Posted inଜାତୀୟ

ୟୁପିରୁ ଜଣେ ଆତଙ୍କବାଦୀ ଗିରଫ: ନୂପୁରଙ୍କୁ ହତ୍ୟା କରିବାକୁ କରିଥିଲେ ଷଡ଼ଯନ୍ତ୍ର

ଲକ୍ଷ୍ନୌ,୧୨।୮: ଅଗଷ୍ଟ ୧୫ ପୂର୍ବରୁ ଉତ୍ତରପ୍ରଦେଶ ଏଟିଏସ୍‌ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛି। ସାହାରନପୁରରୁ ଜୈଶ-ଏ-ମହମ୍ମଦ ଏବଂ ପାକିସ୍ତାନର ସଂଗଠନ ତେହେରିକ-ଏ-ତାଲିବାନ ସହ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ୍‌ ଗିରଫ କରିଛି। ଶୁକ୍ରବାର ସାହାରନପୁରର ଗଙ୍ଗୋହ ନିବାସୀ ଆତଙ୍କବାଦୀ ମହମ୍ମଦ ନାଦିମଙ୍କୁ ଏଟିଏସ୍‌ ଗିରଫ କରିଛି। ମହମ୍ମଦ ନାଦିମଙ୍କଠାରୁ ବିଭିନ୍ନ ପ୍ରକାରର ଆଇଇଡି ଏବଂ ଫିଦାଇ ଫୋର୍ସର ବୋମା ତିଆରି ପାଇଁ ତାଲିମ ସାହିତ୍ୟ ଉଦ୍ଧାର କରିଛି। ସବୁଠାରୁ ବଡ଼ କଥା ହେଉଛି ନାଦିମଙ୍କୁ ପଚରାଉଚରା ବେଳେ ଜୈଶ ସଂଗଠନ ପକ୍ଷରୁ ତାଙ୍କୁ ନୂପୁର ଶର୍ମାଙ୍କୁ ହତ୍ୟା କରିବାର ଦାୟିତ୍ୱ ଦିଆଯାଇଥିଲା ବୋଲି ପୋଲିସ ଦାବି କରିଛି। ପୋଲିସ ଦାବି କରିଛି ଯେ, ନାଦିମ ଜୈଶ-ଏ-ମହମ୍ମଦ ଏବଂ ତେହେରିକ-ଏ-ତାଲିବାନ ପାକିସ୍ତାନର ଆତଙ୍କବାଦୀଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଥିଲେ। ଜୈଶ ଏବଂ ତେହେରିକ-ଏ-ତାଲିବାନର ଆଦର୍ଶ ଦ୍ୱାରା ପ୍ରଭାବିତ ହୋଇ ସେ ଏକ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ଫିଦାୟିନ୍‌ ବିସ୍ଫୋରଣ ସହ ଜଡିତ ଏକ ପିଡିଏଫ୍‌ ଫାଇଲ ମଧ୍ୟ ନାଦିମଙ୍କ ମୋବାଇଲରୁ ମିଳିଛି। ତାଙ୍କ ମୋବାଇଲରୁ ଜୈଶ-ଏ-ମହମ୍ମଦ ଏବଂ ଟିଟିପି ଆତଙ୍କବାଦୀଙ୍କ ସହ ଚାଟ୍‌ ଓ ଭଏସ୍‌ ମେସେଜ କରିଥିବା ଦେଖିବାକୁ ମିଳିଛି। ହ୍ବାଟସ ଆପ୍‌, ଟେଲିଗ୍ରାମ, ଆଇଏମ୍‌ଓ, ଫେସ୍‌ବୁକ ମେସେଞ୍ଜର, କ୍ଲବ ହାଉସ ଭଳି ସୋସିଆଲ ମିଡିଆ ଜରିଆରେ ୨୦୧୮ରୁ ନାଦିମ ଜୈଶ ଏବଂ ଟିଟିପି ଆତଙ୍କବାଦୀଙ୍କ ସହ ଜଡିତ ଥିବା ପୋଲିସ ଦାବି କରିଛି। ଭର୍ଚୁଆଲ ନମ୍ବର ପ୍ରସ୍ତୁତ କରିବାକୁ ସେ ଏହି ଆତଙ୍କବାଦୀଙ୍କଠାରୁ ତାଲିମ ନେଇଥିଲେ। ଆତଙ୍କବାଦୀ ସଂଗଠନ ତାଙ୍କୁ ୩୦ରୁ ଅଧିକ ଭର୍ଚୁଆଲ ନମ୍ବର ସୋସିଆଲ ମିଡିଆ ଆଇଡି ତିଆରି କରିଦେଇଥିଲେ। ଏଟିଏସ୍‌ ଅନୁଯାୟୀ, ଆଫଗାନିସ୍ତାନ ଏବଂ ପାକିସ୍ତାନରେ କାର୍ଯ୍ୟ କରୁଥିବା ଜୈଶ ଏବଂ ଟିଟିପି ଆତଙ୍କବାଦୀଙ୍କୁ ସ୍ବତନ୍ତ୍ର ତାଲିମ ଦେବା ପାଇଁ ଆତଙ୍କବାଦୀମାନେ ନାଦିମଙ୍କୁ ପାକିସ୍ତାନକୁ ଡାକିଥିଲେ। ସେ ଖୁବ ଶୀଘ୍ର ଭିସା ନେଇ ପାକିସ୍ତାନ ଯିବାକୁ ଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri