Posted inଫୁରସତ

ଖରାରେ ଶୋଇଥିଲା ହାତୀଛୁଆ, ଅଧିକାରୀ କଲେ ଏମିତି କାମ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଗୁଡିକ ମଧ୍ୟରୁ ସବୁଠୁ ସୁନ୍ଦର ହେଉଛି ପଶୁପକ୍ଷୀଙ୍କ ଭିଡିଓ। ଯେଉଁଥିରେ ଏମାନେ ସୁନ୍ଦର କାର୍ଯ୍ୟ କରି ଦର୍ଶକଙ୍କ ମନ ଜିଣିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଅଧିକାରୀ ଛୁଆହାତୀ ଉପରେ ନିଜର ସ୍ନେହ ଏବଂ ଭଲପାଇବା ଦେଖାଇଛନ୍ତି।

ହାତୀ ଦୁନିଆର କିଛି ବଡ଼ ଜୀବଙ୍କ ମଧ୍ୟରୁ ଅନ୍ୟତମ। କିନ୍ତୁ ଏମାନେ ବହୁତ ଶାନ୍ତ ଏବଂ ବୁଦ୍ଧିମାନ ଅଟନ୍ତି। ଏହି ଭିଡିଓରେ ହାତୀଛୁଆ ଜଙ୍ଗଲରେ ଶୋଇଥିବାର ନଜର ଆସିଛି। ଭିଡିଓରେ ଅଧିକାରୀମାନେ କିପରି ଭାବରେ ତା’ର ଯତ୍ନ ନେଉଛନ୍ତି, ତାହା ଦେଖି ଆପଣଙ୍କ ହୃଦୟ ଖୁସିରେ ନାଚି ଉଠିବ।

ହାତୀଛୁଆଟି ଜଙ୍ଗଲରେ ଶୋଇଥିବା ବେଳେ ଏହା ଉପରେ ସୂର୍ଯ୍ୟକିରଣ ପଡ଼ିଛି। ଏହା ଦେଖି ଜଣେ ବନ ଅଧିକାରୀ ତା’ ସାମ୍ନାରେ ଏକ ଛତା ଧରି ଠିଆ ହୋଇଛନ୍ତି। ଫଳରେ ହାତୀଛୁଆଟି ଆରାମରେ ଶୋଇଯାଇଛି। ଜଙ୍ଗଲ ଅଧିକାରୀଙ୍କ ଏକ ଟିମ୍‌ ଛୁଆହାତୀର ଯତ୍ନ ନେଉଥିବା ଏବଂ ମା ହାତୀକୁ ଅପେକ୍ଷା କରିଥିବା ଦେଖାଯାଇଛି। ଏହି ଭିଡିଓ ଦେଖିବା ପରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ସୁନ୍ଦର ସମ୍ପର୍କ ଆହୁରି ମଧୁମୟ ହୋଇଉଠିଛି।

 

ଭିଡିଓକୁ ଆଇଏଏସ ଅଧିକାରୀ ସୁପ୍ରିୟା ସାହୁ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ଏହି ହୃଦୟସ୍ପର୍ଶୀ ଭିଡିଓ, ଶେୟାର କରିବା ଯେଉଁଠାରେ ଆପଣ ଏକ ଶୋଇଥିବା ହାତୀକୁ ନିଜ ମା ସହିତ ମିଳିତ କରିବାର ସଫଳ ଉଦ୍ୟମ ସମୟରେ ଛାଇ ପ୍ରଦାନ କରୁଥିବା #TNForesters ଦେଖିପାରିବେ। ତାଙ୍କର ପ୍ରେମ, ଯତ୍ନ ଏବଂ ଚିନ୍ତାଧାରା ସମଗ୍ର ପ୍ରୟାସକୁ ମୂଲ୍ୟବାନ କରିଛି।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି । ଶହ ଶହ ଲୋକ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି। ଅନେକ ଲୋକ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି। କିଛି ୟୁଜର ଲେଖିଛନ୍ତି, ଏହିପରି ମୂଲ୍ୟବାନ ଜୀବ ସମସ୍ତଙ୍କ ପ୍ରେମ ଏବଂ ଯତ୍ନର ଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri