ହାଇକୋର୍ଟରେ ହାତୀ ଶିକାର ଓ ମୃତ୍ୟୁ ମାମଲା: ତଥ୍ୟ ଲୁଚାଇଲେ ପିସିସିଏଫ୍‌

ଭୁବନେଶ୍ୱର,୮ା୮(ବ୍ୟୁରୋ): ରାଜ୍ୟରେ ହାତୀ ଶିକାର ଓ ମୃତ୍ୟୁକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାରେ ବନ୍ୟପ୍ରାଣୀ ପିସିସିଏଫ୍‌ ଶଶୀ ପଲ ଗତ ୬ ତାରିଖରେ ଏକ ସତ୍ୟପାଠ ମାଧ୍ୟମରେ ୫ ବର୍ଷର ହାତୀ ଶିକାର ଓ ଆନୁଷଙ୍ଗିକ ତାଲିକା ପ୍ରଦାନ କରିଛନ୍ତି। ହାତୀ ମୃତ୍ୟୁକୁ ନେଇ ମୋଟ ୧୪ ମାମଲା ଦାଏର ହୋଇଥିବାବେଳେ ୨୮ଜଣଙ୍କୁ ଗିରଫ କରାଯାଇଥିବା ଉଲ୍ଲେଖ କରିଛନ୍ତି। ସୋମବାର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହା ଉପରେ ଶୁଣାଣି କରିବେ। ପିସିସିଏଫ୍‌ ପଲ୍‌ ମଧ୍ୟ ଭିଡିଓ କନ୍‌ଫରେନ୍ସ ଜରିଆରେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବେ। ଏହା ପୂର୍ବରୁ ବନ ବିଭାଗର ସତ୍ୟପାଠକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି। ଉକ୍ତ ସତ୍ୟପାଠରେ ଏକାଧିକ ହାତୀ ଶିକାର ଘଟଣାକୁ ଲୁଚା ଯାଇଥିବା ବା ଜାଣିଶୁଣି ବାଦ୍‌ ଦିଆଯାଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
୨୦୧୯ ନଭେମ୍ବର ୨୨ରେ ଖୋର୍ଦ୍ଧା ଜିଲାର ରାମେଶ୍ୱର ନିକଟରେ ଏକ ପ୍ରାପ୍ତ ବୟସ୍କ ଦନ୍ତାହାତୀକୁ ବିଷ ଦେଇ ମାରିଦିଆଯାଇଥିଲା। ସେତେବେଳେ ଉକ୍ତ ଦନ୍ତାକୁ ବନ ବିଭାଗ ପକ୍ଷରୁ କ୍ରେନ୍‌ ସହାୟତାରେ ହାଇୱାରେ ଲଦି ଅନ୍ୟ ଏକ ସ୍ଥାନରେ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିଲା। ତତ୍କାଳୀନ ଖୋର୍ଦ୍ଧା ଡିଏଫ୍‌ଓ ସୁଦୀପ୍ତ ନାୟକ ପୂରା ଦିନ ସେଠାରେ ଉପସ୍ଥିତ ଥିଲେ। ତତ୍କାଳୀନ ଭେଟେରିନାରୀ କଲେଜ ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ସୁଷେନ କୁମାର ପଣ୍ଡା ବ୍ୟବଚ୍ଛେଦ କରିଥିଲେ। କିନ୍ତୁ ଏହି ଘଟଣା ପିସିସିଏଫ୍‌ଙ୍କ ସତ୍ୟପାଠରେ ନାହିଁ। ଘଟଣା ସଂକ୍ରାନ୍ତରେ ଡା. ପଣ୍ଡା କହିଛନ୍ତି, ଖୋର୍ଦ୍ଧା ଡିଏଫ୍‌ଓ ମୋତେ ବ୍ୟବଚ୍ଛେଦ ପାଇଁ ଡାକିଥିଲେ। ବ୍ୟବଚ୍ଛେଦରେ ବିଷକ୍ରିୟାର ସମସ୍ତ ଲକ୍ଷଣ ଜଣାପଡ଼ୁଥିଲା ବୋଲି ମୁଁ ସେତେବେଳେ ଗଣମାଧ୍ୟମକୁ କହିଥିଲି। ଟକ୍ସିକୋଲୋଜି ଆନାଲିଲିସ ପାଇଁ ଆବଶ୍ୟକ ନମୁନା ସଂଗ୍ରହ କରି ସେଣ୍ଟର ଫର୍‌ ୱାଇଲ୍ଡ ଲାଇଫ୍‌ ହେଲ୍‌ଥକୁ ପଠାଯାଇଥିଲା। କେଉଁ ଧରଣର ବିଷ ମିଶା ଯାଇଥିଲା ସେଇଟା ସେମାନେ କହିବା କଥା। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ରାମେଶ୍ବର ନିକଟରେ ଶିକାର ହୋଇଥିବା ଦନ୍ତା ହାତୀର ବ୍ୟବଚ୍ଛେଦବେଳେ ମୁଁ ଘଟଣା ସ୍ଥଳରେ ଉପସ୍ଥିତ ଥିଲି। ଖାଦ୍ୟରେ ଗୁଡ଼ ମିଶାଇ ଶିକାରୀମାନେ ବିଷ ଦେଇଥିଲେ। ବ୍ୟବଚ୍ଛେଦ ସମୟରେ ପାକସ୍ଥଳୀରୁ ହଜମ ହୋଇ ନ ଥିବା ଆଖୁ ଛେଦା ବାହାରିଥିଲା, ଯେଉଁଥିରୁ ଉଭୟ ଗୁଡ଼ ଓ ବିଷର ବାସ୍ନା ସ୍ପଷ୍ଟ ବାରି ହେଉଥିଲା। ବିଷ ପ୍ରୟୋଗ କରି ଦନ୍ତା ହାତୀକୁ ଶିକାର କରାଯାଇଥିଲା। କିନ୍ତୁ ହାତୀଟି ଲୋକଙ୍କ ଚଳପ୍ରଚଳ ସ୍ଥାନରେ ପଡିଯିବାରୁ ଶିକାରୀମାନେ ଦାନ୍ତ କାଟି ନେଇ ପାରି ନ ଥିଲେ। ତେବେ ଏହା ନିଶ୍ଚିତ ଭାବରେ ବିଷ ଦ୍ୱାରା ଶିକାର କରାଯାଇଛି। କିନ୍ତୁ କାହିଁକି ଏହି ଘଟଣା ପିସିସିଏଫ୍‌ଙ୍କ ସତ୍ୟପାଠରେ ସ୍ଥାନ ପାଇଲାନି ତାହା ବୁଝିହେଉ ନାହିଁ।
ସେହିପରି ୨୦୨୧ ନଭେମ୍ବରରେ ଆଠଗଡ଼ରେ ଗୋଟିଏ ହାତୀକୁ ବନ କର୍ମଚାରୀମାନେ ଗାତ ଖୋଳି ଲୁଣ ପକାଇ ପୋତିବା ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ବିଭାଗୀୟ ତଦନ୍ତ ହୋଇଥିଲା ଏବଂ ତତ୍କାଳୀନ ରେଞ୍ଜର ଆଏସା ଅଖତାରୀ ନିଶା ଏଯାବତ୍‌ ନିଲମ୍ବନରେ ଅଛନ୍ତି। ଦୁଇଟିଯାକ ଦାନ୍ତକୁ ବନ ବିଭାଗର ଟ୍ରେଜେରିରେ ରଖିବା ବଦଳରେ ସେ ନିଜ ପାଖରେ ରଖିଥିଲେ। ତତ୍କାଳୀନ ଡିଏଫ୍‌ଓଙ୍କ କଥାରେ ସେ ଏଭଳି କରିଥିବା ତଦନ୍ତବେଳେ କହିଥିଲେ। ହାତୀର ବ୍ୟବଚ୍ଛେଦ ହୋଇଥିଲା ଏବଂ ତତ୍କାଳୀନ ଅନୁଗୋଳ ଆର୍‌ସିସିଏଫ୍‌ ଅକ୍ଷୟ ପଟ୍ଟନାୟକ ଘଟଣାର ତଦନ୍ତ କରିବା ପରେ ରେଞ୍ଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ତେବେ ରେଞ୍ଜରଙ୍କ ସ୍ବୀକାରୋକ୍ତିକୁ ବିଶ୍ବାସକୁ ନ ନେବା ଫଳରେ ତତ୍କାଳୀନ ଡିଏଫ୍‌ଓ ଖସି ଯାଇଥିଲେ। ତେବେ ଏତେସବୁ ପ୍ରମାଣ ରହିଥିବାବେଳେ ଏଭଳି ଏକ ହାଇ ପ୍ରୋଫାଇଲ୍‌ ହାତୀ ଶିକାର ମାମଲାକୁ ବନ୍ୟପ୍ରାଣୀ ପିସିସିଏଫ୍‌ ନିଜ ସତ୍ୟପାଠରୁ ବାଦ ଦେଇଛନ୍ତି।
ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ ମହାନ୍ତି କହିଛନ୍ତି, ଉଭୟ ରାମେଶ୍ବର ଓ ଆଠଗଡ଼ ହାତୀ ଶିକାର ଘଟଣାକୁ ବନ୍ୟପ୍ରାଣୀ ପିସିସି୍‌ଏଫ ହାଇକୋର୍ଟଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରୁ ବାଦଦେଇ ତଥ୍ୟର ମିଥ୍ୟାଚାରଣ କରିଛନ୍ତି। ଏହା ଆଇନ ଆଖିରେ ଏକ ଗୁରୁତର ଅପରାଧ। ଏଭଳି ଆହୁରି ଅନେକ ହାତୀ ଶିକାର ଘଟଣାକୁ ସତ୍ୟପାଠରୁ ବାଦ ଦିଆଯାଇଛି, ଯାହା ଅଦାଲତ ଅବମାନନା ବୋଲି ମଧ୍ୟ ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri