Posted inଜାତୀୟ

କଂଗ୍ରେସର କଟାକ୍ଷ, ରାଜ୍ୟ ସଭା ଆସନ ଉପରେ ସଙ୍କଟ ପରେ ଆଜାଦଙ୍କୁ ପ୍ରାପ୍ତ ହୋଇଛି ଦିବ୍ୟଜ୍ଞାନ…

ନୂଆଦିଲ୍ଲୀ, ୩୦।୮ : କଂଗ୍ରେସ ଦଳ ତଥା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ପରେ ଗୁଲାମ ନବୀ ଆଜାଦଙ୍କୁ ମଙ୍ଗଳବାର କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ରାଜ୍ୟ ସଭା ଆସନ ଉପରେ ସଙ୍କଟ ପରେ ହିଁ ଆଜାଦ୍‌ଙ୍କୁ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଛି। ଜମ୍ମୁ-କଶ୍ମୀରରେ ଆଜାଦଙ୍କ ସମର୍ଥନରେ ଦଳ ଛାଡିଥିବା ଅନେକ ନେତାଙ୍କୁ ଗୁରୁତ୍ୱ ନଦେଇ ଦଳର ମୁଖପାତ୍ର ଗୌରବ ବଲ୍ଲଭ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଏହି ଅଞ୍ଚଳରେ ସୁଦୃଢ଼ ରହିଛି ଏବଂ ଲୋକଙ୍କ ସମସ୍ୟା ସମ୍ପର୍କିତ ପ୍ରସଙ୍ଗ ନେଇ ଲଢ଼େଇ ଜାରି ରଖିଛି। କଂଗ୍ରେସ ମୁଖପାତ୍ର ଆଜାଦଙ୍କୁ ଟାର୍ଗେଟ କରି କହିଛନ୍ତି ଯେଉଁମାନେ ଦଳରୁ ଇସ୍ତଫା ଦିଅନ୍ତି, ପାଞ୍ଚ ପୃଷ୍ଠାର ଚିଠି ଲେଖନ୍ତି, ଇଂରାଜୀରେ ଲେଖନ୍ତି, ସେମାନଙ୍କୁ ପ୍ରଶ୍ନ ହେଉଛି ଆପଣଙ୍କୁ ଏଭଳି ଜ୍ଞାନ ୨୦୨୧ ପୂର୍ବରୁ ମିଳିବା ଉଚିତ ଥିଲା। ୨୦୨୧ ପୂର୍ବରୁ ଆପଣଙ୍କ ଆସନ ସୁରକ୍ଷିତ ଥିଲା ଏବଂ ଆପଣଙ୍କ ବଙ୍ଗଳା ସୁରକ୍ଷିତ ଥିଲା। ଯେତେବେଳେ ଆସନରେ ସଙ୍କଟ ଦେଖାଗଲା ମୁଣ୍ଡରେ ଏଭଳି ଜ୍ଞାନର ଉଦୟ ହେଲା ।

ସେ କହିଛନ୍ତି ଯେତେ ବାଧା ଆସୁ ନା କାହିଁକି ସେପ୍ଟେମ୍ବର ୪ ରେ ରାମଲୀଳା ମଇଦାନରେ ଦରଦାମ ବୃଦ୍ଧି ବିରୋଧରେ ଏକଐତିହାସିକ ରାଲି ହେବ ଏବଂ ସେପ୍ଟେମ୍ବର ୭ରୁ କନ୍ୟାକୁମାରୀରୁ ଭାରତ ଯୋଡୋ ଯାତ୍ରା ଅନୁଷ୍ଠିତ ହେବ। ୧୫୦ ଦିନ ଧରି ରାହୁଲ ଗାନ୍ଧୀ ଦେଶର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଦେଶକୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରିବେ।

ଏଥିସହ ସେ ଅଭିଯୋଗ କରିଛନ୍ତି ସାଧାରଣ ଜନତାଙ୍କ ପ୍ରସଙ୍ଗରେ ଆଜାଦ କଂଗ୍ରେସ ପକ୍ଷରୁ ନରେନ୍ଦ୍ର ମୋଦି ସରକାରଙ୍କୁ ରାଜ୍ୟ ସଭାରେ ପ୍ରଶ୍ନ କରିପାରି ନାହାନ୍ତି। ତେଣୁ ଏବେ ଏଭଳି ଆରୋପ କଂଗ୍ରେସ ବିରୋଧରେ ଆଜାଦ ଆଣୁଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଫେବୃଆରୀ ୨୦୨୧ ରେ ଶେଷ ହୋଇଥିଲା। ଯାହା ପରେ ଦଳ ତାଙ୍କୁ ରାଜ୍ୟ ସଭାକୁ ପଠାଇ ନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri