ଫାଷ୍ଟ ବିଲ୍ଡକୁ ଅଧିଗ୍ରହଣ କଲା ଏଚ୍‌ଆଇଏଲ୍‌

ଭୁବନେଶ୍ୱର,୨୭ା୮: ସି.କେ. ବିର୍ଲା ଗ୍ରୁପ୍‌ର ନିର୍ମାଣ ସାମଗ୍ରୀ ସମାଧାନ ସଂସ୍ଥା ‘ଏଚ୍‌ଆଇଏଲ୍‌’ ଲିମିଟେଡ୍‌ ନିକଟରେ କଟକର ଫାଷ୍ଟ ବିଲ୍ଡ ବ୍ଲକ୍‌ ପିଭିଟି ଲିମିଟେଡ୍‌କୁ ଅଧିଗ୍ରହଣ କରିଥିବା ସମ୍ପର୍କରେ ଘୋଷଣା କରିଛି। ବିଶେଷକରି କମ୍ପାନୀର ସମ୍ପ୍ରସାରଣ ରଣନୀତିର ଏକ ଅଂଶ ଭାବେ ଏହି ଅଧିଗ୍ରହଣ ହୋଇଥିବା ଜଣାପଡିଛି। ସେହିପରି ଉଭୟ ସଂସ୍ଥାର ଚୁକ୍ତିନାମା ଅନୁଯାୟୀ କମ୍ପାନୀ କଟକରେ ଥିବା ଫାଷ୍ଟ ବିଲ୍ଡ ବ୍ଲକ୍‌ ପିଭିଟି ଲିମିଟେଡ୍‌ର ଏଏସି ବ୍ଲକ୍‌କୁ ପ୍ରାୟ ୩୭କୋଟି ଟଙ୍କାରେ ଅଧିଗ୍ରହଣ କରିଛି। ଏହା ଜରିଆରେ କମ୍ପାନୀ ପୂର୍ବାଞ୍ଚଳର ଏଏସି ବ୍ଲକଗୁଡିକର ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ଫଳରେ ଏହି ଅଧିଗ୍ରହଣ ଗ୍ରାହକଙ୍କୁ ସର୍ବୋତ୍ତମ ଶ୍ରେଣୀର ଉତ୍ପାଦ ଯୋଗାଇବା ସହ ଆବଶ୍ୟକ ସେବା ପ୍ରଦାନ କରିବାରେ ଏଚ୍‌ଆଇଏଲ୍‌ର ପ୍ରତିବଦ୍ଧତା ସହ ସମାନ ହୋଇଛି। ଏପରିକି ଭାରତରେ ଏହାର ନେତୃତ୍ୱ ଆଭିମୁଖ୍ୟ ଗଠନ ଏବଂ ବଜାୟ ରଖିବାକୁ ମଧ୍ୟ କମ୍ପାନୀ ଚେଷ୍ଟା କରୁଛି। ଏ ସମ୍ପର୍କରେ ଏଚ୍‌ଆଇଏଲ୍‌ ଲିମିଟେଡ୍‌ (ସି.କେ. ବିର୍ଲା ଗ୍ରୁପ୍‌)ର ଏମ୍‌ଡି ଏବଂ ସିଇଓ ଧୀରୂପ ରୟ ଚୌଧୁରୀ କହିଛନ୍ତି, ବର୍ଷ ବର୍ଷ ଧରି ଏଚ୍‌ଆଇଏଲ୍‌ର ଅଭିବୃଦ୍ଧି ଦେଖି ଆମେ ଗର୍ବିତ। ଆମେ ନିଶ୍ଚିତ ଯେ ନିକଟରେ ହୋଇଥିବା ଅଧିଗ୍ରହଣ ସହ ଆମେ ଆମର ସାମର୍ଥ୍ୟକୁ ମଧ୍ୟ ଆହୁରି ଦୃଢ଼ୀଭୂତ କରିପାରିବୁ। ସେହିଭଳି ପୂର୍ବାଞ୍ଚଳର ଅସୁବିଧାକୁ ଦୂର କରିବା ପାଇଁ ଆମେ ନିରନ୍ତର ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ କରୁଛୁ। କମ୍ପାନୀର ସମ୍ପ୍ରସାରଣ ଯୋଜନା ଆମର ସାମଗ୍ରିକ ଅଭିବୃଦ୍ଧି ରଣନୀତିକୁ ସମର୍ଥନ କରୁଥିବାବେଳେ ଆମର ଶ୍ରେଷ୍ଠ ଶ୍ରେଣୀର ଉତ୍ପାଦ ପୋର୍ଟଫୋଲିଓ ଏବଂ ସେବା କ୍ଷମତାକୁ ବିସ୍ତାର କରିବାରେ ମଧ୍ୟ ସକ୍ଷମ ହେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri