ଭୁବନେଶ୍ୱର,୨ା୯(ବ୍ୟୁରୋ): ୧୯୮୯ ବ୍ୟାଚ୍ର ୪ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୯୮୯ ବ୍ୟାଚ୍ ଆଇପିଏସ୍ ଅଫିସର ପ୍ରଣବିନ୍ଦୁ ଆଚାର୍ଯ୍ୟ, ସିଦ୍ଧାର୍ଥ ମହାଦୁ ନରଭଣେ, ଅମ୍ରିତ ମୋହନ ପ୍ରସାଦ ଏବଂ ବି. ରାଧିକାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ପେ ମାଟ୍ରିକ୍ସ ଲେଭଲ-୧୬ ଅନୁଯାୟୀ ସେମାନଙ୍କୁ ଦରମା ଓ ଅନ୍ୟାନ୍ୟ ସୁବିଧା ମିଳିବ। ଅମ୍ରିତ ମୋହନ ପ୍ରସାଦ ଏବଂ ବି. ରାଧିକା ଏବେ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି।


