ସବୁଠି ପାଣି, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨୦।୮: ମହାନଦୀର ହୀରାକୁଦ ଜଳଭଣ୍ଡାର ଧାରଣ କ୍ଷମତାକୁ ଲକ୍ଷ୍ୟ ରଖାଯାଇ ଗେଟ୍‌ଗୁଡ଼ିକ ବନ୍ଦ ହେଉଛି। ତଳମୁଣ୍ଡରେ କଟକର ମୁଣ୍ଡଳିଠାରେ ବନ୍ୟା ଜଳ ପ୍ରବାହ ହ୍ରାସ ପାଉଛି। ଏହାସତ୍ତ୍ୱେ ମହାନଦୀ ସିଷ୍ଟମରେ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ହେଉଥିବା ଲୁଣା, କରାଣ୍ଡିଆ, ଚିତ୍ରୋପତ୍ଳା, ପାଇକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଚାଲୁଛି। ଗତ ୩ ଦିନ ଧରି ୮୬ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଥିଲା ବେଳେ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୯୩କୁ ବୃଦ୍ଧି ପାଇଛି। ସେହିପରି ନଦୀବନ୍ଧଗୁଡ଼ିକର ଘଳିଆ ସଂଖ୍ୟା ୧୦୫ରେ ପହଞ୍ଚତ୍ଛି। ଲୋକଙ୍କୁ ସ୍ଥାନାନ୍ତର କରି ଖାଦ୍ୟ, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ପରି ମୌଳିକ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ବନ୍ୟା ଯୋଗୁ ଚାରି ଆଡେ ପାଣି ଥିବାବେଳେ ବିପନ୍ନଙ୍କୁ ପାନୀୟ ଜଳ ମିଳୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ୭ ବ୍ଲକ ଅଞ୍ଚଳ ବନ୍ୟା ଘେରରେ ଅଛି। ଅଦ୍ୟାବଧି ମୋଟ ୯୩ ପଞ୍ଚାୟତର ୯୨,୮୨୨ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ୮୫ଟି ଗ୍ରାମର ୨୧,୫୬୦ ଅଧିବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ୮,୧୧୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୩୨ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ ସହ ଅନ୍ୟ ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବିତରଣ କରାଯାଇଛି। ସେହିପରି ମୋଟ ୨୧,୮୮୨ଟି ଗୃହପାଳିତ ପଶୁ ବନ୍ୟା ଜଳ ଘେରରେ ଥିବା ବେଳେ ବନ୍ୟା ସମୟରେ ୩ଟି ଗାଈ ମରିଛନ୍ତି। ୨୫ଟି କଚ୍ଚା ଘର, ଗୋଟିଏ କୁଡିଆ, ୨ଟି ଗୁହାଳ ଏହି ବନ୍ୟାରେ ଭାଙ୍ଗିଛି। ୧୦୫ଟି ଘଳିଆ ବିଭିନ୍ନ ନଦୀବନ୍ଧରେ ହୋଇଥିବା ବେଳେ ଏହାର ମରାମତି ହୋଇଥିବା ତଥ୍ୟ ପ୍ରଦାନ କରାଯାଇଛି।
ମାର୍ଶାଘାଇ ବ୍ଲକ ଡିହବଳରାମପୁର ଗଁାର ଅମର ନାୟକ କହିଛନ୍ତି, ଏହି ବନ୍ୟା ଆମ ଜୀବନଯାତ୍ରାକୁ ଠପ କରି ଦେଇଛି। ଦୈନନ୍ଦିନ ଜୀବନରେ ଥିବା କର୍ତ୍ତବ୍ୟଗୁଡିକ ପାଳନ କରି ହେଉନାହିଁ। ଗତ ୬ ଦିନ ଧରି ବନ୍ୟା ସ୍ଥିତି ସହ ସଂଘର୍ଷ କରୁଛୁ। ନାନକାର ଗ୍ରାମର ମାଧବ ଚନ୍ଦ୍ର ପଲାଇ କହିଛନ୍ତି, କରାଣ୍ଡିଆରେ ବନ୍ଧ ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଛି। ଏହି ଦାବି ପ୍ରତି କେହି ସମ୍ବେଦନଶୀଳ ନୁହନ୍ତି। ଫଳରେ କରାଣ୍ଡିଆର ବନ୍ୟାଜଳ ଖରିଫ ଚାଷ, ପନିପରିବା ନଷ୍ଟ କରିବା ପରେ ଏବେ ଗ୍ରାମର ସମସ୍ତଙ୍କ ଘରେ ପାଣି ପଶିଛି। ନିଜକୁ ଥଇଥାନ କରିବା କଷ୍ଟକର ହୋଇଛି। ଗ୍ରାମର ଅଧିକାଂଶ ଲୋକ ବନ୍ୟା ପାଇଁ ଉଚ୍ଚ ସ୍ଥାନରେ ରହୁଥିବା ବେଳେ ବର୍ଷା ଦୁର୍ଦ୍ଦଶାକୁ ଅଧିକ କରିଛି। ବାଳିସିଂ ଗ୍ରାମର ଅମୃତା ନାୟକ କହିଛନ୍ତି, ବନ୍ୟା ପାଣି ସବୁଆଡ଼େ ଖେଳିଯାଇଛି। ଗ୍ରାମ ମଧ୍ୟରେ ଥିବା ପାନୀୟ ଜଳଉତ୍ସ ଏବେ ବନ୍ୟାଜଳରେ ବୁଡିଯାଇଛି। ଶୁଖିଲା ଖାଦ୍ୟ ଖାଇବା ପରେ ପାଣି ଟିକେ ପିଇବାକୁ ମିଳୁନାହିଁ। ଶିଶୁ, ରୋଗୀ, ବୃଦ୍ଧାବୃଦ୍ଧ ଏହି ବନ୍ୟାରେ ଅସହାୟ ହୋଇପଡିଛନ୍ତି। ସେହିପରି ଘରେ ସାପ ରହିବା ଭୟ ଆରମ୍ଭ ହୋଇଛି। ଏଭଳି ସ୍ଥିତି ଆଉ ଦିନେ ଦୁଇଦିନ ରହିଲେ ଝାଡାବାନ୍ତି ପରି ଜଳବାହିତ ରୋଗ ବ୍ୟାପିବା ସମ୍ଭାବନା ବଢ଼ିଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ନଦୀର ଜଳସ୍ତର କମିବା ଆରମ୍ଭ ହୋଇଛି। ବନ୍ୟା ଘେରରେ ଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ୭୮ଟି ପାୱାର ବୋଟ ଓ ଡଙ୍ଗା ବ୍ୟବହାର କରାଯାଉଛି। ୨୦ଟି ମେଡିକାଲ ଓ ୯ଟି ପଶୁସମ୍ପଦ ବିଭାଗ ଟିମ ବନ୍ୟାଞ୍ଚଳରେ ସେବା ଯୋଗାଉଛନ୍ତି। ଏବେ ବନ୍ୟାଞ୍ଚଳରେ ମୌଳିକ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦିଆଯାଇଛି। ନଦୀବନ୍ଧରେ ହୋଇଥିବା ଘଳିଆକୁ ବନ୍ଦ କରାଯାଇଛି। ଜଳସ୍ତର କମୁଥିବାରୁ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି। ଆଗାମୀଦିନରେ କ୍ଷୟକ୍ଷତି ଆକଳନ ସହ ଲୋକଙ୍କ ଜୀବନଜୀବିକାକୁ ସାବଲୀଳ ପାଇଁ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri