ତାଇଓ୍ବାନ୍‌ ପ୍ରଣାଳୀରେ ଆମେରିକା ଯୁଦ୍ଧଜାହାଜ

ତାଇପେଇ/ବେଜିଂ/ଓ୍ବାଶିଂଟନ,୨୯ା୮: ଆମେରିକାର ଦୁଇଟି ଯୁଦ୍ଧଜାହାଜ ରବିବାର ତାଇଓ୍ବାନ୍‌ ପ୍ରଣାଳୀରେ ପ୍ରବେଶ କରିଛି। ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ତାଇଓ୍ବାନ୍‌-ଚାଇନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ଦୁଇଦେଶ ମଝିରେ ଥିବା ବିସ୍ତୃତ ଜଳରାଶିକୁ କୌଣସି ଆମେରିକୀୟ ଯୁଦ୍ଧଜାହାଜ ପ୍ରବେଶ କରିବାର ଏହା ହେଉଛି ପ୍ରଥମ ଘଟଣା। ଏହି ଓ୍ବାର୍‌ଶିପ୍‌ର ଗତିବିଧି ଉପରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) କଡ଼ା ନଜର ରଖିଛି।

ନିଜକୁ ଏକ ସ୍ବତନ୍ତ୍ର ଓ ସ୍ବାଧୀନ ରାଷ୍ଟ୍ର ବୋଲି ବିବେଚନା କରୁଥିବାବେଳେ ବେଜିଂ ଏହାକୁ ନିଜ ମୂଳ ଭୂଖଣ୍ଡର ଅଂଶବିଶେଷ ବୋଲି ଦାବି କରିଥାଏ। ବେଜିଂର ବିନା ଅନୁମତିରେ କୌଣସି ବିଦେଶୀ ନେତାଙ୍କ ତାଇଓ୍ବାନ୍‌ ଗସ୍ତକୁ ମଧ୍ୟ ଚାଇନା ବିରୋଧ କରିଥାଏ। ଚାଇନାର ଘୋର ବିରୋଧ ସତ୍ତ୍ୱେ ଅଗଷ୍ଟ ୩ରେ ଆମେରିକା ପ୍ରତିନିଧି ସଭାର ସ୍ପିକର ନାନ୍ସି ପେଲୋସିଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧି ଦଳ ତାଇଓ୍ବାନ୍‌ ଗସ୍ତ କରିଥିଲେ। ଏହାକୁ ନେଇ କ୍ଷୁବ୍ଧ ଚାଇନା ତାଇଓ୍ବାନ୍‌ ପ୍ରଣାଳୀରେ ସମରାଭ୍ୟାସ କରି ତାଇପେଇକୁ ନାଲିଆଖି ଦେଖାଇବା ସହ ଆମେରିକାକୁ ଖୋଲା ଚ୍ୟାଲେଞ୍ଜ କରିଥିଲା। ସମୁଦ୍ରରେ ଯୁଦ୍ଧଜାହାଜ ମୁତୟନ କରିବା ସହ ମେଡିଆନ୍‌ ଲାଇନ୍‌ ବା ମଧ୍ୟବର୍ତ୍ତୀ ସୀମାକୁ ପିଏଲ୍‌ଏର ଯୁଦ୍ଧବିମାନ ଅତିକ୍ରମ କରିଥିଲା। ସମରାଭ୍ୟାସ ବେଳେ କେତେକ ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷଣ କରିଥିଲା, ଯାହାକୁ ତାଇଓ୍ବାନ୍‌ ନିଜ ପ୍ରତି ବିପଦ ବୋଲି ଦର୍ଶାଇଥିଲା। ଏହାର ମାସେ ନ ବିତୁଣୁ ଆମେରିକା ନୌସେନାର ଟିକୋଣ୍ଡେରୋଗା-କ୍ଲାସ୍‌ ଗାଇଡେଡ୍‌ ମିଶାଇଲ୍‌ କ୍ରୁଜର ୟୁଏସ୍‌ଏସ୍‌ ଆଣ୍ଟାଇଏଟମ୍‌ (ସିଜି ୫୪) ଯୁଦ୍ଧଜାହାଜ ତାଇଓ୍ବାନ୍‌ ପ୍ରଣାଳୀରେ ଅପରେଶନ୍‌ ଆରମ୍ଭ କରିଛି।

ତେବେ ଏହାକୁ ଆମେରିକା ନୌସେନାର ସପ୍ତମ ଫ୍ଲିଟ୍‌ ଏକ ‘ରୁଟିନ୍‌ ମିଶନ୍‌’ ବୋଲି ଅଭିହିତ କରିଛି। ଅନ୍ତର୍ଜାତୀୟ ଜଳରାଶି ଉପରେ ଏହି ଯୁଦ୍ଧଜାହାଜ ଦ୍ୱୟର ପ୍ରବେଶ ଏକ ମୁକ୍ତ ଓ ଖୋଲା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ଆମେରିକାର ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି ବୋଲି ଏକ ବିବୃତିରେ କୁହାଯାଇଛି। ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ଦୁଇ ଜାହାଜ ଉପରେ ନଜର ରଖିଥିବା କହିଛି। ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରୀ ଜେସେଫ୍‌ ଓ୍ବୁ ଶୁକ୍ରବାର କହିଥିଲେ, ତାଇଓ୍ବାନ୍‌ ନିକଟରେ ଚାଇନାର ସମରାଭ୍ୟାସ ତାଇଓ୍ବାନ୍‌ ପ୍ରଣାଳୀର ଅନ୍ତର୍ଜାତୀୟ ଜଳରାଶି ଉପରୁ ତାଇପେଇକୁ ନିବୃତ୍ତ ରଖିବା ପାଇଁ ଉଦ୍ଦିଷ୍ଟ ଥିଲା। ଏପ୍ରକାର ଏକ୍ସରସାଇଜ୍‌ ସ୍ଥିତାବସ୍ଥା ପାଇଁ ଆହ୍ବାନ ସୃଷ୍ଟି କରିଛି। ପ୍ରକାଶ ଯେ, ୧୯୪୯ ମସିହା ପରଠାରୁ ତାଇଓ୍ବାନ୍‌ରେ ସ୍ବାଧୀନ ସରକାର ଚାଲିଛି। କିନ୍ତୁ ଚାଇନା ଏହାକୁ ବଳପୂର୍ବକ ନିଜ ଦଖଲକୁ ନେବାକୁ ଉଦ୍ୟମ ଜାରି ରଖିଛି।

ଆମେରିକୀୟ ଯୁଦ୍ଧଜାହାଜ ସମ୍ପୃକ୍ତ କ୍ଷେତ୍ରକୁ ପ୍ରବେଶ କରିବା ପରେ ପିଏଲ୍‌ଏର ଇଷ୍ଟର୍ନ ଥିଏଟର କମାଣ୍ଡ (ଇଟିସି) ପକ୍ଷରୁ ରବିବାର ଏକ ବିବୃତି ଜାରି କରାଯାଇଛି। ଦୁଇ ଓ୍ବାର୍‌ଶିପ୍‌ର ସମ୍ପୂର୍ଣ୍ଣ ଗତିବିଧି ଉପରେ ବେଜିଂର କଡ଼ା ନଜର ରହିଛି। କୌଣସି ପ୍ରକାର ଉତ୍ତେଜନାମୂଳକ ପଦକ୍ଷେପକୁ ଏଡ଼ାଇବା ପାଇଁ ପିଏଲ୍‌ଏ ଇଷ୍ଟର୍ନ ଥିଏଟର କମାଣ୍ଡ ସୈନ୍ୟମାନେ ହାଇଆଲର୍ଟରେ ଥିବା ଇଟିସି ମୁଖପାତ୍ର କଲୋନେଲ ଶି ଓ୍ବିଙ୍ଗ୍‌ କହିଛନ୍ତି। ସେହିପରି ଚାଇନାର ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ ଆମେରିକାର ଏଭଳି ପଦକ୍ଷେପକୁ ସମାଲୋଚନା କରିଛି। ଓ୍ବାଶିଂଟନ୍‌ ତାଇଓ୍ବାନ୍‌ କର୍ତ୍ତୃପକ୍ଷ ଓ କ୍ଷେତ୍ରୀୟ ସହଯୋଗୀଙ୍କୁ ସନ୍ତୁଷ୍ଟ କରି ଚାଇନାର କୌଣସି ଚାପ ଆଗରେ ମୁଣ୍ଡ ନୁଅଁାଉନାହିଁ ବୋଲି ସନ୍ଦେଶ ଦେବା ନିମନ୍ତେ ଏହା ଉଦ୍ଦିଷ୍ଟ। ଏଥିଯୋଗୁ ଉତ୍ତେଜନା ଆହୁରି ବଢ଼ିବ ବୋଲି ଗ୍ଲୋବାଲ ଟାଇମ୍ସର ଏକ ସ୍ତମ୍ଭରେ ଉଲ୍ଲେଖ କରାଯାଇଛି।

୨୦୧୨ ପରଠାରୁ ଅଦ୍ୟାବଧି ଚାଇନାର ଦାବିକୁ ଚ୍ୟାଲେଞ୍ଜ କରି ଆମେରିକାର ଶତାଧିକ ଯୁଦ୍ଧଜାହାଜ ତାଇଓ୍ବାନ୍‌ ପ୍ରଣାଳୀରେ ଅପରେଶନ୍‌ କରିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ବିବାଦୀୟ ଦକ୍ଷିଣ ଚାଇନା ସାଗର(ଏସ୍‌ସିଏସ୍‌)ରେ ମଧ୍ୟ ଆମେରିକା ଅନୁରୂପ ଅପରେଶନ୍‌ ଚଳାଇଛି, ଯାହାକୁ ଚାଇନା ନିଜର ଦାବି କରି ଆଧିପତ୍ୟ ବିସ୍ତାର କରିଥାଏ। ଏସ୍‌ସିଏସ୍‌କୁ ନେଇ ଚାଇନା ସହ ଫିଲିପାଇନ୍ସ, ଭିଏତ୍‌ନାମ, ମାଲେସିଆ, ବ୍ରୁନେଇ ଓ ତାଇଓ୍ବାନ୍‌ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଆମେରିକାର ଦୁଃସାହସିକ ଅପରେଶନ୍‌ ଆଗକୁ ଅଧିକ ଜଟିଳ ସ୍ଥିତି ଉପୁଜାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri