ଅସମ୍ଭାଳ ଭିଡ଼, ଲୋକେ ହଇରାଣ

ଭୁବନେଶ୍ୱର,୭।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀଠାରେ କ୍ୟାପିଟାଲ ଫାଉଣ୍ଡେଶନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ପୁରସ୍କାର ଗ୍ରହଣ କରି ମଙ୍ଗଳବାର ଓଡ଼ିଶା ଫେରିବା ପରେ ତାଙ୍କୁ ବିଜେଡି ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ବଡ଼ଧରଣର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀର ହଜାର ହଜାର କର୍ମୀ ଓ ନେତା ଏକାଠି ହୋଇ ତାଙ୍କୁ ସ୍ବାଗତ କରିଥିଲେ। ତେବେ ଗୋଟିଏ ପଟେ ବିଜେଡିର ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ ଅନ୍ୟପଟେ ରାଜଧାନୀର ବିଭିନ୍ନ ସ୍ଥାନରେ ଅସମ୍ଭାଳ ଭିଡ଼ ଯୋଗୁ ଜନସାଧାରଣଙ୍କୁ ହଇରାଣ ହେବାକୁ ପଡ଼ିଛି। ବିମାନବନ୍ଦର, ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ରେଳଷ୍ଟେଶନ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଜରୁରୀ କାମରେ ଯାଉଥିବା ଲୋକେ ଦୀର୍ଘ ସମୟ ଧରି ସହରର ଗୁରୁତ୍ୱପୂର୍ଣ୍ଣ ଛକରେ ଅଟକି ରହିଥିଲେ। ପ୍ରାୟ ୫ଘଣ୍ଟା ଧରି ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଟ୍ରାଫିକ୍‌ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇପଡ଼ିଥିଲା।
ଉକ୍ତ କାର୍ଯ୍ୟକ୍ରମ ଲାଗି ଭିଡ଼ ହେବାକୁ ଥିବାରୁ ସୋମବାର କମିଶନରେଟ ପୋଲିସ ସ୍ବତନ୍ତ୍ର ପରାମର୍ଶ ଜାରି କରି ବିମାନଯାତ୍ରୀଙ୍କୁ ଧାର୍ଯ୍ୟ ସମୟଠାରୁ ୩ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚତ୍ବାକୁ କହିଥିଲା। ଏପରିକି ଦଳୀୟ କର୍ମୀଙ୍କ ଗାଡ଼ି ରହିବାକୁ ୩ଟି ପାର୍କିଂ ସ୍ଥଳ କରାଯିବା ସହ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ହେଲେ ଏସବୁ ବ୍ୟବସ୍ଥା ସତ୍ତ୍ୱେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ସକାଳ ପ୍ରାୟ ୭ଟାରେ ବିଭିନ୍ନ ନିର୍ବାଚନମଣ୍ଡଳୀର ନେତାମାନେ ଦଳୀୟ ପତାକା ଓ ପ୍ଲାକାର୍ଡ ସହ ନିଜ ନିଜ କର୍ମୀଙ୍କୁ ନେଇ ବିମାନବନ୍ଦର ଅଭିମୁଖେ ବାହାରିଥିଲେ। ସେମାନେ ଆସିଥିବା ଗାଡ଼ି ଯୋଗୁ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ବିମାନବନ୍ଦରକୁ ସଂଯୋଗ କରୁଥିବା ସହରର ସମସ୍ତ ରାସ୍ତାରେ ପ୍ରବଳ ଭିଡ଼ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରୁ ଏୟାରପୋର୍ଟ ରାସ୍ତା, ରାଜଭବନରୁ ଏଜି ଛକ, ରାଜମହଲରୁ ଏଜି ଛକ, ବିଧାନସଭା ସମ୍ମୁଖ ରାସ୍ତା, ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ପ୍ରଭୃତି ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଏପରିକି ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ରାଜଭବନ ଛକରୁ ଏଜି ଛକ ଆଡ଼କୁ ଯାଉଥିବା ଏକ ଆମ୍ବୁଲାନ୍ସ ଫସିଯାଇଥିଲା। ଫଳରେ ୩୦ ମିନିଟ୍‌ ଅଟକି ରହିଥିଲା। ସେହିପରି ଅନ୍ୟ କେତୋଟି ଆମ୍ବୁଲାନ୍ସ ରୋଗୀ ଆଣିବାକୁ ଯାଇ ତ ଆଉ କେହି ରୋଗୀ ଆଣି ରାସ୍ତାରେ ଫସି ରହିଥିଲେ। ପୂର୍ବାହ୍ନରେ ଜଣେ ବ୍ୟକ୍ତି ତାଙ୍କ ଭଉଣୀ ଏବଂ ମା’ଙ୍କ ସହ ଶିଶୁଭବନ ଛକରୁ ରେଳଷ୍ଟେଶନ ଯିବାବେଳେ କୌଣସି ଗାଡ଼ି ମିଳି ନ ଥିଲା। ଫଳରେ ସେମାନେ ଚାଲି ଚାଲି ଯାଇଥିଲେ। ସେହିପରି ଜରୁରୀ କାମରେ କ୍ୟାପିଟାଲ ହସ୍ପିଟାଲ ଯାଉଥିବା ଜଣେ ବ୍ୟକ୍ତି କହିଛନ୍ତି, ମୁଁ ଟ୍ରାଫିକ୍‌ ଜାମ୍‌ ପାଇଁ ଫସିଯାଇଥିଲି। ଯଦି କୌଣସି କାରଣରୁ ଏଭଳି ଭିଡ଼ ସୃଷ୍ଟି ହେବ ତାହା ଗଣତନ୍ତ୍ର ଲାଗି ଶୋଭନୀୟ ନୁହେଁ। ସୂଚନାଯୋଗ୍ୟ, ସକାଳ ପ୍ରାୟ ୭ଟାରୁ ଏଭଳି ପରିସ୍ଥିତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲାଗିରହିଥିଲା। ତେବେ ବିଜେଡି ପକ୍ଷରୁ ଏପରି କାର୍ଯ୍ୟକ୍ରମ କରାଯାଇ ସାଧାରଣ ଲୋକଙ୍କୁ କାହିଁକି ହଇରାଣ କରାଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ହୋଇଛି।
ଅପରପକ୍ଷରେ ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି, ଆଶାଠାରୁ ଅଧିକ ସଂଖ୍ୟାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଗାଡ଼ି ଆସିଥିଲା। ଉକ୍ତ ଗାଡ଼ିଗୁଡ଼ିକୁ ୩ଟି ପାର୍କିଂ ସ୍ଥଳକୁ ଯିବାକୁ କୁହାଯାଇଥିଲା। ତେବେ ସେଗୁଡ଼ିକ ମଧ୍ୟରୁ କିଛି ଭୁବନେଶ୍ୱର ଟ୍ରାଫିକ୍‌ ବ୍ୟବସ୍ଥା ସଂକ୍ରାନ୍ତରେ ଅଜ୍ଞ ଥିବାରୁ ଠିକ ଭାବେ ପାର୍କିଂ ସ୍ଥଳକୁ ଯାଇ ପାରି ନ ଥିଲେ। ଏପରିକି ସେମାନଙ୍କୁ ପୋଲିସ ପକ୍ଷରୁ ମଧ୍ୟ ସଚେତନ କରାଯାଉଥିଲା। ଏନେଇ ଆଗାମୀ ଦିନରେ ଦୃଷ୍ଟି ଦିଆଯିବ ବୋଲି ଏସିପି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri