Posted inଖେଳ

ପୁରୁଷ ହକି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ,୮।୯: ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୧୬ଟି ଦଳ ଚାରୋଟି ଭିନ୍ନ ଗ୍ରୁପ୍‌ରେ ସ୍ଥାନିତ କରାଯାଇଛି। ଭାରତ ଇଂଲଣ୍ଡ, ସ୍ପେନ ଏବଂ ୱେଲ୍ସ ସହିତ ଗ୍ରୁପ ଡିରେ ଅଛି। ଏଥି ସହିତ ଅଷ୍ଟ୍ରେଲିଆ ଗ୍ରୁପ ଏରେ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ଦକ୍ଷିଣ ଆଫ୍ରିକାକୁ ଗ୍ରହଣ କରିବ। ଗ୍ରୁପ ବିରେ ବେଲଜିୟମ, ଜର୍ମାନୀ, କୋରିଆ ଏବଂ ଜାପାନ ସ୍ଥାନିତ ହୋଇଛି। ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ମାଲେସିଆ ଏବଂ ଚିଲି ଗ୍ରୁପ ସିରେ ଅଛନ୍ତି। ଏହି ଟୁର୍ନାମେଣ୍ଟ ଜାନୁୟାରୀ ୧୩, ୨୦୨୩ରୁ ଜାନୁୟାରୀ ୨୯, ୨୦୨୩ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଭାରତ ଏହି ଟୁର୍ନାମେଣ୍ଟ ଆୟୋଜନ କରୁଛି। ଏଭଳି ପରିସ୍ଥିତିରେ ହକି ର଼୍ୟାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ଥିବା ଭାରତୀୟ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। କମନୱେଲଥ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଷ୍ଟ୍ରେଲିୟ ଦଳ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ଚିଲି ସହିତ ଗ୍ରୁପ-ଏରେ ସ୍ଥାନିତ ହୋଇଛି। ଗତ ଥର ଚାମ୍ପିୟନ ବେଲଜିୟମ ଏସୀୟ ଚାମ୍ପିୟନ ଦକ୍ଷିଣ କୋରିଆ, ଜର୍ମାନୀ ଏବଂ ଜାପାନ ସହିତ ଗ୍ରୁପ ବିରେ ଅଛନ୍ତି।
ହକି ବିଶ୍ୱକପର ୫୨ ବର୍ଷ ଇତିହାସରେ ଭାରତୀୟ ଦଳ କେବଳ ଥରେ ଟାଇଟଲ ଜିତିଛି। ୧୯୭୫ରେ, ଭାରତୀୟ ଦଳ ମାଲେସିଆରେ ଚାମ୍ପିଅନ ହୋଇଥିଲେ। ଏହା ବ୍ୟତୀତ ଭାରତ ୧୯୭୩ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ୧୯୭୧ରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ଅନୁଷ୍ଠିତ ହୋଇଥିଲା ଏବଂ ଟିମ ଇଣ୍ଡିଆ ତୃତୀୟ ସ୍ଥାନ ଅଧିକାର କରିଥିଲା। ଭାରତରେ ଚତୁର୍ଥ ଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜିତ ହେଉଛି। ଭାରତ ପୂର୍ବରୁ ୧୯୮୨, ୨୦୧୦ ଏବଂ ୨୦୧୮ରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିଲା। ହକି ବିଶ୍ୱକପ ଇତିହାସରେ ପାକିସ୍ତାନ ସବୁଠାରୁ ସଫଳ ଦଳ। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ସର୍ବାଧିକ ଚାରିଥର ଜିତିଛି।

Image


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri