ଧର୍ମାନୁଷ୍ଠାନ ଦଖଲରେ ସରକାରଙ୍କ ଶତାଧିକ ଏକର

ଅନୁଗୋଳ ଅଫିସ, ୬।୮: ଅନୁଗୋଳ ଜିଲାରେ ଗଢ଼ି ଉଠିଛି ଅନେକ ଧର୍ମାନୁଷ୍ଠାନ। ହେଲେ ସେଥିମଧ୍ୟରୁ କେତୋଟି ଧାର୍ମିକ ଅନୁଷ୍ଠାନ ସରକାରୀ ଜାଗାକୁ ଜବରଦଖଲ କରିବାରେ ଲାଗିଛନ୍ତି। ଏପରି କି ଜବରଦଖଲ ଜମିକୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। କେବଳ ଅନୁଗୋଳ ସହରରେ ୨୫ ଏକର ସରକାରୀ ସମ୍ପତ୍ତି ଧର୍ମାନୁଷ୍ଠାନ ଅକ୍ତିଆରରେ ରହିଛି। ଏପରି ତଥ୍ୟ ପ୍ରଶାସନ ନିକଟରେ ପହଞ୍ଚିବା ପରେ ଧାର୍ମିକ ଅନୁଷ୍ଠାନ ଦଖଲରେ ଥିବା ଜମିର ଯାଞ୍ଚ ଆରମ୍ଭ ହୋଇଛି। ଜବରଦଖଲ ପ୍ରମାଣିତ ହେଲେ ତାହାକୁ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନୁଗୋଳ ଜିଲା ପ୍ରଶାସନର ଏପରି କଠୋର ଆଭିମୁଖ୍ୟ ଦେଖି ବିଭିନ୍ନ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସେମାନଙ୍କ ଜମିର କାଗଜପତ୍ର ଧରି ତହସିଲ ଅଫିସରେ ଲାଇନ ଲଗାଉଥିବା ଦେଖିବାକୁ ମିଳୁଛି।
ଅନୁଗୋଳ ସହରର ହାଟ ଛକରୁ ଖଲାରୀ ଯିବା ରାସ୍ତାରେ ପଡ଼ୁଥିବା ଏକ ଧର୍ମାନୁଷ୍ଠାନ ସରକାରୀ ଜାଗାକୁ ଜବରଦଖଲ କରିଥିଲା। ପାଚେରି ବୁଲାଇ ସରକାରୀ ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେଇଯିବା ପରେ ତାହାକୁ ପ୍ଲଟିଂ କରି ବିକ୍ରି କରୁଥିଲା। ଉକ୍ତ ଖବର ପ୍ରଶାସନ ନଜରକୁ ଆସିବା ପରେ ସେଠାରେ ଜବରଦଖଲ ଉଚ୍ଛେଦ କରାଯାଇଛି। ସେହିପରି ଅନ୍ୟ କେତୋଟି ଧାର୍ମିକ ଅନୁଷ୍ଠାନ ସରକାରୀ ଜମି ମାଡ଼ି ବସିଥିବାରୁ ରାଜସ୍ବ ବିଭାଗ ପକ୍ଷରୁ ଛାନ୍‌ଭିନ୍‌ କରାଯାଉଛି। ଗତ ଜୁନ୍‌ରୁ ଏହି ତଦନ୍ତ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି। ଇତିମଧ୍ୟରେ ଅନୁଗୋଳ ସହରରେ ପାଖାପାଖି ୨୫ ଏକର ଜାଗା କେତୋଟି ଧର୍ମାନୁଷ୍ଠାନ ଜବରଦଖଲରେ ଥିବା ଚିହ୍ନଟ କରାଯାଇଛି। ସୌଭାଗ୍ୟନଗର ଠାରେ ଥିବା ଏକ ଧାର୍ମିକ ଅନୁଷ୍ଠାନ ୩ ଏକର ସରକାରୀ ଜାଗା ଦଖଲ କରିଛି। ମାଟିଆସାହିରେ ଥିବା ଏକ ଧର୍ମାନୁଷ୍ଠାନ ୬ ଏକର, ଅନ୍ୟ ଏକ ଧାର୍ମିକ ଅନୁଷ୍ଠାନ ୨.୫୫ ଏକର, ଅମଲାପଡ଼ା ନିକଟରେ ଥିବା ଏକ ଧର୍ମାନୁଷ୍ଠାନ ୧୫ ଗୁଣ୍ଠ, ଶିକ୍ଷକପଡ଼ାରେ ଥିବା ଏକ ଧର୍ମାନୁଷ୍ଠାନ ୫ ଏକର ଜମି ଜବରଦଖଲ କରିଛି। ଯାଞ୍ଚ ଶେଷ ହେବା ପରେ ଏସବୁକୁ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସହରାଞ୍ଚଳରେ ଥିବା ସରକାରୀ ସମ୍ପତ୍ତିକୁ ଜବରଦଖଲ ମୁକ୍ତ କରାଯିବା ପରେ ଜିଲାର କେଉଁ ସ୍ଥାନରେ କେତେ ସରକାରୀ ଜମି ଧାର୍ମିକ ଅନୁଷ୍ଠାନ ନାମରେ ରହିଛି, ତାହାର ଆକଳନ କରାଯିବ। ଏହାପରେ ଜବରଦଖଲ ମୁକ୍ତ ଅଭିଯାନ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

(ଅମିତ କୁମାର ସାମଲ)


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri