ବିଜ୍ଞାନ ଶିକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର

ଲାଠୋର,୧୯ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ କୌଣସି ସରକାରୀ ଯୁକ୍ତ ୩ ବିଜ୍ଞାନ କଲେଜ ନାହିଁ। ଏଥିଯୋଗୁ ଯୁକ୍ତ ୨ବିଜ୍ଞାନରେ କୃତକାର୍ଯ୍ୟ ହେବା ପରେ ପାଟଣାଗଡ ଓ ଅନ୍ୟାନ୍ୟ ସ୍ଥାନକୁ ଯାଇ ଉଚ୍ଚଶିକ୍ଷା ଲାଭ କରୁଛନ୍ତି। ଯେଉଁମାନଙ୍କର ସମ୍ବଳ ନାହିଁ ସେମାନେ ବିଜ୍ଞାନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ବ୍ଲକ ଅନ୍ତର୍ଗତ ମାଲପଡ଼ାଠାରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ୨୦୦୬ ମସିହାରୁ ଯୁକ୍ତ ୨ ବିଜ୍ଞାନ ବିଭାଗ ଖୋଲି ପିଲାଙ୍କୁ ଶିକ୍ଷାଦାନ ଦିଆଯାଉଛି। ଭିତ୍ତିଭୂମି ଥିଲେ ମଧ୍ୟ ଏଠାରେ ଯୁକ୍ତ ୩ ବିଜ୍ଞାନ ବିଭାଗ ଖୋଲାଯାଉନାହିଁ। ଏହାକୁ ନେଇ ସ୍ଥାନୀୟ ଡ଼ାଇଜ ଯୁବ ଅନୁଷ୍ଠାନ ମାଲପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ବିଭାଗ ଖୋଲିବା ପାଇଁ ଟ୍ବିଟ ଯୋଗେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଏସ୍‌ସି, ଏସଟି ବିଭାଗୀୟ ମନ୍ତ୍ରୀ, ଏମ୍‌ପି, ପାଟଣାଗଡ଼ ବିଧାୟକ, ଉଚ୍ଚଶିକ୍ଷା ବିଭାଗ, ମୁଖ୍ୟ ଶାସନ ସଚିବ, କେବିକେ ମୁଖ୍ୟ ପ୍ରଶାସକ, ଆରଡ଼ିସି ସମ୍ବଲପୁର, ଚେୟାରମ୍ୟାନ ଡ଼ବ୍ଳ୍ୟୁଓଡ଼ିସି ଏବଂ ଜିଲାପାଳଙ୍କୁ ଅବଗତ କରିଛନ୍ତି। ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଖପ୍ରାଖୋଲ ବ୍ଳକରେ ସରକାରୀ ଭାବେ କେବଳ ମାଲପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ୧୨୮ଟି ସିଟ୍‌ ରହିଛି। ହେଲେ ସେମାନେ ଯୁକ୍ତ ୨ ପାସ କଲାପରେ ଆଖ ପାଖରେ ଯୁକ୍ତ ୩ ବିଜ୍ଞାନ ପଢିବା ପାଇଁ କଲେଜ ନାହିଁ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବା ପିଲାଏ ଯୁକ୍ତ ୨ବିଜ୍ଞାନରେ ହିଁ ଡୋରି ବାନ୍ଧୁଛନ୍ତି ଅଥବା ଯୁକ୍ତ ୩ କଳା ଏବଂ ବାଣିଜ୍ୟ ପଢିବାକୁ ବାଧ୍ୟ ହେଉଛନ୍ତି।

ଆଦିବାସୀ ବହୁଳ ଖପ୍ରାଖୋଲ ବ୍ଲକରେ ବିଜ୍ଞାନରେ ଉଚ୍ଚଶିକ୍ଷା ପଛେଇ ଯିବା ଆଦୌ ସ୍ପୃହଣୀୟ ନୁହେଁ। ଏଠିକାର ପିଲାଙ୍କୁ ବିଜ୍ଞାନରେ ଡିଗ୍ରୀ ଶିକ୍ଷା ଦେବା ଦିଗରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।
ନୀଳମାଧବ ପଣ୍ଡା, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ
ମାଲପଡ଼ାରୁ ବିଜ୍ଞାନରେ ଯୁକ୍ତ ୨ ପାସ୍‌ ପରେ ବିଜ୍ଞାନରେ ଡିଗ୍ରୀ କୋର୍ସ କରିବା ପାଇଁ ସୁବିଧା ନାହଁି। ବାହାରେ ଯାଇ ଯୁକ୍ତ ୩ବିଜ୍ଞାନ ଶିକ୍ଷା ଲାଭ ସମସ୍ତଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଜିଲା ପ୍ରଶାସନ ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପିଲାଙ୍କ ଭବିଷ୍ୟତ ପ୍ରତି ଅବିଳମ୍ବେ ପଦକ୍ଷେପ ନେଉ।
ଗଜମଣି ବାଗ, ଶିକ୍ଷକ
ଇଛା ଥିଲେ ବି ବିଜ୍ଞାନରେ ଡିଗ୍ରୀ କୋର୍ସ କରିବା ଅଞ୍ଚଳର ପିଲାଙ୍କ ପାଇଁ ସମ୍ଭବ ହେଉନାହିଁ। ଦାଦନ ପ୍ରବଣ ଏହି ବ୍ଲକର ପିଲାଏ ମାଲପଡ଼ାରୁ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ବାଟ ବଦଳାଇ ଅନ୍ୟ ମାଧ୍ୟମରେ ଶିକ୍ଷାଲାଭ କରୁଛନ୍ତି, ଅଥବା ପାଠରେ ଡୋରି ବାନ୍ଧୁଛନ୍ତି।
ସନ୍ତୋଷ କୁମାର ଭଇଁଷାଲ, ଅଞ୍ଚଳବାସୀ
ମାଲପଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ଖୋଲିବା ପାଇଁ ଭିତ୍ତିଭୂମି ରହିଛି। ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଏଠିକାର ପିଲାମାନେ ଉପକୃତ ହୋଇ ପାରନ୍ତେ।
ତନ୍ତ୍ର ଧରୁଆ, ସଭାପତି, ଡ଼ାଇଜ ଯୁବ ଅନୁଷ୍ଠାନ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri