Posted inଫୁରସତ

ସ୍ପେସ୍‌ ଷ୍ଟେଶନ ଯିବେ ରୁଷିଆର ଏକମାତ୍ର ମହିଳା ମହାକାଶଚାରୀ

ମସ୍କୋ: ରୁଷିଆର ଏକମାତ୍ର ମହିଳା ମହାକାଶଚାରୀ ଆନ୍ନା କିକିନା ଆମେରିକା ସ୍ପେସ୍‌ ଷ୍ଟେଶନ୍‌ ଯିବା ନେଇ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ କରିଦିଆଯାଇଛି। ଅକ୍ଟୋବର ୩ରେ ସ୍ପେସ୍‌ ଏକ୍ସର କ୍ରିଉ ଡ୍ରାଗନ୍‌ ଫ୍ଲାଇଟ୍‌ ଜରିଆରେ ସ୍ସେସ୍‌ ଷ୍ଟେଶନ ଯିବାର ସମୟ ଧାର୍ଯ୍ୟ କରାଯାଇଥିଲା। ୟୁକ୍ରେନ୍‌ ଓ ରୁଷିଆ ଯୁଦ୍ଧକୁ କେନ୍ଦ୍ର କରି ଧାର୍ଯ୍ୟ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିବା କୁହାଯାଉଛି। ରୁଷିଆ ତଥା ସୋଭିଏଟ ସଂଘ ତରଫରୁ ସ୍ପେସ୍‌ ମିଶନରେ ଆନ୍ନା ହେଉଛନ୍ତି ୫ମ ମହିଳା ମହାକାଶଚାରୀ ଏବଂ ପ୍ରଥମ ରୁଷୀୟ ଯେ, ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟରେ ଯାତ୍ରା କରିବାକୁ ଯାଉଛନ୍ତି॥ ସ୍ପେସ୍‌ ଷ୍ଟେଶନ୍‌ ଯାତ୍ରା ନେଇ ହେବାକୁ ଥିବା ଫାଇନାଲ ଟ୍ରେନିଂ ପାଇଁ ଆନ୍ନା ସେପ୍ଟେମ୍ବର ୮ରେ ଆମେରିକା ଯିବେ ବୋଲି କହିଛନ୍ତି। ପ୍ରଥମ ରୁଷୀୟ ଭାବେ ସ୍ପେସ୍‌ ଏକ୍ସ ମିଶନରେ ଭାଗ ନେବା ଏକ ବଡ଼ ଦାୟିତ୍ୱ। ଆମେରିକୀୟ ମହାକାଶଚାରୀଙ୍କ ବ୍ୟବହାର ତାଙ୍କ ପ୍ରତି ସ୍ବାଭାବିକ ଥିବାବେଳେ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ସହଯୋଗ କରୁଥିବା ଆନ୍ନା ପ୍ରକାଶ କରିଛନ୍ତି। ତାଙ୍କ ସହ ଜାପାନର କୋଇଚି ଓ୍ବାକାଟା ଏବଂ ନାସାର ମହାକାଶଚାରୀ ନିକୋଲେ ମାନ୍ନ ଏବଂ ଜୋଶ୍‌ କାସାଡା ସ୍ପେସ୍‌ ଏକ୍ସ୍‌ର କ୍ରିଉ-୫ ମିଶନରେ ସାମିଲ ହୋଇଛନ୍ତି। ଶେଷଥର ପାଇଁ ରୁଷିଆର ମହିଳା ମହାକାଶଚାରୀ ସେରୋଭା ମହାକାଶ ଯାତ୍ର କରିଥିବାବେଳେ ୧୬୭ ଦିନ ସେଠାରେ ସେ ଅତିବାହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri