ଜିନ୍‌ପିଙ୍ଗ୍‌ଙ୍କ ସାମୁଦ୍ରିକ ଅଭିସନ୍ଧି

ନୂଆଦିଲ୍ଲୀ,୧୯ା୮:ଆଫ୍ରିକୀୟ ରାଷ୍ଟ୍ର ଜିବୁଟିରେ ଚାଇନାର ନୌସେନା ଘାଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଭାରତ ମହାସାଗରରେ ଡ୍ରାଗନ୍‌ ନିଜ ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରିଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଜିବୁଟ ନୌସେନା ଘାଟି ହେଉଛି ବେଜିଂର ପ୍ରଥମ ଦରିଆପାରି ମିଲିଟାରି ବେସ୍‌, ଯାହାକୁ ୫୯୦ ନିୟୁତ ଡଲାର ବ୍ୟୟରେ ନିର୍ମାଣ କରାଯାଇଛି। ୨୦୧୬ରୁ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଆଡେନ୍‌ ଉପସାଗର ଓ ଲୋହିତ ସାଗରକୁ ପୃଥକ୍‌ କରୁଥିବା ବାବ୍‌-ଏଲ୍‌-ମନ୍‌ଦେବ ପ୍ରଣାଳୀରେ ଏହି ନୌସେନା ଘାଟିର ଅବସ୍ଥିତି ରଣନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଜିବୁଟି ବେସ୍‌କୁ ଏକ ଆଧୁନିକ ଦୁର୍ଗ ରୂପେ ସଜାଯାଇଛି, ଯହିଁରୁ ପ୍ରତ୍ୟକ୍ଷ ଭାବେ ଆକ୍ରମଣ କରାଯାଇପାରିବ ବୋଲି ଜଣେ ନୌସେନା ବିଶ୍ଳେଷକ କହିଛନ୍ତି।
ମାକ୍ସରରୁ ସଂଗୃହୀତ ଏହି ଉପଗ୍ରହ ଚିତ୍ରରେ ଚାଇନାର ୟୁଝାଓ ବର୍ଗର ତଥା ୩୨୦ ମିଟର ଲମ୍ବ ବିଶିଷ୍ଟ ଏକ ଯୁଦ୍ଧଜାହାଜ(ଟାଇପ୍‌-୦୭୧) ଉକ୍ତ ନୌସେନା ଘାଟିରେ ରହିଥିବାବେଳେ ସେଠାରୁ ହେଲିକପ୍ଟର ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଏହି ଘାଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ବୋଲି ଅବସରପ୍ରାପ୍ତ ଭାଇସ୍‌ ଆଡ୍‌ମିରାଲ ଶେଖର ସିହ୍ନା କହିଛନ୍ତି। ଏହି ଉପଗ୍ରହ ଚିତ୍ର ଏଭଳି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ କି ଚାଇନା ଏହାର ୨୫,୦୦୦ ଟନ୍‌ ସାଟେଲାଇଟ୍‌ ଓ ବାଲାଷ୍ଟିକ୍‌ ମିଶାଇଲ୍‌ ଟ୍ରାକିଂ ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌ ୫କୁ ଶ୍ରୀଲଙ୍କାର ହମ୍ବନଟୋଟାରେ ମୁତୟନ କରିଛି। ନୂଆଦିଲ୍ଲୀର ବାରଣ ସତ୍ତ୍ୱେ ଅଗଷ୍ଟ ୧୬ରେ କଲମ୍ବୋ ଏହାକୁ ଉକ୍ତ ବନ୍ଦରରେ ପ୍ରବେଶ ଅନୁମତି ଦେଇଛି। ଚାଇନା ଏହାକୁ ଏକ ଗବେଷଣାମୂଳକ ଜାହାଜ ବୋଲି କହୁଥିବାବେଳେ ଭାରତ ମତରେ ୟୁଆନ୍‌ ଓ୍ବାଙ୍ଗ୍‌ ୫ ଗୁପ୍ତଚରଗିରି ପାଇଁ ଉଦ୍ଦିଷ୍ଟ। ବିଦେଶୀ ଉପଗ୍ରହ, ଏରିଆଲ ଆସେଟ୍ସ ଓ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ଏହା ସହଜରେ ଠାବ କରିପାରିବ। ହମ୍ବନଟୋଟା ବନ୍ଦରରୁ ଭାରତର ଦୂରତା ୯୯୦ କି.ମି.। ଏହା କୋଚି ବନ୍ଦରରୁ ୧୧୨୮ କି.ମି. ଏବଂ ବିଶାଖାପାଟଣା ବନ୍ଦରରୁ ୧୪୮୫ କି.ମି. ଦୂରରେ ଅବସ୍ଥିତ। ସେହିପରି ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଙ୍ଗଠନ (ଡିଆର୍‌ଡିଓ)ର ମହାକାଶ କାର୍ଯ୍ୟକ୍ରମ ପାଇଁ ଉଦ୍‌କ୍ଷେପଣ ଭିତ୍ତିଭୂମି ପ୍ରଦାନ କରୁଥିବା ଶ୍ରୀହରିକୋଟାର ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ହମ୍ବନଟୋଟାର ଦୂରତା ହେଉଛି ୧୧୦୦ କି.ମି.।
ଶ୍ରୀଲଙ୍କା ଓ ଜିବୁଟିରେ ଚାଇନାର ଉପସ୍ଥିତି ଉଭୟ ଦେଶରେ ବେଜିଂର ଦୀର୍ଘକାଳୀନ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌’ ଅଧୀନ ଆର୍ଥିକ ନିବେଶ ସହ ଜଡ଼ିତ। ଏହାବାଦ୍‌ ପାକିସ୍ତାନର ଗ୍ବାଦର ବନ୍ଦରରେ ଚାଇନା ଜାହାଜଗୁଡ଼ିକର ଚଳାଚଳ ମଧ୍ୟ ଭାରତ ପାଇଁ ଚିନ୍ତା ବୃଦ୍ଧିର କାରଣ ସାଜିଛି। ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗିରହିଥିବାବେଳେ କିଛି ବର୍ଷ ହେଲା ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଉଭୟ ଦେଶର ସୈନ୍ୟ ମୁହଁାମୁହଁି ହେଉଛନ୍ତି। ତେଣୁ ନୂଆଦିଲ୍ଲୀ ଚାଇନାର ସାମୁଦ୍ରିକ ଅଭିସନ୍ଧି ଓ ସାମର୍ଥ୍ୟକୁ ନେଇ କୌଣସି ପ୍ରକାର ଦ୍ୱନ୍ଦ୍ୱରେ ରହିବା ଅନୁଚିତ ବୋଲି ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଚିଫ୍‌ ଆଡ୍‌ମିରାଲ ଅର୍ଜୁନ ପ୍ରକାଶ କହିଛନ୍ତି।

ଏସ୍‌ସିଏସ୍‌ରେ ଶକ୍ତି ବୃଦ୍ଧି ପୂର୍ବ ଏସିଆକୁ ବିପଦ

ଚାଇନାର ଶକ୍ତିଶାଳୀ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ୧୯୮୦ ଦଶକରୁ ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌) ଉପରେ ଲଗାତର ଆଧିପତ୍ୟ ବିସ୍ତାର କରିଆସିଛି। ଏସ୍‌ସିଏସ୍‌ର ବିସ୍ତୀର୍ଣ୍ଣ ଜଳରାଶିରେ ବେଜିଂ କୃତ୍ରିମ ଦ୍ୱୀପ ପ୍ରତିଷ୍ଠା କରି ସାମରିକ ଶକ୍ତି ବୃଦ୍ଧି ଘଟାଇ ଚାଲିଛି। ଏହା କେବଳ ପଡ଼ୋଶୀ ଦେଶଗୁଡ଼ିକ ପାଇଁ ବିପଦ ସାଜିନାହିଁ, ବରଂ ସମ୍ପୃକ୍ତ କ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ଦାବି କରୁଥିବା ଆମେରିକା ଆଗରେ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୨୦୧୮ରେ ଭାରତ-ପ୍ରଶାନ୍ତ ମହାସାଗରୀୟ କମାଣ୍ଡ୍‌ରେ ଆମେରିକାର କମାଣ୍ଡର ଥିବା ଆଡ୍‌ମିରାଲ ଫିଲ୍‌ ଡାଭିଡ୍‌ସନ୍‌ ସିନେଟ୍‌ରେ ସାକ୍ଷ୍ୟ ପ୍ରଦାନ କରି କହିଥିଲେ, ଚାଇନା କେବଳ ଏସ୍‌ସିଏସ୍‌କୁ ନିୟନ୍ତ୍ରଣ ପାଇଁ ସକ୍ଷମ ତାହା ନୁହେଁ, ଆମେରିକା ସହ ଯୁଦ୍ଧ କରିବା ଲାଗି ଏହି ସମୁଦ୍ରକୁ ବ୍ୟବହାର କରିପାରେ। ତେବେ ଏହି ୩ ବର୍ଷ ମଧ୍ୟରେ ଏସ୍‌ସିଏସ୍‌ ଏବଂ ଭାରତ ମହାସାଗରରେ ଚାଇନା ନିଜ ସାମରିକ ଉପସ୍ଥିତି ବିସ୍ତାର କରିବା ଭିଏଟ୍‌ନାମ, ତାଇଓ୍ବାନ୍‌, ବ୍ରୁନେଇ, ମାଲେସିଆ ଓ ଫିଲିଫାଇନ୍ସ ସମେତ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ପାଇଁ ବିପଦ ସାଜିଛି।

ତାଇଓ୍ବାନ୍‌କୁ ନାଲିଆଖି, ଆମେରିକାକୁ ଚ୍ୟାଲେଞ୍ଜ

ଅଗଷ୍ଟ ୩ରେ ଆମେରିକା ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ଚାଇନାର ପିଏଲ୍‌ଏ ପ୍ରତିକ୍ରିୟାଶୀଳ ହୋଇ ତାଇଓ୍ବାନ ପ୍ରଣାଳୀରେ ସମରାଭ୍ୟାସ କରିଥିଲା। ଚାଇନା ସେନାର ନୂଆ ଶାଖା ରକେଟ ଫୋର୍ସ ପକ୍ଷରୁ ଦ୍ୱୀପରାଷ୍ଟ୍ରର ଉତ୍ତର-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଉପକୂଳରେ ଅନେକ ଦୂରଗାମୀ କ୍ଷେପଣାସ୍ତ୍ର ଉଦ୍‌କ୍ଷେପଣ କରାଯାଇଥିଲା। ଫଳରେ ବ୍ୟସ୍ତବହୁଳ ଜଳପଥରେ ତାଇଓ୍ବାନର ଜାହାଜ ଚଳାଚଳ ଓ ଆକାଶ ମାର୍ଗରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଥିଲା। ପେଲୋସିଙ୍କ ଗସ୍ତର ୨ ସପ୍ତାହ ପରେ ମଧ୍ୟ ଚାଇନା ଅନୁରୂପ ସାମରିକ କାର୍ଯ୍ୟକଳାପ ଜାରି ରଖିଛି। ଗୁରୁବାର ଚାଇନାର ୫୧ ଯୁଦ୍ଧବିମାନ ଓ ୬ ଜାହାଜ ତାଇଓ୍ବାନ ଚାରିପଟେ ଘୂରୁଛି। ସେଥିରୁ ୨୫ ଏୟାରକ୍ରାଫ୍ଟ ତାଇଓ୍ବାନ୍‌ ଷ୍ଟେଟ୍‌ର ମେଡିଆନ୍‌ ଲାଇନ୍‌ (ମଧ୍ୟବର୍ତ୍ତୀ ରେଖା) ଅତିକ୍ରମ କରିଥିବା ଦ୍ୱୀପରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ଅଣାଯାଇଛି। ତାଇଓ୍ବାନ୍‌ ସହ ଗୁରୁବାର ଆମେରିକା ବାଣିଜି୍ୟକ ସମ୍ପର୍କକୁ ମଜଭୁତ କରିବା ନେଇ ଘୋଷଣା କରିଛି। ତାଇଓ୍ବାନ୍‌କୁ ନିଜ ଭୂଖଣ୍ଡର ଅଂଶ ଦାବି କରୁଥିବା ଚାଇନା ଆଗକୁ ଅଧିକ ଉଗ୍ର ହୋଇପାରେ ବୋଲି ଓ୍ବାଶିଂଟନ ପକ୍ଷରୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri