ଉପକାରୀ ଅଖରୋଟ

ମସ୍ତିଷ୍କକୁ ସୁସ୍ଥ ରଖିବାରେ ଓ୍ବାଲନଟ୍‌ ବା ଅଖରୋଟର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ। କେବଳ ମସ୍ତିଷ୍କ କାହିଁକି ସମ୍ପୂର୍ଣ୍ଣ ଶରୀର ପାଇଁ ବି ଏହା ବେଶ୍‌ ଉପକାରୀ। କାରଣ ଏଥିରେ ଭରି ରହିଥାଏ ପ୍ରୋଟିନ୍‌, ଭିଟାମିନ୍‌, ଆଇରନ୍‌, କ୍ୟାଲସିୟମ୍‌, କପର୍‌, ଫସ୍‌ଫରସ୍‌, ମ୍ୟାଗ୍‌ନେସିୟମ୍‌, ଓମେଗା-୩ ଫ୍ୟାଟି ଏସିଡ୍‌ ସମେତ ଆହୁରି ଅନେକ ଗୁଣକାରୀ ପୋଷକ ତତ୍ତ୍ୱ। ସେଥିପାଇଁ ଅଖରୋଟ ଖାଇବା ଶରୀର ପକ୍ଷେ ଉପକାରୀ ହୋଇଥାଏ। ତେବେ ଏହାକୁ ଖାଇବାର ସଠିକ୍‌ ଶୈଳୀ ହେଉଛି, ରାତିସାରା ଏହାକୁ ପାଣିରେ ଭିଜେଇ ସକାଳୁ ଖାଲିପେଟରେ ଖାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଯେମିତିକି: ଡାଇବେଟିସ୍‌ ରୋଗୀ ପ୍ରତିଦିନ ଯଦି କିଛି ମାତ୍ରାରେ ଅଖରୋଟ ଖାଆନ୍ତି, ତା’ହେଲେ ତାଙ୍କର ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ରହିଥାଏ। ଆଉ ଯଦି ଡାଇବେଟିସ୍‌ ନ ହୋଇଥିବା ରୋଗୀ ଏହାକୁ ଖାଆନ୍ତି, ତା’ହେଲେ ସେମାନଙ୍କଠାରେ ଭବିଷ୍ୟତରେ କେବେ ଟାଇପ୍‌-୨ ଡାଇବେଟିସ୍‌ ହେବାର ସମ୍ଭାବନା ମଧ୍ୟ ନଥାଏ। କୋଷ୍ଠକାଠିନ୍ୟ ସମସ୍ୟାରୁ ଉପଶମ ଦେବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବି ଏହା ସହାୟକ ହୋଇଥାଏ। କେବଳ ସେତିକି ନୁହେଁ ପ୍ରତିଦିନ ଗୋଟିଏରୁ ଦୁଇଟି ଅଖରୋଟ ଖାଇଲେ ଶରୀରର ଓଜନ ନିୟନ୍ତ୍ରଣରେ ରହିବା ସହ ରାତିରେ ନିଦ ମଧ୍ୟ ଭଲ ହୋଇଥାଏ। ଏହାଛଡ଼ା କୁହାଯାଏ, ନାରୀଟିଏ ଗର୍ଭବତୀ ଥିବା ସମୟରେ ନିୟମିତ କିଛି କିଛି ଅଖରୋଟ ଖାଇଲେ ଗର୍ଭରେ ଥିବା ଶିଶୁଟିର ମସ୍ତିଷ୍କ ବିକାଶରେ ଅନେକ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri