ଶିକ୍ଷା, ପରିମଳ ବ୍ୟବସ୍ଥାରେ ସୁଧାର ଆସୁନି

ସୋନପୁର, ୨୬।୮(ନି.ପ୍ର.):ରାଜ୍ୟ ସରକାର ୫-ଟି ଯୋଜନାରେ ହାଇସ୍କୁଲଗୁଡିକୁ ପର୍ଯ୍ୟାୟକ୍ରମେ ସାମିଲ କରି ଏହାର ରୂପାନ୍ତରଣ କରୁଛନ୍ତି। ଗତ ନଭେମ୍ବର ୧୪ରେ ପ୍ରଥମ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲାର ୧୧ଟି ହାଇସ୍କୁଲ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୧ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନସିଂ ଜରିଆରେ ଏହି ସବୁ ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତି। ଏହି ସବୁ ହାଇସ୍କୁଲଗୁଡିକ ସୁନ୍ଦର ଭାବେ ସଜେଇ ହୋଇଛି। ତେବେ ଅଧିକାଂଶ ସ୍କୁଲର ଶିକ୍ଷା ଓ ପରିମଳ ବ୍ୟବସ୍ଥାରେ ସୁଧାର ଆସିନି। ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ଓ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ କିଛି ହାଇସ୍କୁଲ ପରିଦର୍ଶନ କରିବା ପରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।
ବୁଧବାର ଜିଲାପାଳ ନରଓ୍ବଣେ ଉଲୁଣ୍ଡା ବ୍ଲକର ସିଣ୍ଢୋଲ ହାଇସ୍କୁଲ ପରିଦର୍ଶନରେ ଯାଇଥିଲେ। ବିଦ୍ୟାଳୟର ପରିମଳ ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ହାଇସ୍କୁଲରେ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ଓ ଅତ୍ୟାଧୁନିକ ବିଜ୍ଞାନଗାରର ସୁବିଧା ରହିଛି। ଇ କଣ୍ଟେଣ୍ଟ ଡେଭଲପ ପାଇଁ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ୭ଦିନିଆ ତାଲିମ ମଧ୍ୟ ଦିଆଯାଇଛି। କିନ୍ତୁ ବିଦ୍ୟାଳୟର କୌଣସି ଶିକ୍ଷୟିତ୍ରୀ ଶିକ୍ଷକ ତାହା ପ୍ରସ୍ତୁତ କରିନାହାନ୍ତି। ଛାତ୍ରୀଛାତ୍ରଙ୍କୁ ଅଡିଓ ଭିଜୁଆଲ ମାଧ୍ୟମରେ କୌଣସି ବିଷୟରେ ଡିଜିଟାଲ ଶିକ୍ଷା ଦିଆଯାଉନି। ସେହିପରି ଛାତ୍ରୀଛାତ୍ର ବ୍ୟବହାର କରୁଥିବା ବିଦ୍ୟାଳୟର ପାଇଖାନା ଅପରିସ୍କାର ରହିଛି। ତେଣୁ ଜିଲାପାଳ ସଣ୍ଢୋଲ ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ଶୁକ୍ରବାର କୈଫିୟତ ତଲବ କରିବା ସହ ଅଗଷ୍ଟ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବୀରମହାରାଜପୁର ବ୍ଲକ ଉଫୁଲା ମାହେଶ୍ୱରୀ ବିଦ୍ୟାପୀଠ ପରିଦର୍ଶନ ସମୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଇ କଣ୍ଟେଣ୍ଟ ଡେଭଲପ କରି ନ ଥିବା ଜଣାପଡିଥିଲା। ଛାତ୍ରୀଛାତ୍ର ଡିଜିଟାଲ ଶିକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଏହି ରୂପାନ୍ତରଣ ହାଇସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଜିଲାପାଳ କୈଫିୟତ ତଲବ କରିବା ସହ ଅଗଷ୍ଟ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଭୋଇ ଉଲୁଣ୍ଡା ବ୍ଲକର କୋଟସମଲାଇ ସ୍ଥିତ ଶ୍ରୀ ଜଗନ୍ନାଥ ହାଇସ୍କୁଲ ପରିଦର୍ଶନ ସମୟରେ ନାନା ଅବ୍ୟବସ୍ଥା ଦେଖିଥିଲେ। ଏହି ବିଦ୍ୟାଳୟର କୌଣସି ଶିକ୍ଷୟିତ୍ରୀ ଶିକ୍ଷକ ଡିଜିଟାଲ ଜରିଆରେ ପାଠ ପଢାଇବା ପାଇଁ ଇ କଣ୍ଟେଣ୍ଟ ପ୍ରସ୍ତୁତ କରି ନ ଥିବା ଜଣା ପଡିଥିଲା। ବିଦ୍ୟାଳୟ ପରିସର ପରିସ୍କାର ପରିଚ୍ଛନ୍ନ ନ ଥିଲା। କର୍ତ୍ତବ୍ୟରେ ଅବହେଳା ପାଇଁ ଡିଇଓ ଭୋଇ ଏହି ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଜିଲାପାଳ ଓ ଡିଇଓଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ୫-ଟି ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଅନ୍ୟପକ୍ଷେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଯୋଗୁଁ ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ସରକାର ଚିନ୍ତା କରୁଥିବା ବେଳେ କିଛି ଶିକ୍ଷୟତ୍ରୀ ଶିକ୍ଷକଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଶିକ୍ଷା କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଆସି ନ ଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri