Posted inଜାତୀୟ

ପ୍ରତି ଘରେ ତ୍ରିରଙ୍ଗା ଗରିବଙ୍କ ଉପରେ ବୋଝ ନ ହେଉ, ବରୁଣ ଗାନ୍ଧୀଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୧୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନୀତି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବା ଭାଜପା ଏମ୍‌ପି ବରୁଣ ଗାନ୍ଧୀ ପୁଣି ଥରେ ସରକାରୀ ନୀତି ଉପରେ ଆଘାତ କରିଛନ୍ତି। ଏଥର ଭାରତ ଗାନ୍ଧୀ ମୋଦି ସରକାରଙ୍କ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ ଦ୍ୱାରା ଗରିବଙ୍କ ପାଇଁ ହେଉଥିବା କ୍ଷତି ସମ୍ପର୍କରେ ଟୁଇଟ କରିଛନ୍ତି। ଏହି ଟୁଇଟରେ ବରୁଣ ଗାନ୍ଧୀ ଏଥର ଗରିବ ଲୋକଙ୍କ ପାଇଁ ସ୍ବର ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି।

ବରୁଣ ଗାନ୍ଧୀ ତାଙ୍କ ଟୁଇଟରେ ଲେଖିଛନ୍ତି, ଯଦି ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ ଗରିବଙ୍କ ଉପରେ ବୋଝ ହୋଇଯାଏ ତେବେ ତାହା ଦୁର୍ଭାଗ୍ୟଜନକ ହେବ। ରାଶନ କାର୍ଡଧାରୀମାନଙ୍କୁ ତ୍ରି୍‌ରଙ୍ଗା କିଣିବାକୁ ବାଧ୍ୟ କରାଯାଉଛି। ଏହା ବାବଦରେ ତାଙ୍କ ରାଶନର ଅଂଶ କଟାଯାଉଛି। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହୁଥିବା ତ୍ରିରଙ୍ଗା ମୂଲ୍ୟ ଗରୀବଙ୍କ ମୁହଁରୁ ଖାଦ୍ୟ ଛଡ଼ାଇ ସଂଗ୍ରହ କରିବା ଲଜ୍ଜାଜନକ  ବୋଲି ସେ କହିଛନ୍ତି।

ବରୁଣ ଏହାର ୧ ମିନିଟ ୪୨ ସେକେଣ୍ଡର ଏକ ଭିଡ଼ିଓ ମଧ୍ୟ ଶେୟାର କରିଛନ୍ତି।ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ମୋଦି ସରକାର ୨୦ କୋଟି ଘରେ ତ୍ରିରଙ୍ଗା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ଅଭିଯାନରେ ଭାଜପା ଶାସିତ ରାଜ୍ୟମାନେ ମଧ୍ୟ ନଗଦ ଟଙ୍କା ନେଉଛନ୍ତି। ଏହି ସମୟ ମଧ୍ୟରେ ହରିୟାଣାର ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଭିଡ଼ିଓରେ ଲୋକେ କହୁଛନ୍ତି ଯେ ସମସ୍ତ ରାଶନ କାର୍ଡଧାରୀମାନଙ୍କୁ ପତାକା ପାଇଁ ୨୦ ଟଙ୍କା ଦେବାକୁ ପଡୁଛି। ଯେଉଁମାନେ ପତାକା ନେଉ ନାହାନ୍ତି ସେମାନଙ୍କୁ ଅଗଷ୍ଟ ମାସ ପାଇଁ ଆସିଥିବା ରାଶନ ଦିଆଯିବ ନାହିଁ ବୋଲି କୁହାଯାଉଛି। ଏହି ଭିଡ଼ିଓ କେବଳ ହରିୟାଣାରେ ନୁହେଁ ସାରା ଦେଶରେ ପହଞ୍ଚିଛି। ଏହା ପରେ ବରୁଣ ଗାନ୍ଧୀ ଟୁଇଟ କରିଛନ୍ତି। ଭିଡିଓ ଲୋକମାନେ କହୁଛନ୍ତି ଯେ ଆମର ରାଶନ କିଣିବା ପାଇଁ ଟଙ୍କା ନାହିଁ ଏପରିସ୍ଥଳେ ତ୍ରିରଙ୍ଗା କିଣିବା ପାଇଁ କେଉଁଠାରୁ ଟଙ୍କା ପାଇବୁ।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri