Posted inଫୁରସତ

ତରଳୁଛି ବରଫ: ବିପର୍ଯ୍ୟୟ ଆଶଙ୍କା

ନୁକ୍‌: ଜଳବାୟୁ ପରିବର୍ତ୍ତନ କାରଣରୁ ସମଗ୍ର ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଗ୍ରୀନ୍‌ଲାଣ୍ଡ ଉପରେ ମଧ୍ୟ ପଡ଼ିଛି। ଏଠାରେ ବରଫ ଚାଦର ତରଳିବା କାରଣରୁ ସମୁଦ୍ର ଜଳସ୍ତର ବୃଦ୍ଧି ଆଶଙ୍କା କରାଯାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବୃଦ୍ଧି ପାଇଥିବା ତାପମାତ୍ରା ଏହାର ମୁଖ୍ୟ କାରଣ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ତେବେ ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବା ସହ ସମୁଦ୍ର ଜଳସ୍ତର ୨୭ ସେଣ୍ଟିମିଟରରୁ ୧୦.୬ ଇଞ୍ଚ ବୃଦ୍ଧି ପାଇବା ଆଶଙ୍କା ରହିଛି। ଗ୍ରୀନ୍‌ଲାଣ୍ଡର ବରଫ ଚାଦର ଉପରେ ଜମାହୋଇଥିବା ଡେଡ୍‌ ଆଇସ୍‌କୁ ଜୋମ୍ବି ଆଇସ୍‌ କୁହାଯାଏ। ଦିନକୁଦିନ ଗ୍ରୀନ୍‌ଲାଣ୍ଡରେ lମ୍ବୋ ଆଇସ୍‌ର ପରିମାଣ କମିବା ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଜୋମ୍ବି ଆଇସ୍‌ ତରଳୁଥିବା ଡେନମାର୍କ ଏବଂ ଗ୍ରୀନ୍‌ଲାଣ୍ଡ ବିଶେଷଜ୍ଞଙ୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଏହା ଦାବି କରାଯାଇଛି। ବିଶ୍ୱରେ ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ ହୋଇଯାଇଥିବାବେଳେ ଗ୍ରୀନ୍‌ଲାଣ୍ଡ ରେ ୧୧୦ କ୍ୱାଡ୍ରିଲିଓନ୍‌ ଟନ୍‌ର ବରଫ ଚାଦର ତରଳିଛି। ଆଗାମୀ ଦିନରେ ଏହାର ପରିମାଣ ବୃଦ୍ଧି ପାଇବା ଆଶଙ୍କା କରାଯାଉଥିବାବେଳେ ତାପମାତ୍ରାରେ ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି ପ୍ରଫେଶର ଜାସୋନ ବକ୍ସ କହିଛନ୍ତି।
ଏକ ସ୍ବତନ୍ତ୍ର ବିଶେଷଜ୍ଞ କମିଟି ପକ୍ଷରୁ ୨୦୧୨ରେ ଗ୍ରୀନ୍‌ଲାଣ୍ଡର ବରଫ ଚାଦର ତରଳିବା ଉପରେ ଅଧ୍ୟୟନ ଆରମ୍ଭ ହୋଇଥିଲା, ଯାହା ତୁଳନାରେ ବରଫ ତରଳିବାର ମାତ୍ରା ଏବେ ଦ୍ୱିଗୁଣା (୭୮ ସେଣ୍ଟିମିଟର) ହୋଇଛି। ଅନ୍ୟପଟେ ବରଫ ପରିମାଣ କମିବା ସହ ବରଫ ତରଳିବା ପ୍ରକ୍ରିୟାରେ ବୃଦ୍ଧି ଘଟିଛି। ଏଠାରେ ଥିବା ମୋଟ ବରଫ ପରିମାଣର ୩.୩ ପ୍ରତିଶତ ବରଫ ଚାଦର ତରଳି ସାରିଛି। ଗ୍ରୀନ୍‌ଲାଣ୍ଡ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ଥାନ, ଯେଉଁଠାରେ ପ୍ରଚୁର ପରିମାଣର ବରଫ ରହିଛି। କୋଇଲା, ତେଲ, ପ୍ରାକୃତିକ ଗ୍ୟାସ ଜଳିବା ଏବଂ ଜଳବାୟୁ ପରିବର୍ତ୍ତନ ସକାଶେ ଗ୍ରୀନ୍‌ଲାଣ୍ଡର ବରଫ ତରଳୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri