ସମବାୟ ସମିତିରେ ମିଳୁନାହିଁ ଧାନ ବିହନ

ପଟ୍ଟାମୁଣ୍ଡାଇ,୧୭।୭(ସ୍ବ.ପ୍ର.): ଚାଷୀଙ୍କୁ ଉନ୍ନତମାନର ବିହନ, ସାର, ଔଷଧ ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି। ପ୍ରକୃତରେ ଉନ୍ନତମାନର ବିହନ ସରକାର ଯୋଗାଇ ଦେଉନାହାନ୍ତି। ପ୍ରାଥମିକ କୃଷି ସେବା ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ କମ୍‌ ଦାମ୍‌ରେ ବିହନ ଯୋଗାଇଦେବା କଥା। ତେବେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ୧୬ ପ୍ରାଥମିକ ସମବାୟ ସମିତି ମଧ୍ୟରୁ ୪ଟି ସମିତିରେ ଚାଷୀଙ୍କୁ ସ୍ବଳ୍ପ ବିହନ ଯୋଗାଇ ଦିଆଯାଇଛି। ଚନ୍ଦନନଗର ସମବାୟ ସମିତି ପକ୍ଷରୁ ୯ କୁଇଣ୍ଟାଲ, ବଡ଼ମୂଳବସନ୍ତରେ ୩୨.୬ କୁଇଣ୍ଟାଲ, ଡାମରପୁରରେ ୨୨.୮ କୁଇଣ୍ଟାଲ, ପେଣ୍ଠପାଳ ସମବାୟ ପକ୍ଷରୁ ୨୯.୧୦ କୁଇଣ୍ଟାଲ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଛି।
ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ବ୍ଲକରେ ୧୧,୭୦୦ ହେକ୍ଟର ଜିମିରେ ଧାନଚାଷ ହେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରାଥମିକ ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ବିହନ ମିଳିପାରିନାହଁି। ଫଳରେ ଚାଷୀମାନେ ବାଧ୍ୟହୋଇ ବଜାରରୁ ବିହନ କିଣି ତଳି ପକାଇ ଥିଲେ। ମାତ୍ର ଉକ୍ତ ବିହନ ଗଜା ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ କମ୍ପାନୀର ଧାନ ବିହନ ଦୋକାନୀଙ୍କଠାରୁ କିଣି ଚାଷୀ ଠକାମିର ଶିକାର ହୋଇଛନ୍ତି। ସେଥିପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି। ସରକାରୀ ବିହନ ଉପରେ ବିଶ୍ୱାସ ଆଉ ଭରସା ରଖି ସୋସାଇଟିରୁ ବିହନ କିଣିବାକୁ ମନସ୍ଥ କାରିଥିବା ଚାଷୀ ଠକାମିର ଶିକାର ହୋଇଛି। ଉକ୍ତ ବିହନ ଗଜା ନ ହେବାରୁ ଚାଷୀ ଏବେ କରିବେ କ’ଣ ବୋଲି ଚିନ୍ତାର କାରଣ ପାଲଟିଛି। ଚାଷୀ ଏବେ ବିହନ ଆଣିବ କେଉଁଠୁ। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ଚାଷୀମାନେ ଦାବି କରିଛନ୍ତି। ସରକାର ଉନ୍ନତମାନର ବିହନ ବିକିବା ପାଇଁ ସିଡ୍‌ସ କର୍‌ପୋରେଶନ ମାଧ୍ୟମରେ ବିହନ ସଂଗ୍ରହ କରି ସୋସାଇଟି ଜରିଆରେ ବିକ୍ରୟ କରାଯାଏ। ମାତ୍ର ସିଡ୍‌ସ କର୍‌ପୋରେଶନ ଯଦି ବିହନ ଯୋଗାଇ ନ ଦିଏ ତେବେ ଚାଷୀ ଭରସା କାହାକୁ କରିବେ ବୋଲି କହିଛନ୍ତି।
ଚାଷୀ ରଞ୍ଜିତ ପ୍ରଧାନ କହିଛନ୍ତି, ସରକାର ଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ, ସାର, ଔଷଧ ଯୋଗାଇଦେବେ ବୋଲି ପ୍ରଚାର କରୁଛନ୍ତି। ପ୍ରାଥମିକ କୃଷି ସେବା ସମିତି ଗୁଡିକରୁ ସରକାରୀ ବିହନ କିଣି ଚାଷୀ ତଳି ପକାଇଥାନ୍ତି। ମାତ୍ର ଚଳିତ ବର୍ଷ କୃଷି ସେବା ସମିତିରୁ ଚାଷୀ ଉନ୍ନତ ବିହନ ପାଇପାରୁନାହାନ୍ତି କିମ୍ବା ସାର, ଔଷଧ ମଧ୍ୟ ଠିକ୍‌ ସମୟରେ ମିଳୁନାହିଁ। ସରକାର ତୁରନ୍ତି ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ। ଯୁବଚାଷୀ ସୁଶାନ୍ତ ସାମଲ କହିଛନ୍ତି, ସରକାରୀ ସିଡ୍‌ସ କର୍‌ପୋରେଶନରୁ ବିହନ ନ ମିଳିବାରୁ ଚାଷୀ ବଜାରରୁ ବିହନ କିଣିଥିଲେ। ହେଲେ ଏବେ ସେମାନେ ଠକାମିର ଶିକାର ହୋଇଛନ୍ତି। ଠିକ୍‌ ସମୟରେ ଚାଷୀ ବିହନ ନ ପାଇଲେ ଗୋଟିଏ ବର୍ଷର ଧାନଫସଲ ଅମଳ କରିବା ସମ୍ଭବ ହେବନାହିଁ। ବଜାରରୁ କିଣୁଥିବା ଧାନ ବିହନ ଉନ୍ନତମାନର ନୁହେଁ ବୋଲି ଚାଷୀ ଜାଣିପାରୁନାହାନ୍ତି। ଉକ୍ତ ବିହନକୁ କିଣି ତଳି ପକାଇ ଗଜା ନ ହେବା ପରେ ଚାଷୀ ଜାଣିବାକୁ ପାଇଲେ ଯେ ଏହା ନିମ୍ନମାନର। ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ ଯୋଗାଇଦେବା ଦରକାର ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri