୨୦୨୩ରୁ ବନ୍ଦ ହେବ ଜନ୍‌ସନ୍‌ ପାଉଡର ବିକ୍ରି

ନୂଆଦିଲ୍ଲୀ,୧୩ା୮: ଆମେରିକାରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ର ବେବି ପାଉଡର ବିକ୍ରି ବନ୍ଦ ପରେ ବର୍ତ୍ତମାନ ସାରା ବିଶ୍ୱରେ ଏହାର ବିକ୍ରି ବନ୍ଦ ହେବାକୁ ଯାଉଛି। ଏପରିକି ୨୦୨୩ରେ ସାରା ବିଶ୍ୱରେ ଏହି ପାଉଡର ବିକ୍ରି ବନ୍ଦ ହୋଇଯିବ ବୋଲି ଔଷଧ ପ୍ରସ୍ତୁତ କର୍ତ୍ତା (ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌) କହିଛନ୍ତି। ବିଶ୍ୱବ୍ୟାପୀ ପୋର୍ଟଫୋଲିଓ ମୂଲ୍ୟାୟନରେ କର୍ଣ୍ଣ ଷ୍ଟ୍ରାଚ ଆଧାରିତ ସବୁ ବେବି ପାଉଡର ପ୍ରସ୍ତୁତି ଓ ବିକ୍ରି ବନ୍ଦ ଲାଗି ବାଣିଜି୍ୟକ ନିଷ୍ପତ୍ତି ନିଆଯାଇଥିବା ଜନ୍‌ସନ୍‌ ଆଣ୍ଡ ଜନ୍‌ସନ ପକ୍ଷରୁ କୁହାଯାଇଛି। ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ୨୦୨୦ରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାରେ ବେବି ପାଉଡର ବିକ୍ରି ବନ୍ଦ କରିଦେବ ବୋଲି ଘୋଷଣା କରିଥିଲା। କାରଣ କିଛି ଆଇନଗତ ଲଢେଇ ଯୋଗୁ ଉତ୍ପାଦକୁ ନେଇ ନାନା ଗୁଜବ ବଜାରରେ ପ୍ରସାରିତ ହେବା ଫଳରେ ଉତ୍ପାଦର ଚାହିଦା ହ୍ରାସ ଘଟିଥିଲା। ସାରା ବିଶ୍ୱରେ ବର୍ତ୍ତମାନ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର ବିରୋଧରେ ୩୮ହଜାରରୁ ଊର୍ଦ୍ଧ୍ୱ ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ରହିଛି। ଉତ୍ପାଦରେ ଆଜବେଷ୍ଟସ ମିଶ୍ରଣ କର୍କଟ ରୋଗର କାରଣ ବୋଲି ଅଭିଯୋଗ ହୋଇଛି। ତେବେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଉକ୍ତ ଅଭିଯୋଗକୁ ଦୀର୍ଘ ଦିନ ହେବ ଅସ୍ବୀକାର କରିଆସୁଛି।
ଏପରିକି ଦୀର୍ଘ ବର୍ଷ ଧରି ବୈଜ୍ଞାନିକ ପରୀକ୍ଷଣ ଓ ନିୟାମକୀୟ ଅନୁମୋଦନ ତାଙ୍କ ବେବି ପାଉଡର ଅଭ୍ରମୁକ୍ତ ଓ ସୁରକ୍ଷିତ ବୋଲି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଦାବିକରି ଆସୁଛନ୍ତି। ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ତାଙ୍କର ଦାବିକୁ ପୁଣି ଦୋହରାଇଛନ୍ତି। କାରଣ ତାଙ୍କ ଉତ୍ପାଦ ୨୦୨୩ ମସିହାରୁ ସାରା ବିଶ୍ୱରେ ବନ୍ଦ କରିଦେବେ ବୋଲି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri