ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା

ବାଲୁଗଁା,୩ା୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗଁା ଥାନା ଅଞ୍ଚଳରେ ଅଧିକ ଯୌତୁକ ଦାବିରେ ଜଣେ ମହିଳାଙ୍କୁ ଶ୍ୱଶୁରଘର ଲୋକେ ସଂଘବଦ୍ଧ ଭାବେ ହତ୍ୟା କରିଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ମୃତା ହେଲେ ଏହି ଥାନା ଅଧୀନ ସିଙ୍ଗେଶ୍ୱର ଅଞ୍ଚଳର ପ୍ରୀତମ ହୋତାଙ୍କ ସ୍ତ୍ରୀ ସ୍ବାଗତିକା ପଣ୍ଡା। ଏହି ଘଟଣାରେ ପୋଲିସ ମୃତାଙ୍କ ସ୍ବାମୀ ପ୍ରୀତମ ଓ ଶ୍ୱଶୁର ଅରୁଣ ହୋତାଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।
ମୁତାବକ, ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଧୀନ ମୋରଡ଼ା ଗ୍ରାମର ସ୍ବାଗତିକା ଦୁଇ ବର୍ଷ ପୂର୍ବେ ସିଙ୍ଗେଶ୍ୱର ଅଞ୍ଚଳର ପ୍ରୀତମଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ବେଳେ ଦାବି ମୁତାବକ ସୁନାଗହଣା, ଟଙ୍କା ଓ ଆସବାବପତ୍ର ଦିଆଯାଇଥିଲା। ତେବେ ବିବାହର ତିନିମାସ ପରେ ଅଧିକ ଯୌତୁକ ଦାବିରେ ସ୍ବାଗତିକାଙ୍କୁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ଘଟଣା ସମ୍ପର୍କରେ ସ୍ବାଗତିକା ବାପଘରକୁ ଜଣାଇଥିଲେ। ଗୁରୁବାର ସନ୍ଧ୍ୟାରେ ଶାଶୁଘର ଲୋକେ ମାରପିଟ୍‌ କରୁଥିବା ନେଇ ସ୍ବାଗତିକା ଫୋନରେ ଭାଇ ଗୋପାଳ କୃଷ୍ଣ ପଣ୍ଡାଙ୍କୁ ଜଣାଇଥିଲେ। କିଛି ସମୟ ପରେ ଗୋପାଳ ଫୋନରେ ସ୍ବାଗତିକାଙ୍କ ଶ୍ୱଶୁର ଘର ଲୋକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ଉଠାଇ ନ ଥିଲେ। ରାତି ପ୍ରାୟ ୧୦ ଟାରେ ସ୍ବାଗତିକାଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଗୋପାଳ ପରିବାର ଓ ସମ୍ପର୍କୀୟ ବାଲୁଗଁା ଡାକ୍ତରଖାନାରେ ପହଞ୍ଚଥିଲେ। ସ୍ବାଗତିକାଙ୍କ କାନପାର୍ଶ୍ୱ, ବେକ ଓ ପିଠିରେ କ୍ଷତ ଚିହ୍ନ ଏବଂ ମାଡ଼ ଦାଗ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶୁକ୍ରବାର ସକାଳେ ବାଲୁଗଁା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ, ଆଇଆଇସି ରଶ୍ମିରଞ୍ଜନ ଦାସ ଏବଂ ସାଇଣ୍ଟଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ଏ ସମ୍ପର୍କରେ ପୋଲିସ ଦଫା ୪୯୮(କ), ୩୦୨, ୩୦୪(ଖ)ରେ ଏକ ମାମଲା (ନଂ.୧୭୨/୨୨) ରୁଜୁକରି ଅଭିଯୁକ୍ତ ସ୍ବାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ବବି, କହିଲେ-‘ସେ ନିଜ ଦଳର ବିଶ୍ୱାସ ହରାଇଛନ୍ତି’

ଭୁବନେଶ୍ୱର,୩।୫: ଓଡ଼ିଶାର ପାଣିପାଗ ସହିତ ନିର୍ବାଚନୀ ପାଗ ମଧ୍ୟ ସରଗରମ ହୋଇଛି। ଶୁକ୍ରବାର ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୫(ଅସମାପିକା ସାହୁ) : ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri