ଦୁଇ ଅଧିକାରୀଙ୍କୁ ବରଖାସ୍ତ କଲେ ଜେଲେନସ୍କି, ରୁଷିଆକୁ ସହଯୋଗ ଅଭିଯୋଗ…

କ୍ୱିଭ୍‌,୧୮।୭ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷିଆକୁ ସହଯୋଗ କରୁଥିବା ଅଭିଯୋଗ ଆଧାରରେ ଦେଶର ଏଜେନ୍ସିର ଦୁଇଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି। ଜେଲେନସ୍କି ଦେଶର ଘରୋଇ ସୁରକ୍ଷା ଏଜେନ୍ସିର ମୁଖ୍ୟ ଇଭାନ ବକାନୋଭ ଏବଂ ଦେଶର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇରିନା ଭେନେଡିକୋଭାଙ୍କୁ ବରଖାସ୍ତ କରିଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ଦ୍ୱାରା ଏହି ସୂଚନା ଦିଆଯାଇଛି। ଡୋନାବାସ ଅଞ୍ଚଳକୁ କବଜା କରିବାକୁ ଲକ୍ଷ୍ୟ ରଖି ରୁଷିଆ ଏକାସାଙ୍ଗରେ ଅନେକ ଫ୍ରଣ୍ଟ ଉପରେ ଆକ୍ରମଣ ଜାରି ରଖିଛି।

ୟୁକ୍ରେନ ସାମରିକ ମୁଖପାତ୍ର ଭ୍ୟାଡିୟମ ସ୍କବିଟସ୍କି କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ରୁଷିଆ ବର୍ତ୍ତମାନ ନୂଆ ଅଞ୍ଚଳରେ ଫ୍ରଣ୍ଟ ଖୋଲିବାକୁ ପ୍ରସ୍ତୁତ ହେଉଛି। ସେ କହିଛନ୍ତି ଯେ ଶନିବାର ବିଳମ୍ବିତ ରାତିରୁ ରବିବାର ଅପରାହ୍ନ ପର୍ଯ୍ୟନ୍ତ ସମୁଦ୍ର ଓ ଆକାଶରୁ କ୍ଷେପଣାସ୍ତ୍ର ଆକ୍ରମଣ ସହିତ ସବୁ ଦିଗରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏପରିକି ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ବ୍ୟବହାର କରାଯାଇଥିଲା। ସେ କହିଛନ୍ତି ଯେ ସ୍ଲୋଭିଆନ୍ସକୁ ଦଖଲ କରିବା ପାଇଁ ରୁଷିଆ ଆକ୍ରମଣକୁ ଜୋରଦାର କରିଛି।

କ୍ରେମଲିନ ସୂତ୍ରରୁ ପ୍ରକାଶ ଯେ ସମସ୍ତ ଫ୍ରଣ୍ଟ ଉପରେ ପରବର୍ତ୍ତୀ ପର୍ଯ୍ୟାୟ ଆକ୍ରମଣ ପାଇଁ ରୁଷିଆ ପ୍ରସ୍ତୁତ ହେଉଛି। ଏପରି ସ୍ଥଳେ ୟୁକ୍ରେନ୍‌ର ବରଖାସ୍ତ ହୋଇଥିବା ଦୁଇ ଅଧିକାରୀ ରୁଷିଆକୁ ସହଯୋଗ କରୁଥିବାର ଅଭିଯୋଗ ମିଳିଥିଲା। ଦୁଇ ଅଧିକାରୀଙ୍କ ବିରୋଧରେ ୧୨ରୁ ଅଧିକ ମାମଲା ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri