ପାଣି କମୁଛି, ବିପଦ ଟଳିନି

କେନ୍ଦ୍ରାପଡ଼ା ଅଫିସ,୧୯ା୮: କେନ୍ଦ୍ରାପଡ଼ା ଜିଲା ମହାନଦୀ ସିଷ୍ଟମରେ ଥିବା ନଦୀଗୁଡ଼ିକରେ ବନ୍ୟା ଜଳସ୍ତର କମୁଛି। ହେଲେ ନଦୀରେ ଜଳସ୍ତରର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀବନ୍ଧରେ ଘଳିଆ ଯୋଗୁ ବନ୍ୟାଜଳ ଗ୍ରାମକୁ ପଶିବା ନେଇ ନିକଟସ୍ଥ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏବେ ସୁଦ୍ଧା ୮୦ଟି ସ୍ଥାନରେ ଘଳିଆର ମରାମତି ହୋଇଛି। ସ୍ଥାନାନ୍ତର, ସ୍ବାସ୍ଥ୍ୟସେବା ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମୀକ୍ଷା କରିଛନ୍ତି। ବନ୍ୟା ସମୟରେ ଲୁଣା ନଦୀରେ କରାଣ୍ଡିଆପାଟଣା ଗ୍ରାମର କଳ୍ପତରୁ ସ୍ବାଇଁ ଭାସି ଯାଉଥିବା ସମୟରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ। ସେହିପରି ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ନୋଡାଲ ଅଧିକାରୀ ଇଂ. ପୂର୍ଣ୍ଣଚନ୍ଦ୍ର ରଥ, ପୂର୍ବତନ ଜିଲାପାଳ ରେଘୁଜୀ, ଭାଜପା ନେତା ଭୁବନ ମୋହନ ଜେନା ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରିଥିଲେ।
ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ୭ ବ୍ଲକ ଅଞ୍ଚଳ ବନ୍ୟାଜଳ ଘେରରେ ଅଛି। ୩୪ ପଞ୍ଚାୟତର ୮୬ ଗ୍ରାମରେ ବନ୍ୟାଜଳ ପ୍ରବାହିତ ହେଉଛି। ଲୁଣାନଦୀର ଦାନପୁରଠାରେ ୩୨.୫୫ ଫୁଟ ବିପଦ ସଙ୍କେତ ଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ୩୪.୪୦ ଫୁଟ ଜଳସ୍ତର ରହିଛି। ସେହିପରି ଏହି ନଦୀର ମାର୍ଶାଘାଇରେ ୨୨ ଫୁଟ ବିପଦ ସଙ୍କେତ ଥିବା ବେଳେ ୨୪.୩୦ ଫୁଟ, ଲୁଣା ନଦୀର ଡେରାବିଶର ବସୁପୁରରେ ୨୬.୮୫ ଫୁଟ ଥିବାବେଳେ ୩୧.୬୦ ଫୁଟ, ପୂବାଂଶରେ ୩୫ ଫୁଟ ବିପଦ ସଙ୍କେତ ଥିବାବେଳେ ୩୬.୬୦ ଫୁଟରେ ଜଳ ପ୍ରବାହିତ ହେଉଛି। ଚିତ୍ରୋପତ୍ଳା ନଦୀ ପାଟକୁରାଠାରେ ଜଳସ୍ତର ବିପଦ ସଙ୍କେତଠାରୁ ପ୍ରାୟ ୪ ଫୁଟ ଉଚ୍ଚରେ ଅଛି। ଏଠାରେ ବିପଦ ସଙ୍କେତ ୨୧.୫୦ ଫୁଟ ଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୨୫.୪୦ ଫୁଟ ରହିଥିଲା। ଅପରପକ୍ଷରେ ବ୍ରାହ୍ମଣୀ ନଦୀର ଜଳସ୍ତର ଅଦ୍ୟାବଧି ବିପଦ ସଙ୍କେତ ଟପିନାହିଁ। ତେବେ ବ୍ରାହ୍ମଣୀ ନଦୀର କେନ୍ଦ୍ରାପଡ଼ାର ଇନ୍ଦୁପୁରଠାରେ ବିପଦ ସଙ୍କେତ ୮.୨୩ ମିଟର ଥିବା ବେଳେ ଏଠାରେ ୬.୧୧ ମିଟର ଅଛି। ସେହିପରି ଅଳଭାଠାରେ ୪.୮୮ ମିଟର ଥିବା ବେଳେ ଏବେ ୪.୩୦ ମିଟରରେ ଅଛି। ଗୁରୁବାର ସକାଳ ୮ଟା ସୁଦ୍ଧା ମାର୍ଶାଘାଇ, ଗରଦପୁର, ଡେରାବିଶ, ରାଜକନିକା, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ନଦୀର ବନ୍ୟାଜଳ ପ୍ରବାହିତ ହେଉଛି। ମୋଟ ୮୬ ପଞ୍ଚାୟତର ୧୯,୦୨୨ ଅଧିବାସୀ ଏଥିରେ ପ୍ରଭାବିତ ହୋଇଛନ୍ତି। ୮୨ଟି ଗ୍ରାମକୁ ବନ୍ୟାଜଳ ପଶିଛିି। ୭,୧୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୩୨ଟି ସ୍ଥାନରେ ରନ୍ଧାଖାଦ୍ୟ ପ୍ରଦାନ ସହ ଅନ୍ୟ ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବିତରଣ କରାଯାଇଛି। ସେହିପରି ମୋଟ ୧୩,୭୫୯ଟି ଗୃହପାଳିତ ପ୍ରାଣୀ ବନ୍ୟାଜଳ ଘେରରେ ଅଛନ୍ତି। ୨୧ଟି କଚ୍ଚା ଘର ଭାଙ୍ଗିଛି। ବନ୍ୟାସ୍ଥିତି ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ମଲ୍ଲିକ କହିଛନ୍ତି, ଏହାର ମୁକାବିଲା କରାଯାଉଛି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ନାୟକ କହିଛନ୍ତି, ଲୋକଙ୍କ ନିକଟରେ ରିଲିଫ୍‌ ସାମଗ୍ରୀ ପହଞ୍ଚତ୍ବା, ସେମାନଙ୍କୁ ସ୍ବାସ୍ଥ୍ୟସେବା ଓ ପାନୀୟ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। କ୍ଷୟକ୍ଷତି ସମ୍ପର୍କରେ ଆକଳନ ପାଇଁ ସମୟ ନାହିଁ। ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବନ୍ୟା ସମୟରେ ସ୍ଥାନାନ୍ତରକୁ ଗୁରୁତ୍ୱ ଦିଆଯାଇଥିଲା। ଏବେ ସେମାନଙ୍କ ଥଇଥାନ ସହ ମୌଳିକ ସମସ୍ୟାର ସମାଧାନକୁ ଧ୍ୟାନ ଦିଆଯାଉଛି। ନଦୀବନ୍ଧରେ ହୋଇଥିବା ଘଳିଆକୁ ବନ୍ଦ କରାଯାଇଛି। ଜଳସ୍ତର କମୁଥିବାରୁ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି। ଆଗାମୀ ଦିନରେ କ୍ଷୟକ୍ଷତି ଆକଳନ ସହ ଲୋକଙ୍କ ଜୀବନଜୀବିକାକୁ ସାବଲୀଳ ପାଇଁ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯ ବଲ୍‌ରେ ହରାଇଲା ୫ ଉଇକେଟ୍‌…ଟିମ୍‌ଇଣ୍ଡିଆ ନାଁରେ ଅଲୋଡା ରେକର୍ଡ

ଚଣ୍ଡିଗଡ଼,୧୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବୀନ୍ଦ୍ର...

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

ପାଠ ନପଢି ୩ବର୍ଷ ହେଲା କରୁଥିଲେ ହୃଦରୋଗ ଚିକିତ୍ସା, ପୋଲ୍ ଖୋଲିବା ପରେ ନକଲି ଡାକ୍ତର ଫେରାର

ନୂଆଦିଲ୍ଲୀ,୧୨।୧୨: ବର୍ତ୍ତମାନ ସାରା ଦେଶରେ ନକଲି ଡାକ୍ତରଙ୍କ ସଂଖ୍ୟା ବଢିବାରେ ଲାଗିଛି । ପାଠ ନପଢି ଡାକ୍ତର ହେବା ସହିତ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଛନ୍ତି...

ହଜିବ ପାକିସ୍ତାନର ନିଦ, ଭାରତକୁ ମିଳିବ R-37M ମିଶାଇଲ, ବ୍ରହ୍ମୋସଠାରୁ ବି ଶକ୍ତିଶାଳି

ନୂଆଦିଲ୍ଲୀ,୧୨।୧୨: ଭାରତର ବାୟୁ ଶକ୍ତିକୁ ଏକ ନୂଆ ଶକ୍ତି ମିଳିବାକୁ ଯାଉଛି। ଭାରତୀୟ ବାୟୁସେନା ଏବଂ ରୁଷିଆ ମଧ୍ୟରେ R-37M ଅଲ୍ଟ୍ରା-ଲମ୍ବା-ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ ପାଇଁ...

ଲଜ୍ଜାଜନକ ରେକର୍ଡ କଲେ ଅର୍ଶଦୀପ ସିଂ: କୌଣସି ବୋଲର୍‌…

ଚଣ୍ଡିଗଡ଼,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବିନ୍ଦ୍ର...

ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଭାରତକୁ ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ କ୍ଷତି ପହଞ୍ଚାଇଲା? ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୨।୧୨: ଡିସେମ୍ବର ୧୧ ତାରିଖ ରାତିରେ ମୁଲାନପୁରର ମହାରାଜା ଯାଦବିନ୍ଦ୍ର ଆନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା।...

ଆକାଶରୁ ସିଧା କାର ଉପରେ ଖସିଲା ବିମାନ, ଭାଇରାଲ ହେଲା ଭୟଙ୍କ ଭିଡ଼ିଓ

ଫ୍ଲୋରିଡା,୧୨।୧୨: ଏକ ବିମାନ ଆକାଶରୁ ଖସି ସିଧା ଏକ ଚଳନ୍ତା କାର ଉପରେ ପଡ଼ିଲା। ଆମେରିକାର ଫ୍ଲୋରିଡାରେ ଏକ ଭୟଙ୍କର ଘଟଣା ଘଟିଛି। ବିମାନଟି କାର...

Rajinikanth 75th Birthday: ୭୫ ବର୍ଷରେ ବି ରଜନୀକାନ୍ତଙ୍କ କ୍ରେଜ ଜାରି, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୨।୧୨:ଆଜି ସୁପରଷ୍ଟାର ରଜନୀକାନ୍ତଙ୍କର ଜନ୍ମଦିନ । ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଆସୁଛନ୍ତି । ସାରା ବିଶ୍ବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri