Posted inଜାତୀୟ

ରାହୁଲଙ୍କୁ ବାଧ୍ୟ କରି ପାରିବୁ ନାହିଁ, କଂଗ୍ରେସ ଅଧ୍ୟକ୍ଷ ନେଇ ଦିଗବିଜୟଙ୍କ ଉତ୍ତର…

ନୂଆଦିଲ୍ଲୀ, ୨୩।୮ : କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରିବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଦଳର ନୂତନ ଅଧ୍ୟକ୍ଷ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଯଦି ସେ ହେବାକୁ ଚାହାଁନ୍ତି ନାହିଁ, ତେବେ ତାଙ୍କୁ କିଭଳି ବାଧ୍ୟ କରାଯିବ ବୋଲି ଦିଗବିଜୟ କହିଛନ୍ତି। ଏସବୁ ମଧ୍ୟରେ ରାହୁଲ ଗାନ୍ଧୀ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ହେବାକୁ ମନା କରିଦେଇଛନ୍ତି ବୋଲି ସୂତ୍ରରୁ ଖବର ଆସୁଛି। କଂଗ୍ରେସକୁ ୨୦ ସେପ୍ଟେମ୍ବର ସୁଦ୍ଧା ଦଳର ନୂତନ ଅଧ୍ୟକ୍ଷ ନିର୍ବାଚିତ କରିବାକୁ ପଡିବ।

୨୦୧୯ ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଗୋଟିଏ ଦିନ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଅଶୋକ ଗେହଲୋଟ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷକରିବା ନେଇ ଏକ ବଡ଼ ବିବୃତ୍ତି ଦେଇଥିଲେ। ଦଳରେ ଏହି ପଦ ପାଇଁ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ସର୍ବସମ୍ମତ ସହମତି ରହିଛି ବୋଲି ସେ କହିଥିଲେ। ଦଳର ନିର୍ବାଚନ ପ୍ରାଧିକରଣ କହିଛନ୍ତି ଯେ ସେପ୍ଟେମ୍ବର ୨୦ ସୁଦ୍ଧା ଜଣେ ନୂତନ ଅଧ୍ୟକ୍ଷ ଚୟନ କରିବା କାର୍ଯ୍ୟସୂଚୀ ଅନୁସାରେ ସମ୍ପନ୍ନ ହେବ।

ଗେହଲୋଟ କହିଥିଲେ ସାରା ଦେଶରେ କଂଗ୍ରେସ କର୍ମୀଙ୍କ ଭାବନାକୁ ବିଚାର କରି ରାହୁଲ ଗାନ୍ଧୀ ଏହି ଭୂମିକା ଗ୍ରହଣ କରିବା ଉଚିତ। ଯଦି ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ନ ହୁଅନ୍ତି, ତେବେ ଦେଶର କଂଗ୍ରେସ କର୍ମୀ ନିରାଶ ହେବେ। ଏହା ଗାନ୍ଧୀ କିମ୍ବା ଅଣ-ଗାନ୍ଧୀ ପରିବାର ବିଷୟରେ ନୁହେଁ। ଏହା ହେଉଛି ସଂଗଠନର କାର୍ଯ୍ୟ ଏବଂ କେହି ପ୍ରଧାନମନ୍ତ୍ରୀ ହେବାକୁ ଯାଉନାହାଁନ୍ତି।

ଗତ ୩୨ବର୍ଷ ମଧ୍ୟରେ ଗାନ୍ଧୀ ପରିବାରର କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହୋଇପାରି ନାହାଁନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଗାନ୍ଧୀ ପରିବାରକୁ ଭୟ କରୁଛନ୍ତି ବୋଲି ଗେହଲୋଟ ପ୍ରଶ୍ନ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଥିଲେ ୭୫ ବର୍ଷ ମଧ୍ୟରେ ଦେଶରେ କୌଣସି ବିକାଶ କାର୍ଯ୍ୟ ହୋଇ ନଥିଲା। ସମସ୍ତେ କଂଗ୍ରେସ ଉପରେ ଏଭଳି କାହିଁକି ଆକ୍ରମଣ କରୁଛନ୍ତି ବୋଲି ଗେହଲୋଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri