ହ୍ବାଟ୍ସଆପ୍‌ ନମ୍ବର ଦେବେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଚଳିତ ଶିକ୍ଷାବର୍ଷରେ ଯୁକ୍ତ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଗତ ୨୦ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଶନିବାର ସୁଦ୍ଧା ଅଢ଼େଇ ଲକ୍ଷ ଛାତ୍ରୀଛାତ୍ର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିସାରିଛନ୍ତି। ୨,୦୫୮ ଉଚ୍ଚ ମାଧ୍ୟମିକ ସ୍କୁଲରେ ୫ଲକ୍ଷ ୪ ହଜାର ସିଟ୍‌ ରହିଛି। ତେବେ ଚଳିତବର୍ଷ ଆବେଦନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଜଣେ ପିଲା ସର୍ବାଧିକ ୧୦ଟି କଲେଜ ପାଇଁ ଆବେଦନ କରିପାରୁଥିଲେ। ଏବେ ଯେତେ ସଂଖ୍ୟକ କଲେଜରେ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। କିନ୍ତୁ ଅତି କମ୍‌ରେ ୫ଟି କଲେଜ ପାଇଁ ଆବେଦନ କରିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ନାମଲେଖା ପ୍ରକ୍ରିୟା ଓ ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ହେଉଥିବା ଦୃଷ୍ଟିରୁ ଏଥର ଆବେଦନ ଫର୍ମରେ ହ୍ବାଟସଆପ୍‌ ନମ୍ବର ଦେବାକୁ କୁହାଯାଇଛି। ଏ ନେଇ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ହ୍ବାଟ୍‌ସଆପ୍‌ ଜରିଆରେ ପିଲାଙ୍କୁ ନାମଲେଖା ସମ୍ପର୍କିତ ସମସ୍ତ ସୂଚନା ସହ ପାଠପଢ଼ା ସମ୍ପର୍କିତ ଖବର ଦିଆଯିବ। ସେହିଭଳି ସ୍କୁଲ ତରଫରୁ ମିଳିଥିବା ୟୁନିକ୍‌ ଷ୍ଟୁଡେଣ୍ଟ ଆଇଡି ମଧ୍ୟ ଫର୍ମ ପୂରଣ ସମୟରେ ଦେବା ବାଧ୍ୟତାମୂଳକ କରାଯାଇଛି। ନାମଲେଖା ସମ୍ପର୍କିତ କୌଣସି ସୂଚନା ପାଇଁ ଦୁଇଟି ଟୋଲ ଫ୍ରି ନମ୍ବର (୧୫୫୩୩୫, ୧୮୦୦୩୪୫୬୭୭୦)ରେ ଛାତ୍ରୀଛାତ୍ର ଯୋଗାଯୋଗ କରିପାରିବେ। ସେହିଭଳି odishacareerportal.comରେ ଛାତ୍ରୀଛାତ୍ର ନିଜ କ୍ୟାରିୟର ସମ୍ବନ୍ଧିତ ସମସ୍ତ ତଥ୍ୟ ପାଇପାରିବେ। ଉଚ୍ଚଶିକ୍ଷା ପାଇଁ କେଉଁ କ୍ୟାରିୟର ବାଛିବେ, କେଉଁଠି ପଢ଼ିବେ ସେସବୁ ତଥ୍ୟ ନିଜର ଲଗ୍‌ ଇନ୍‌ ଆଇଡି ଦେଇ ପାଇପାରିବେ। ଆବଶ୍ୟକ ପଡ଼ିଲେ ଯୁକ୍ତ୨ରେ ସିଟ୍‌ ସଂଖ୍ୟା ବଢ଼ାଯିବ। ସେପ୍ଟେମ୍ବର ପହିଲାରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ପାଇଁ ଯୋଜନା ଚାଲିଥିବା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ର଼୍ୟାଗିଂ ବନ୍ଦ ଉପରେ ଗୁରୁତ୍ୱ ଦେଇଛି। କୌଣସି ଛାତ୍ରୀଛାତ୍ର ଯଦି ର଼୍ୟାଗିଂର ଶିକାର ହୁଅନ୍ତି, ତା’ହେଲେ ନିଜ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜଣାଇବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri