ବର୍ଷାରେ ଦବିଲା ଘାଇ ମରାମତି ସ୍ଥଳ

ରସୁଲପୁର,୨୦ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତରଠାରେ ମୂଳ ଖରସ୍ରୋତା ନଦୀବନ୍ଧର ତଳମୁଣ୍ଡରେ ସ୍ଲୁଇସ୍‌ ଗେଟ୍‌ ନିକଟରେ ଏକ ବଡ ଫାଟ ସୃଷ୍ଟି ହୋଇଛି ା ଏହି ଫାଟ ଯୋଗୁ ସ୍ଲୁଇସ୍‌ ଗେଟ ପ୍ରତି ବିପଦ ସୃଷ୍ଟି କରୁଛି ା ନଦୀରେ ବନ୍ୟା ଆସିବା ପୂର୍ବରୁ ଦୁର୍ବଳ ସ୍ଥାନକୁ ସୁଦୃଢୀକରଣ କରିବା ପାଇଁ ନଦୀକୂଳବାସୀ ଦାବି କରୁଛନ୍ତି। ହେଲେ ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି।
ନଦୀରେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ସ୍ଲୁଇସ୍‌ ଗେଟ ନିର୍ମାଣ କରାଯାଇଛି ା ରକ୍ଷଣାବେକ୍ଷଣ ଅଭାବରୁ ସ୍ଲୁଇସ୍‌ ଗେଟ୍‌ର ଫାଟ ସୃଷ୍ଟି ହୋଇଛି ା ଏହାଛଡା ୨୯ ଅଗଷ୍ଟ,୨୦୨୦ରେ ଖରସ୍ରୋତାରେ ବନ୍ୟା ଆସିବାରୁ ଏହି ସ୍ଥାନରେ ୩୦୦ଫୁଟ୍‌ର ଘାଇ ସୃଷ୍ଟି ହୋଇଥିଲା ା ଏହି ଘାଇ ଯୋଗୁ ସେତେବେଳେ ରସୁଲପୁର, ଭୋଟକା, ଗନ୍ଧଣ ଆଦି ପଞ୍ଚାୟତର ୧୫ରୁ ଊର୍ଦ୍ଧ୍ୱ ଗାଁ ପ୍ରଭାବିତ ହୋଇଥିଲା ା ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଫସଲ ପ୍ରଭାବିତ ହୋଇଥିଲା ା ବନ୍ୟା ଛାଡି ଯିବା ପରେ ବିଭାଗ ପକ୍ଷରୁ ଘାଇକୁ ମରାମତି କରାଯାଇ ବନ୍ଧକୁ ସୁଦୃଢୀକରଣ କରାଯାଇଥିଲା ା ଏହାରି ଭିତରେ ୨ବର୍ଷ ବିତି ସାରିଛି ା ନଦୀରେ ବନ୍ୟା ଆସିନାହିଁ ା ଏଥର ବର୍ଷାଋତୁ ଆରମ୍ଭରେ ଏହି ସ୍ଥାନରେ ଫାଟ ସୃଷ୍ଟି ହେବାକୁ ନେଇ ନଦୀକୂଳିଆ ଆତଙ୍କିତ ହୋଇପଡିଛନ୍ତି ା ନଦୀରେ ବନ୍ୟା ଆସିଲେ ଏହି ଦୁର୍ବଳ ସ୍ଥାନରେ ପୁଣିଥରେ ଘାଇ ସୃଷ୍ଟି ହେବାର ସମ୍ଭାବନା ବଢି ଯାଇଛି ା ଏଥିସହ ସ୍ଲୁଇସ୍‌ ଗେଟ୍‌ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ତେବେ ନିମ୍ନମାନର କାର୍ଯ୍ୟ ହୋଇଥିଲା ବୋଲି ବନ୍ଧରେ ଫାଟ ସୃଷ୍ଟି ହୋଇଛି ବୋଲି ଲୋକେ କହୁଛନ୍ତି ା ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଜାଣିବା ପରେ ସେହି ସ୍ଥାନରେ କ୍ରସର ଗୁଣ୍ଡ ପକାଇ ଦୋଷ ଘୋଡାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ା ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁବାସ ସାହୁଙ୍କୁ ପଚାରିବାରୁ ପଥର ପାର୍କିଂ ବେଳେ ରହିଥିବା ଫାଙ୍କରୁ ମାଟି ଧୋଇ ଯିବା ଫଳରେ ଏଭଳି ହୋଇଛି ା ତେବେ ଏହାକୁ ମରାମତି କରିବା ପାଇଁ ବ୍ୟବସ୍ଥା କରାଯାଉଛି ା ଫାଟ ସ୍ଥାନରେ ଏବେ କ୍ରସର ଗୁଣ୍ଡ ପକାଯାଇ ବନ୍ଧର ସ୍ଥିତିକୁ ମଜୁଭୁତ୍‌ କରାଯାଇଛି ା ପରେ ସୁଦୃଢୀକରଣ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri