶିଷ୍ଟ ବିଲ୍ଡିଂରେ ଫାୟାର ଏକ୍‌ଜିଟ୍‌ ଅର୍ଥାତ୍‌ ପ୍ରବେଶ ପ୍ରସ୍ଥାନ ବ୍ୟବସ୍ଥା ରହିବା ଉଚିତ। ଯେହେତୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ନାହିଁ ତେଣୁ ତାହା କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜିଲା ମୁଖ୍ୟାଳୟରେ ମୃତଦେହ ବ୍ୟବଚ୍ଛେଦ ଗୃହ ଅଛି। କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ କ୍ୟାପିଟାଲ ହସ୍ପିଟାଲର ବ୍ୟବଚ୍ଛେଦ ବିଲ୍ଡିଂ ଭଳି ଏହାକୁ କରାଯିବା ପାଇଁ ସ୍ଥିର କରାଯାଇଥିଲା। ଜମି ଚିହ୍ନଟ ପରେ ପ୍ରକ୍ରିୟା ଆଗେଇବ। ଏହା ବାଦ୍‌ ଜିଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ବିଲ୍ଡିଂ ନୂଆ ରଙ୍ଗ କୋଡ୍‌ ଆନୁଯାୟୀ ରଙ୍ଗ କରାଯିବାକୁ ପ୍ରସ୍ତାବ ରଖାଯାଇଥିଲା। ନୂତନ ବହିର୍ବିଭାଗ ସାମ୍‌ନାରେ ଥିବା ଜଗତ୍‌ସିଂହପୁର ପୌର ପରିଷଦ ପରିସ୍ରାଗାରକୁ ଉଠାଇନେବା ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ସମନ୍ବିତ ପରୀକ୍ଷାଗାର ପାଇଁ ଆର୍ଥିକ ଆକଳନ କରିବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଏଡିଏମ୍‌ଓ (ମେଡିକାଲ) ଡା. ନିମାଇଁ ଚରଣ ନାୟକ ସମିତିର ପୂର୍ବ କାର୍ଯ୍ୟକାରିଣୀ ବୈଠକର ବିବରଣୀ ଦେଇଥିଲେ। ଏଥିସହ ରୋଗୀଙ୍କୁ କିପରି ଗୁଣାତ୍ମକ ସେବା ଯୋଗାଇ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. କ୍ଷେତ୍ରବାସୀ ଦାଶ ସ୍ବାଗତ ଭାଷଣ ଦେଇଥିଲେ। ଡିପିଏମ୍‌ ଚକ୍ରଧର ଜେନା ସ୍ବାସ୍ଥ୍ୟସେବାର ଗୁଣାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ପ୍ରମୋଦ କୁମାର ବାରିକ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଆରତିପ୍ରଭା ତ୍ରିପାଠୀ, ସହକାରୀ ଯନ୍ତ୍ରୀ ଚନ୍ଦନ କୁମାର ସାହୁ, ହସ୍ପିଟାଲ ପରିଚାଳକ ଶକ୍ତିମୟୀ ସାମଲ, ଆକାଉଣ୍ଟାଣ୍ଟ ତ୍ରିଲୋଚନ ବାରିକ ଓ ରାଧାକୃଷ୍ଣ କ୍ଲବ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୪।୫: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଭଡା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଭୁବନେଶ୍ୱରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଜୟଶଙ୍କର ଦୁଇ ଦିନ ଓଡ଼ିଶାରେ ରହିବେ। ମିଳିଥିବା ସୂଚନାନୁଯାୟୀ, ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି, ଜାଣନ୍ତୁ କାରଣ…

ଭୁବନେଶ୍ୱର,୪।୫: କଂଗ୍ରେସ ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି।ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍‌ ସୁଚରିତା ଫେରାଇଥିବା ନେଇ ଆଇସିସିକୁ ଜଣାଇଛନ୍ତି। ବିନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri