କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୯: ଦେଶର ପ୍ରମୁଖ ପିଓର-ପ୍ଲେ କ୍ରେଡିଟ୍‌ କାର୍ଡ ଜାରିକର୍ତ୍ତା ଏସ୍‌ବିଆଇ କାର୍ଡ ପକ୍ଷରୁ ନିକଟରେ ‘କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡ ହେଉଛି ଉଦ୍ୟୋଗର ପ୍ରଥମ କ୍ୟାଶ୍‌ବ୍ୟାକ୍‌ ଉପରେ ଧ୍ୟାନ ଆକର୍ଷଣ କରୁଥିବା କ୍ରେଡିଟ୍‌ କାର୍ଡ, ଯାହା ସହାୟତାରେ କାର୍ଡଧାରୀମାନେ ସେମାନଙ୍କର ସମସ୍ତ ପ୍ରକାର ଅନ୍‌ଲାଇନ ଖର୍ଚ୍ଚରେ ୫% କ୍ୟାଶ୍‌ବ୍ୟାକ୍‌ ସୁବିଧା ପାଇପାରିବେ ଓ ଏଥିରେ କୌଣସି ପ୍ରକାର ବାଣିଜି୍ୟକ ପ୍ରତିବନ୍ଧକ ରହିବ ନାହିଁ। ଏହା ସମସ୍ତ ବର୍ଗର ଗ୍ରାହକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ମାସଠାରୁ ଆରମ୍ଭକରି ପ୍ରିମିୟମ ପର୍ଯ୍ୟନ୍ତ ଏହି କାର୍ଡ ସରଳ, ସିମ୍‌ଲେସ୍‌ ଓ ସମ୍ପୂର୍ଣ୍ଣ ଡିଜିଟାଲ ଜଏନିଂ ଅନୁଭବ ପ୍ରଦାନ କରିଥାଏ। ସମଗ୍ର ଭାରତର ଗ୍ରାହକମାନଙ୍କ ପାଇଁ ଟିୟର ୨ ଓ ଟିୟର ୩ ସହର ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେମାନେ ମଧ୍ୟ ଘରେ ବସି ‘ଏସ୍‌ବିଆଇ କାର୍ଡ ସ୍ପ୍ରିଣ୍ଟ’ର ଡିଜିଟାଲ ଆପ୍ଲିକେଶନ ପ୍ଲାଟ୍‌ଫର୍ମ ମାଧ୍ୟମରେ କ୍ଲିକ୍‌ କରି ତୁରନ୍ତ କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡକୁ ସହଜରେ ପାଇପାରିବେ। ଏକ ସ୍ବତନ୍ତ୍ର ଅଫର ଭାବରେ ଏହି କଣ୍ଟାକ୍ଟଲେସ୍‌ କାର୍ଡଟି ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମାଗଣା ରହିଛି। ଏହାର ଦୃଢ଼ କାର୍ଯ୍ୟକାରିତା କାରଣରୁ କ୍ୟାସ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡ ଗ୍ରାହକମାନେ ସମସ୍ତ ଖର୍ଚ୍ଚରେ ଅନ୍‌ଲିମିଟେଡ୍‌ ୧% କ୍ୟାଶ୍‌ବ୍ୟାକ୍‌ ପାଇପାରିବେ। କ୍ୟାଶ୍‌ବ୍ୟାକ୍‌ ପରିମାଣ ଅନ୍‌ଲାଇନ ଖର୍ଚ୍ଚରେ ୫%କୁ ବୃଦ୍ଧିପାଇବ ଯାହାକି ମାସିକ ଷ୍ଟେଟମେଣ୍ଟ ସାଇକେଲରେ ସର୍ବାଧିକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ହେବ ବୋଲି ଏସ୍‌ବିଆଇ କାର୍ଡର ଏମ୍‌ଡି ତଥା ସିଇଓ ରାମମୋହନ ରାଓ ଅମାରା ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri