ଫନୀକୁ ବିତିଲା ୨ମାସ, ସଳଖିପାରୁନି ସୂଚନାଫଳକ

ନରାଜ,୧୯।୭(ଡି.ଏନ୍‌.ଏ.)- ବାରଙ୍ଗ ଅଞ୍ଚଳରେ ବିଭିନ୍ନ ଅଞ୍ଚଳକୁ ରାସ୍ତା ଜଣାଇବା ପାଇଁ ଥିବା ସୂଚନାଫଳକଗୁଡିକ ଭାଙ୍ଗିଯାଇଥିବା ବାତ୍ୟା ଫନୀରେ ଭାଙ୍ଗି ଯାଇଥିଲା। ଫନୀ ଯିବାର ଦୁଇମାସରୁ ଊର୍ଦ୍ଧ୍ୱଦିନ ହୋଇଯାଇଥିଲେ ବି ଭଙ୍ଗା ସୂଚନାଫଳକଗୁଡିକ ଏପର୍ଯ୍ୟନ୍ତ ଠିକ କରାଯାଇନାହିଁ। ତ୍ରିଶୁଳିଆ ଛକରୁ ବାଙ୍କୀ ଓ ଭୁବନେଶ୍ୱର ରାସ୍ତାର ପାର୍ଶ୍ୱରେ ଥିବା ବହୁ ଦାମୀ ଷ୍ଟିଲ ସୂଚନାଫଳକଗୁଡିକ ସେଭଳି ଭଙ୍ଗା ଅବସ୍ଥାରେ ପଡିରହିଛି। କିଛି ଚୋରି ହୋଇଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିରେ ଏସବୁ ପଡୁନାହିଁ। ଏହି ଅଞ୍ଚଳକୁ ବାହାରୁ ପର୍ଯ୍ୟଟକ ନନ୍ଦନକାନନ ଓ ବାଙ୍କୀରେ ଚର୍ଚ୍ଚିକା ଭଳି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଆସିଥାନ୍ତି। ଏହି ରାସ୍ତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଯିବା ଆସିବା କରୁଥିବାରୁ ସୂଚନାଫଳକର ନିହାତି ଆବଶ୍ୟକତା ରହିଛି। ଏହି ରାସ୍ତାରେ ବିଭାଗୀୟ କର୍ମଚାରୀମାନେ ସବୁବେଳେ ଯିବାଆସିବା କରୁଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ନ ଦେବା ଜଣାପଡୁଛି। ଆଗକୁ ପର୍ଯ୍ୟଟନ ଋ଼ତୁ ଆସୁଥିବାରୁ ଖୁବଶୀଘ୍ର ସୂଚନାଫଳକଗୁଡିକୁ ଠିକ କରିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ, କହିଲେ ୪୮ ଘଣ୍ଟାରେ ୭ ଲକ୍ଷ ନ ଦେଲେ…

ଭୁବନେଶ୍ୱର,୨୭।୪: ଟିକେଟ୍‌ କଟିବା ପରେ କଂଗ୍ରେସ ଛାଡିଲେ ମୋହନ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ। କଂଗ୍ରେସ ଉପରେ ବର୍ଷିବା ସହ ଶନିବାର ଦଳର ସଦସ୍ୟ ପଦରୁ...

ରବିବାର ଦୁଲୁକିବ ଓଡ଼ିଶା, କଂଗ୍ରେସ ପାଇଁ ରାହୁଲ ଭାଜପା ପାଇଁ ନଡ୍ଡା କରିବେ ପ୍ରଚାର

ଭୁବନେଶ୍ୱର,୨୭।୪: ରବିବାର ମୁହାଁମୁହିଁ ହେବେ ହାଇପ୍ରୋଫାଇଲ ନେତା। କାରଣ ରବିବାର ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ...

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ହାର୍ଡ ମଦର ଜାଗା ନେଲା ବିଅର, ଓଡ଼ିଶାରେ ଏଥର ବିକ୍ରିରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୭।୪: ତାପମାତ୍ରା ବଢିବା ସହ ଦେଶରେ ବିଅର ବିକ୍ରି ମଧ୍ୟ ବଢୁଛି। ଏହି କ୍ରମରେ ଏଥର ଓଡିଶା ବିଅର ବିକ୍ରିରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଅବକାରୀ...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri